ETV Bharat / bharat

ମାର୍ଚ୍ଚ ୨୧ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By ETV Bharat Odisha Team

Published : Mar 21, 2024, 12:00 AM IST

ମାର୍ଚ୍ଚ ୨୧ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ମାର୍ଚ୍ଚ ୨୧ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

21st March Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ମେଷ: ଏହିଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ହେବ । ଆପଣ ଆଜି ଉଦାସୀନ ଓ ଚିନ୍ତିତ ହୋଇପାରନ୍ତି । ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁତା ସ୍ଥାପନ କରନ୍ତୁ ନାହିଁ କିମ୍ୱା ନିଜେ ଧୀର ସ୍ଥିର ଚିତ୍ତରେ ଭାବିଚିନ୍ତି ଲୋକଙ୍କ ସହ ବନ୍ଧୁତ୍ୱ କରିପାରନ୍ତି । ଯୋଗ ଓ ଧ୍ୟାନ କରିବା ଦ୍ୱାରା ଆପଣଙ୍କର ମାନସିକ ଶାନ୍ତି ଅବ୍ୟାହତ ରହିପାରେ ।

ବୃଷ: ଆପଣଙ୍କୁ ସତର୍କତା ଏବଂ ସଞ୍ଜମ ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି । ଦିନସାରା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନ ରହିଛି । ହେଲେ ଏହା ଆପଣ ଚେଷ୍ଟା କଲେ ସଂପୂର୍ଣ୍ଣ ଭାବରେ ଏଡାଇ ପାରିବେ । ତେଣୁ ସତର୍କତାର ସହିତ ଅଗ୍ରସର ହୁଅନ୍ତୁ । ଆପଣଙ୍କ ଆଖି ଏବଂ କାନ ଖୋଲା ରଖନ୍ତୁ ।

ମିଥୁନ: ଆପଣ ଆପଣଙ୍କ ଚାରିପଟେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବେ । ଯାହାକି ଆପଣଙ୍କ ମନୋବୃତ୍ତି ଏବଂ ପ୍ରଚେଷ୍ଟାରେ ପ୍ରତିଫଳିତ ହେବ । ଭାବନାତ୍ମକ ଓ ସାମଗ୍ରୀକ ସୁରକ୍ଷାର ଆଜି ସମାନ ଗୁରୁତ୍ଵ ରହିବ । କୌଣସି ସମସ୍ୟା ଥିଲେ ସଚେତନରତାର ସହ ତାହାର ସମାଧାନ କରନ୍ତୁ ।

କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ । ଆପଣ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଓ କାମଗୁଡିକ ସ୍ଥଗିତ କରିପାରନ୍ତି । ଅନିଶ୍ଚିତତା ଏବଂ ଦ୍ଵନ୍ଦ ଭିତରେ ସାରାଦିନ ବୁଡ଼ି ରହିବେ । ସମସ୍ୟା ପାଇଁ ସ୍ଥାୟୀ ପ୍ରତିକାର ପାଇବେ ନାହିଁ । କଳହ ଠାରୁ ଦୂରେଇବାକୁ ଚେଷ୍ଟା କରନ୍ତୁ ଏବଂ ନିଜ କାର୍ଯ୍ୟକୁ ସୁଚାରୁ ରୂପେ କରନ୍ତୁ ।

ସିଂହ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ଆପଣ ଆଜି ସବୁ ରହସ୍ୟ ବିଷୟରେ ଜାଣିପାରିବେ । ଆପଣଙ୍କ ଲୁକ୍କାୟିତ ପ୍ରତିଭା ବାହାରକୁ ଆସିବ । ଆପଣଙ୍କ ମନ ଯାହା କହୁଛି ତାହା କରିବାର ସୁଯୋଗ ପାଇବେ । ଦୁଶ୍ଚିନ୍ତା ଏବଂ କଳ୍ପନାଜଳ୍ପନା ଟାରୁ ଦୂରେଇ ରୁହନ୍ତୁ ।

କନ୍ୟା: ଆପଣ ଆପଣଙ୍କ ଚାରିପଟେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବେ । ଆପଣଙ୍କ ଲେଖିବାର ଦକ୍ଷତା ଆପଣଙ୍କୁ ଅନ୍ୟମାନଙ୍କୁ କଷ୍ଟ ନ ଦେଇ ନିଜ ଭାବନା ପ୍ରକାଶ କରିବାରେ ସାହାଯ୍ୟ କରିବ । ଆପଣଙ୍କ ବାକି ଥିବା କାମଗୁଡିକ ଆପଣ ସଫଳତାର ସହିତ ଶେଷ କରିବେ । ଆପଣ ଆଜି ଯାହା ବି କାମ ଧରିବେ ସେଥିରେ ଆପଣ ସଫଳତା ପାଇବେ ।

