ETV Bharat / bharat

ଲୋକସଭା ନିର୍ବାଚନ ପାଇଁ ରଚୁଥିଲେ ଷଡ଼ଯନ୍ତ୍ର, କମାଣ୍ଡୋଙ୍କ ଗୁଳିରେ 4 ନକ୍ସଲ ନିପାତ

author img

By ETV Bharat Odisha Team

Published : Mar 19, 2024, 10:08 AM IST

Encounter in Gadchiroli
Encounter in Gadchiroli

Naxals Killed In Encounter : ତେଲେଙ୍ଗାନାରେ ଲୋକସଭା ନିର୍ବାଚନ ପାଇଁ ଷଡ଼ଯନ୍ତ୍ର ରଚିଥିଲେ 4 ନକ୍ସଲ । ଖବର ପାଇ ଏନକାଉଣ୍ଟର କରି ନିପାତ କଲା ପୋଲିସ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରର ଗଡ଼ଚିରୋଲିରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ଏନକାଉଣ୍ଟରରେ ପୋଲସକୁ ମଳିଛି ବଡ ସଫଳତା । ଗଡ଼ଚିରୋଲି ପୋଲିସର ସି -60 କମାଣ୍ଡୋଙ୍କ ଗୁଳିରେ 4ଜଣ ନକ୍ସଲ ନିପାତ ହୋଇଥିବା ସୂଚନା ରହିଛି । ତେବେ ନିପାତ ହୋଇଥିବା ସମସ୍ତେ ତେଲେଙ୍ଗାନା ରାଜ୍ୟ କମିଟିର ମାଓବାଦୀ ଅଟନ୍ତି । ପ୍ରକାଶଥାଉକି, ନିପାତ ହୋଇଥିବା 4ଜଣ ନକ୍ସଲଙ୍କ ମଧ୍ୟରୁ 2ଜଣଙ୍କ ଉପରେ 36 ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲେ ମହାରାଷ୍ଟ୍ର ସରକାର ।

ସୋମବାର ଅପରାହ୍ନରେ ନକ୍ସଲପନ୍ଥୀଙ୍କ ତେଲେଙ୍ଗାନା ଷ୍ଟେଟ କମିଟିର କିଛି ସଦସ୍ୟ ଆସନ୍ତା ଲୋକସଭା ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଷଡଯନ୍ତ୍ର କରିବାକୁ ଯୋଜନା କରୁଥିବା ନେଇ ଗୁପ୍ତ ସୂଚନା ପାଇଥିଲା ପୋଲିସ । ଏହାପରେ ନକ୍ସଲଙ୍କ ଏକ ଟିମ୍‌ ତେଲେଙ୍ଗାନାରୁ ଗଡ଼ଚିରୋଲିର ପ୍ରାଣହିତା ନଦୀ ଦେଇ ଜିଲ୍ଲାକୁ ପ୍ରବେଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଘାଟିରେ ସେନା ଟ୍ରକକୁ ଆମ୍ବୁସ କରି ଗୁଳିମାଡ: 4 ଯବାନ ଶହୀଦ, ଏନକାଉଣ୍ଟର ଜାରି

ଖବର ପାଇବା ପରେ ଅତିରିକ୍ତ ଏସପି ଆପ୍ସ ୟତିଶ ଦେଶମୁଖଙ୍କ ନେତୃତ୍ବରେ ପୋଲିସ ମୁଖ୍ୟାଳୟରୁ ସି60 ଏବଂ CRPF QATର ଅନେକ ଟିମ୍‌ ପଠାଯାଇଥିଲା । ତେବେ ଆଜି ସକାଳେ ଏସପିଏସ୍ ରେପାନପାଲ୍ଲୀଠାରୁ 5 କିଲୋମିଟର ଦୂରରେ ଥିବା କୋଲାମାର୍କା ପର୍ବତରେ ସର୍ଚ୍ଚ ଅପରେସନ ସମୟର 4 C60 ଟିମ ଉପରକୁ ନକ୍ସଲମାନେ ଅତର୍କିତ ଭାବେ ଗୁଳି ଚାଳନା କରିଥିଲେ । ଏହାପରେ ପାଲଟା ଜବାବ ଦେଇଥିଲେ ସି 60 । ସି60 ଟିମର ପାଲଟା ଗୁଳି ଚାଳନରେ 4ଜଣ ନକ୍ସଲ ଟଳି ପଡିଥିଲେ ।

ଏହା ମଧ୍ୟ ପଢନ୍ତୁ: ବିଜାପୁର ଏନକାଉଣ୍ଟରରେ 4 ନକ୍ସଲ ନିପାତ, ବିପୁଳ ବିସ୍ଫୋରକ ଓ ମାଓସାମଗ୍ରୀ ଜବତ

ଗୁଳି ଚାଳନା ଶେଷ ହେବା ପରେ 6 ଜଣ ପୁରୁଷ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଗୁଳି ବିନିମୟ ସ୍ଥାନରୁ ଗୋଟିଏ AK47, 1 କାର୍ବାଇନ୍ ଏବଂ 2ଟି ସ୍ବଦେଶୀ ପିସ୍ତଲ, ନକ୍ସଲି କାଗଜପତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା । ବର୍ତ୍ତମାନ ଉକ୍ତ ଅଞ୍ଚଳରେ ନକ୍ସଲ ବିରୋଧୀ ଅପରେସନ ଜାରି ରହିଛି । ପ୍ରକାଶଥାଉକି, ନିପାତ ହୋଇଥିବା 4 ଜଣ ନକ୍ସଲଙ୍କ ମଧ୍ୟରୁ 2ଜଣଙ୍କ ଉପରେ 36 ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲେ ମହାରାଷ୍ଟ୍ର ସରକାର । ନିପାତ ହୋଇଥିବା ନକ୍ସଲମାନେ ହେଲେ ମଙ୍ଗି ଇନ୍ଦ୍ରଭେଲି କ୍ଷେତ୍ର କମିଟିର ସଚିବ ତଥା କୁମୁରାମ ଭୀମ ମାନଚେରିଆଲ୍ ଡିଭିଜନାଲ କମିଟିର ସଦସ୍ୟ ଡିଭିସିଏମ୍ ଭର୍ଜିଶ, ସିରପୁର ଚେନ୍ନୁର କ୍ଷେତ୍ର କମିଟିର ମୁଖ୍ୟ ⁠DVCM ମାଗ୍ଟୁ, ପ୍ଲାଟୁନ ସଦସ୍ୟ କୁର୍ସାଙ୍ଗ ରାଜୁ, ପ୍ଲାଟୁନ୍ ସଦସ୍ୟ କୁଡିମେଟା ଭେଙ୍କଟେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.