ETV Bharat / bharat

ବେସାହାରାଙ୍କ ପାଇଁ ଦେବଦୂତ ସାଜିଲେ ଦୁଇ ଯୁବକ, ଆରମ୍ଭ କଲେ ମାଗଣା ଆମ୍ବୁଲାନ୍ସ ସେବା

author img

By ETV Bharat Odisha Team

Published : Feb 10, 2024, 10:50 PM IST

ବେସାହାରାଙ୍କ ପାଇଁ ଦେବଦୂତ ସାଜିଲେ ଦୁଇ ଯୁବକ, ଆରମ୍ଭ କରିଛନ୍ତି ମାଗଣା ଆମ୍ବୁଲାନସ ସେବା
ବେସାହାରାଙ୍କ ପାଇଁ ଦେବଦୂତ ସାଜିଲେ ଦୁଇ ଯୁବକ, ଆରମ୍ଭ କରିଛନ୍ତି ମାଗଣା ଆମ୍ବୁଲାନସ ସେବା

Free Bike Ambulance Service: ରାସ୍ତାକଡରେ ରହୁଥିବା ବେସାହାରାଙ୍କ ପାଇଁ ମାଗଣା ଆମ୍ବୁଲାନ୍ସ ସେବା । ହମରାଜ ଯୋଶୀ ଓ ସମୀର ଶେଖ ନାମକ ୨ ଜଣ ଯୁବକ ନିଜର ସେବା ସଂସ୍ଥା ଜରିଆରେ ଆରମ୍ଭ କରିଛନ୍ତି ବାଇକ ଆମ୍ବୁଲାନ୍ସ ସେବା । ଅଧିକ ପଢନ୍ତୁ

ମୁମ୍ବାଇ: ଯେବେ ମଣିଷ ନିଜେ କୌଣସି କଷ୍ଟଦାୟକ ପରିସ୍ଥିତିରେ ପଡିଥାଏ ତେବେ ଯାଇ ସେ ଅନ୍ୟର ପୀଡାକୁ ଠିକ୍ ବୁଝିପାରିଥାଏ । ଏଭଳି ୨ ଜଣ ଯୁବକ, ଯେଉଁ ମାନଙ୍କ ନା ଘର ଅଛି ନା ଠିକଣା ଅଛି ସେମାନେ ଆରମ୍ଭ କରିଛନ୍ତି ରାସ୍ତାକଡରେ ରହୁଥିବା ବେସାହାରାଙ୍କ ପାଇଁ ମାଗଣା ଆମ୍ବୁଲାନ୍ସ ସେବା । ହମରାଜ ଯୋଶୀ ଓ ସମୀର ଶେଖ ନାମକ ୨ ଜଣ ଯୁବକ ନିଜର ସେବା ସଂସ୍ଥା ଜରିଆରେ ଆରମ୍ଭ କରିଛନ୍ତି ବାଇକ ଆମ୍ବୁଲାନ୍ସ ସେବା ।

ସାଧାରଣତଃ ଫୁଟପାଥରେ ରହୁଥିବା ଲୋକଙ୍କ ପାଇଁ କେହି କେବେ ଭାବିନଥାନ୍ତି । ସେମାନେ ଅସୁସ୍ଥ ହେଲେ କିମ୍ବା ପ୍ରାଣ ତ୍ୟାଗ କଲେ ତାଙ୍କୁ ହସ୍ପିଟାଲ ନେବା ପାଇଁ ମଧ୍ୟ କୌଣସି ଆମ୍ବୁଲାନସ ଆସି ନଥାଏ । ସେମାନଙ୍କ ମୃତଦେହକୁ ପରିଶେଷରେ ଠେଲାଗାଡିରେ ନିଆଯାଇଥାଏ । ତେଣୁ ସେମାନଙ୍କ ଏ ପ୍ରକାର ଦୁର୍ଦ୍ଦଶାକୁ ଦେଖି ହମରାଜ ଏବଂ ସମୀର ନିଜ ଖର୍ଚ୍ଚ ଓ ଅନ୍ୟ ମାନଙ୍କ ସାହାଯ୍ୟରେ ଅହମଦାବାଦରୁ ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚକରି ବାଇକ ଆମ୍ବୁଲାନ୍ସ ଆଣିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ବିଶ୍ୱ ପୁସ୍ତକ ମେଳା ୨୦୨୪: ୨୨ଟି ଭାଷାରେ ପୁସ୍ତକ ପ୍ରକାଶିତ କରି ରେକର୍ଡ କଲା ଭାରତ

ଏହି ପ୍ରକାର ଆମ୍ବୁଲାନ୍ସରେ ଜଣେ ବ୍ୟକ୍ତିଙ୍କୁ ନେଇ ଯିବା ପାଇଁ ଗୋଟିଏ ଛୋଟ ବାକ୍ସ ରହିଥାଏ । ଏଥିରେ ପଙ୍ଖା, ଲାଇଟ ସହିତ ଅକ୍ସିଜେନ ସିଲିଣ୍ଡର ରହିପାରିବା ଭଳି ବ୍ୟବସ୍ଥା ରହିଛି । ଯେହେତୁ ଦୁର୍ଗମ ଅଞ୍ଚଳରେ ବଡ ଆମ୍ବୁଲାନସ ଯାଇପାରେ ନାହିଁ ତେଣୁ ଏ ପ୍ରକାର ବାଇକ ଆମ୍ବୁଲାନ୍ସ ସୁବିଧାଜନକ ହୋଇଥାଏ । ହମରାଜ ଗତ ୨୬ ଜାନୁଆରୀ ୨୦୨୪ ଠାରୁ ନିଜର ପୁକାର ସେବା ପ୍ରତିଷ୍ଠାନ ଟ୍ରଷ୍ଟ ଜରିଆରେ ଏହି ମାଗଣା ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି । ଆରମ୍ଭ ଦିନ ଠାରୁ ଏ ଯାଏଁ ସେ ୧୫ ରୁ ୨୦ ଜଣ ରୋଗୀମାନଙ୍କୁ ସରକାରୀ ହସ୍ପିଟାଲକୁ ନେଇଛନ୍ତି ଯାହା ପାଇଁ ସେ ଟଙ୍କାଟିଏ ମଧ୍ୟ ନେଇନାହାଁନ୍ତି ।

ସେମାନଙ୍କ ପିଲାଦିନ ସେହିଭଳି ଫୁଟପାଥରେ ବ୍ୟତୀତ ହୋଇଥିବାରୁ ସେ ପ୍ରକାର କଷ୍ଟ ଯନ୍ତ୍ରଣାକୁ ମର୍ମେ ମର୍ମେ ଅନୁଭବ କରିଛନ୍ତି । ତେବେ ସେ ଏହି ପ୍ରକାର ସେବାକୁ ଆଗକୁ ବିସ୍ତାର କରିବାର ଯୋଜନା ରଖିଥିବା ବେଳେ ନଗର ନିଗମ ଏବଂ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରକାର ସାହାର୍ଯ୍ୟ ମିଳି ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.