ETV Bharat / bharat

ବିଲେଇକୁ ବଞ୍ଚାଇବାକୁ ଯାଇଥିଲେ, ଶ୍ବାସରୁଦ୍ଧ ହୋଇ ଚାଲିଗଲା 5 ଜୀବନ - Maharashtra biogas pit tragedy

author img

By ETV Bharat Odisha Team

Published : Apr 10, 2024, 7:30 AM IST

ବିଲେଇକୁ ବଞ୍ଚାଇବାକୁ ଯାଇଥିଲେ, ଗୋବର ଗ୍ୟାସ ପ୍ଲାଣ୍ଟରେ ଶ୍ବାସରୁଦ୍ଧ ହୋଇ ୫ ମୃତ
ବିଲେଇକୁ ବଞ୍ଚାଇବାକୁ ଯାଇଥିଲେ, ଗୋବର ଗ୍ୟାସ ପ୍ଲାଣ୍ଟରେ ଶ୍ବାସରୁଦ୍ଧ ହୋଇ ୫ ମୃତ

Maharashtra biogas pit tragedy: ଗୋବର ଗ୍ୟାସ ପ୍ଲାଣ୍ଟ ଭିତରେ ପଡିଗଲା ବିଲେଇ । ତାକୁ ବାହାରି କରିବାକୁ ପ୍ଲାଣ୍ଟରେ ପଶିଥିବା ବେଳେ ଶ୍ବାସରୁଦ୍ଧ ହୋଇ ୫ ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାରେ ଏକ ବଡ ଅଘଟଣ ଘଟିଛି । ବିଲେଇକୁ ବଞ୍ଚାଇବାକୁ ଯାଇ ଏଠାରେ ୫ ଜଣଙ୍କ ଜୀବନ ଚାଲିଯାଇଛି । ପୁରା ଘଟଣାଟି ହେଉଛି, ବିଲେଇଟି ଗୋଟିଏ ଗୋବର ଗ୍ୟାସ ପ୍ଲାଣ୍ଟରେ ପଡିଯାଇଥିଲା । ତା' ଭିତରୁ ବିଲେଇବାକୁ ବାହାର କରିବାକୁ ୬ ଜଣ ପଶିଥିବା ବେଳେ ଶ୍ବାସରୁଦ୍ଧ ହୋଇ ୫ ଜଣଙ୍କ ମୃତ୍ୟୁ ଘଟିଛି । ଜଣକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଗତକାଲି (ମଙ୍ଗଳବାର) ସନ୍ଧ୍ୟାରେ ଅହମ୍ମଦନଗର ଅନ୍ତର୍ଗତ ୱାକାଡି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।

ମୃତକମାନେ ହେଲେ ମାଣିକରାଓ ଗୋବିନ୍ଦ କାଲେ (୬୫), ସନ୍ଦୀପ ମାଳିକ କାଲେ (୩୬), ଅନୀଲ ବାପୁରାଓ କାଲେ (୫୮), ବିଶାଲ ଅନୀଲ କାଲେ (୨୩) ଓ ବାବାସାହେବ ପୱାର (୩୫) । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବିଲେଇବାକୁ ବାହାର କରିବାକୁ ପ୍ରଥମେ ଜଣେ ଗୋବର ଗ୍ୟାସ ପ୍ଲାଣ୍ଟ ଭିତରେ ପଶିଥିଲେ । ହେଲେ ସେ ନିଜେ ଫସି ରହିଯିବାରୁ ତାଙ୍କୁ ଉଦ୍ଧାର କରିବା ଲାଗି ଜଣକ ପରେ ଜଣେ ଆଉ ୫ ଜଣ ଏହି ବାୟୋଗ୍ୟାସ ପ୍ଲାଣ୍ଟ ଭିତରକୁ ଯାଇଥିଲେ । କିନ୍ତୁ କେହି ବି ବାହାରି ପାରିନଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଁ ସେତେବେଳକୁ ୫ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ସୌଭାଗ୍ୟବଶତଃ ଏଥିରେ ଜଣକ ଜୀବନ ବଞ୍ଚିଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଛତିଶଗଡରେ ଖଣିରେ ଓଲଟିଲା ବସ: 10ରୁ ଅଧିକ ମୃତ, ଅନେକ ଆହତ - PASSENGER BUS OVERTURNED IN MINE

ଏହା ମଧ୍ୟ ପଢନ୍ତୁ: ଭାରସାମ୍ୟ ହରାଇ ଖାଇକୁ ଖସିଲା କାର୍, ଚାଲିଗଲା 8 ଜୀବନ - Nainital Accident

ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହ ଗୁଡିକୁ ପ୍ଲାଣ୍ଟ ଭିତରୁ ଉଦ୍ଧାର କରାଯାଇଛି । ଏହି ଘଟଣାରେ ପୋଲିସ ଅଧିକ ଛାନଭିନ୍ ଜାରି ରଖିଛି । ତେବେ ଉକ୍ତ ଗୋବର ଗ୍ୟାସ ପ୍ଲାଣ୍ଟଟି କୂଅ ଭଳି ଗଭୀର ଥିଲା । ଯେଉଁଥିପାଇଁ ଏହି ଅଘଟଣ ଘଟି ଯାଇଥିବା କୁହାଯାଉଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ଏହା ମଧ୍ୟ ପଢନ୍ତୁ : ବିବାହ ବାର୍ଷିକୀରେ ଛକିଥିଲା ଯମ, ବସ୍ ଧକ୍କାରେ ଆଖିବୁଜିଲେ ଗୋଟିଏ ପରିବାରର 5 ଜଣ - Tamil Nadu Accident

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.