ETV Bharat / bharat

ଚାକିରି ପାଇଁ ଫସିଥିଲେ, ବଳି ପଡିଲେ ଋଷ ସେନା ପାଇଁ ଲଢୁଥିବା ହାଇଦ୍ରାବାଦ ଯୁବକ

author img

By ETV Bharat Odisha Team

Published : Mar 7, 2024, 7:13 AM IST

ମହମ୍ମଦ ଅଫସାନ
ମହମ୍ମଦ ଅଫସାନ

Russia-Ukraine War: ଚାକିରି ଲୋଭ, ଦସ୍ତଖତ, ଧୋକା ପରେ ମୃତ୍ୟୁ । ଚାକିରି ପାଇଁ ଋଷ ଯାଇ ଫସିଥିଲେ ଯୁବକ । ୟୁକ୍ରେନ ସେନା ପାଇଁ ଯୁଦ୍ଧ ଲଢୁଥିବା ବେଳେ ପ୍ରାଣ ହରାଇଲେ ହାଇଦ୍ରାବାଦ ଯୁବକ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବିଗତ 2 ବର୍ଷ ଧରି ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଅନେକ ରକ୍ତପାତ, ମୃତ୍ୟୁ ହୋଇଥିବା ବେଳେ ଏହାରି ଭିତରେ ବଳି ପଡୁଛନ୍ତି ଭାରତୀୟ । ଚାକିରି ଦେବା ଆଶାରେ ଭାରତୀୟଙ୍କୁ ଯୁଦ୍ଧ ଲଢିବା ପାଇଁ ବାଧ୍ୟ କରୁଛି ଋଷ । ଯାହାକି ଏକ ପ୍ରକାର ଚିନ୍ତାଜନକ ବିଷୟ ହୋଇଛି । ଏହାରି ଭିତରେ ଯୁଦ୍ଧ ଲଢୁଥିବା ଜଣେ ଭାରତୀୟଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଜଣକ ହାଇଦ୍ରାବାଦର ବାସିନ୍ଦା ବୋଲି ହୋଇଥିବା ବେଳେ ତାଙ୍କ ନାମ ମହମ୍ମଦ ଅଫସାନ ବୋଲି ଜଣାପଡିଛି । ମାତ୍ର 30 ବର୍ଷ ବୟସରେ ଅନ୍ୟ ଦେଶ ପାଇଁ ଯୁଦ୍ଧ ଲଢି ସେ ପ୍ରାଣ ହରାଇଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ, ଅଫସାନଙ୍କୁ ଗତ ବର୍ଷ ଡିସେମ୍ବର ମାସରେ ଋଷ ପକ୍ଷରୁ ସହାୟକ ଭାବେ କାର୍ଯ୍ୟ କରିବା ପାଇଁ ଅଫର ମିଳିଥିଲା । ଏହାପରେ ସେ ଋଷ ଯିବା ପରେ ତାଙ୍କୁ ବାଧ୍ୟ କରି ଋଷ ସେନାରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ସେ ୟୁକ୍ରେନ ସହ ଯୁଦ୍ଧ ଲଢି ଆସୁଥିଲେ । ତେବେ ଋଷରେ ଥିବା ଭାରତୀୟ ଦୂତବାସ ପକ୍ଷରୁ ମହମ୍ମଦ ଅଫସାନଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଋଷ ସେନାରେ ୟୁକ୍ରେନ ବିରୋଧରେ ଲଢୁଛନ୍ତି କାଶ୍ମୀର ଯୁବକ, ଫେରାଇ ଆଣିବାକୁ ସରକାରକୁ ପରିବାରର ନିବେଦନ

ତେବେ ନିକଟରେ AIMIM ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓଓ୍ବେସୀ ଭାରତୀୟ ସେନାକୁ ମୁକ୍ତ କରିବା ପାଇଁ ଋଷକୁ ନିବେଦନ କରିଥିଲେ । ଏହାରି ଭିତରେ ମହମ୍ମଦ ଅଫସାନଙ୍କ ମୃତ୍ୟୁ ହୋଇଥିବା ଋଷରେ ଥିବା ଭାରତୀୟ ଦୂତବାସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ମୃତ ଭାରତୀୟ ମହମ୍ମଦଙ୍କ ଭାଇଙ୍କ ନାମ ଇମ୍ରାନ ବୋଲି ଜଣାପଡିଛି । ସେ ମଧ୍ୟ ଋଷରେ ରହିଥିବା ଭାରତୀୟ ଦୂତବାସଙ୍କ ସହିତ ଆଲୋଚନା କରିଥିବା ସୂଚନା ରହିଛି ।

ଏନେଇ ଋଷରେ ରହିଥିବା ଭାରତୀୟ ଦୂତବାସ ପକ୍ଷରୁ ଏକ୍ସରେ କୁହାଯାଇଛି, "ଆମେ ମହମ୍ମଦ ଅଫସାନଙ୍କ ମୃତ୍ୟୁ ଖବର ପାଇଛୁ । ଆମେ ତାଙ୍କ ପରିବାର ସହିତ ଯୋଗାଯୋଗରେ ରହୁଛୁ । ଭାରତୀୟ ଦୂତବାସ ପକ୍ଷରୁ ତାଙ୍କ ମୃତଦେହକୁ ଭାରତ ପଠାଇବା ପାଇଁ ପ୍ରୟାସ କରାଯାଉଛି ।" ପ୍ରକାଶଥାଉକି, ଏହା ପୂର୍ବରୁ ଜଣେ 23 ବର୍ଷୀୟ ଗୁଜୁରାଟ ଯୁବକ ମଧ୍ୟ ଋଷ ସେନା ପାଇଁ କାମ କରି ପ୍ରାଣ ହରାଇଥିଲା ।

ତେବେ ମହମ୍ମଦ ନୁହେଁ ବରଂ 7 ଜଣ ଭାରତୀୟ ଋଷରେ ଫସିଥିବା ସୂଚନା ରହିଛି । ଋଷ ବୁଲିବା ପାଇଁ ଯାଇଥିବା ବେଳେ ସେଠାରେ ଫସିଯାଇଥିବା ଜଣାପଡିଛି । ଗତ ସୋମବାର ଦିନ ସେମାନେ ଏକ ଭିଡିଓ ଜାରି କରି ଦୁଃଖ ଜଣାଇବା ସହିତ ଭାରତ ସରକାରଙ୍କୁ ସାହାଯ୍ୟ ମାଗିଛନ୍ତି । 105 ସେକେଣ୍ଡର ଭିଡିଓରେ ସେଠାକାର ଦୁର୍ଦ୍ଦଶା ବଖାଣିଛନ୍ତି ଋଷରେ ଫସିଥିବା ଭାରତୀୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.