ତୁଳା: ଆଜି ଆପଣଙ୍କର ଅନେକ ପ୍ରକାର ଲାଭ ଆପଣଙ୍କ ଖୁସିକୁ ଦ୍ୱିଗୁଣା କରିପାରେ । ଆପଣଙ୍କ ସଫଳତାରେ ଆପଣଙ୍କ ପରିବାର ସାଥିରେ ରହିବେ । ଆପଣଙ୍କ ଶୁଭ ସମୟ ଆପଣଙ୍କ ଘରୁ ଆରମ୍ଭ ହେବ ଓ ଆପଣ ଯେଉଁ ସ୍ଥାନକୁ ଯିବେ ଭାଗ୍ୟକୁ ସାଥିରେ ନେଇଯିବେ । ପଦୋନ୍ନତି ହେବାର ସମ୍ଭାବନା ଅଛି ।

ବିଛା: ଆପଣ ନିଜର ମୂଲ୍ୟାୟନ କରିବା ଓ ନିଜର କ୍ଷମତାଗୁଡିକର ପରୀକ୍ଷା କରିବାରେ ଅଧିକାଂଶ ସମୟ ଖର୍ଚ୍ଚ କରିବେ । ଆପଣଙ୍କ ବ୍ୟବସାୟିକ ଦକ୍ଷତାଗୁଡିକୁ ବଢାଇବା ପାଇଁ ଯାହା ଆବଶ୍ୟକ ଆପଣ ସବୁ କରିବେ । ସମ୍ଭାବନା ଅଛି ଯେ ସର୍ବ ସାଧାରଣରେ ଆପଣଙ୍କ ଯୁକ୍ତିତର୍କ ହେବ ଏବଂ ଆପଣ ନିଜର ମାନସିକ ଶାନ୍ତି ହରାଇ ପାରନ୍ତି ।

ଧନୁ: ଆଜି ଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଆପଣଙ୍କ ଚିନ୍ତାଧାରାକୁ ଗ୍ରାସ କରିଥିବା ଜିନିଷ ହେଉଛି ଆପଣଙ୍କ ଜୀବନ, ପେଶା କିମ୍ୱା ବ୍ୟବସାୟ ସହିତ ଜଡିତ । ତାହା କାର୍ଯ୍ୟକାରୀ କରିବା ପାଇଁ ଏହା ହିଁ ଉତ୍କୃଷ୍ଟ ସମୟ । ଆଜି ଆପଣଙ୍କ ଯାହା ଚିନ୍ତାଧାରା ଅଛି କିମ୍ୱା ଆଗରୁ ଯାହା ଭାବିଛନ୍ତି, ତାକୁ କାର୍ଯ୍ୟକାରୀ କରନ୍ତୁ ।

ମକର: ଆତ୍ମବିଶ୍ବାସ ହିଁ ସଫଳତାର ଦ୍ଵାର ଉନ୍ମୁକ୍ତ କରିବ । ଆଜିର ଉପଲବ୍ଧି ଆପଣଙ୍କୁ ଏହା ଅନୁଭବ କରାଇବ ଯେ ଆପଣ ଜୀବନରେ କେବଳ ସଫଳତା ପାଇବା ପାଇଁ ଜନ୍ମ ନେଇଛନ୍ତି । ଆଜି ଆପଣ ଯାହା କରିବେ ସେଥିରେ ସଫଳତା ପାଇବେ ଓ ସେଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ମଧ୍ୟ ପଡିବ ନାହିଁ ।

କୁମ୍ଭ: ସମସ୍ତ ଉପାୟରେ ଆପଣଙ୍କ ପ୍ରତିଯୋଗୀଙ୍କ ଠାରୁ ଆଗରେ ରହି ଆପଣ ଆଜି ନିଜକୁ ପ୍ରମାଣିତ କରିବେ । ଆପଣ ନିଜ ନିରାଶାକୁ ପରାସ୍ତ କରିବେ ଓ ଆଗକୁ ବଢି ଚାଲିବେ । ଆପଣଙ୍କ ପ୍ରସନ୍ନ କରୁଥିବା ଆଚରଣ ଅନ୍ୟମାନଙ୍କ ନିକଟରେ ଆପଣଙ୍କୁ ଲୋକପ୍ରିୟ କରିବ ଓ ଆପଣ ସବୁ ସମୟରେ ପ୍ରଶଂସା ପାଇବେ ।

ମୀନ: ସ୍ୱାସ୍ଥ୍ୟ, ମାନସିକ ଶାନ୍ତି ଏବଂ ସ୍ପଷ୍ଟତା ଦୃଷ୍ଟିକୋଣରୁ ଆଜି ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଶୁଭ ଦିନ । ଆପଣଙ୍କ ଉପରେ ସ୍ୱାସ୍ଥ୍ୟକର ପ୍ରଭାବ ରହିବ ଏବଂ ଏହା ଯୋଗୁଁ ଏକ ନୂଆ ପ୍ରକାରର ଶାରିରୀକ ଫିଟ୍‌ନେସ୍‌ ଆପଣ ବଜାୟ ରଖିପାରିବେ । କାର୍ଯ୍ୟ, ଘର ଏବଂ ଅବକାଶ କ୍ଷେତ୍ରରେ ଆପଣ କରିଥିବା ସମସ୍ତ ପ୍ରଚେଷ୍ଟା ସଫଳ ହେବ । ଆପଣ ସବୁଠାରୁ ଉତ୍ତମ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.