ETV Bharat / bharat

ଭାଇରାଲ ହୋଲି ଭିଡିଓରେ ଅଶାଳୀନ କମେଣ୍ଟ, ଜୀବନ ହାରିଲେ ଯୁବତୀ - DEATH IN HOLI

author img

By ETV Bharat Odisha Team

Published : Mar 26, 2024, 9:03 PM IST

ଲୋକଲଜ୍ଜ୍ୟା ସହି ନ ପାରି ଯୁବତୀଙ୍କ ଆତ୍ମହତ୍ୟା, ଭିଡିଓ ଭାଇରାଲ କରିଥିଲେ ଅଭିଯୁକ୍ତ ୪ ଯୁବତୀ
ଲୋକଲଜ୍ଜ୍ୟା ସହି ନ ପାରି ଯୁବତୀଙ୍କ ଆତ୍ମହତ୍ୟା, ଭିଡିଓ ଭାଇରାଲ କରିଥିଲେ ଅଭିଯୁକ୍ତ ୪ ଯୁବତୀ

Girl Suicide in Jhansi Due To Viral Video: ଇନଷ୍ଟାଗ୍ରାମ ଭିଡିଓ ଭାଇରାଲ ଯୋଗୁଁ ଯୁବତୀ ହାରିଲେ ଜୀବନ । ଯୁବତୀଙ୍କ ଘରୁ ଜଣେ ଯୁବକ ବାହାରୁ ଥିବାର ଭିଡିଓକୁ ଭାଇରାଲ କରି ଅଶାଳୀନ ମନ୍ତବ୍ୟ ଲେଖିଥିଲେ ୪ ଯୁବତୀ । ଅଧିକ ପଢନ୍ତୁ

ଝାନସୀ: ଖରାପ କମେଣ୍ଟ ସହି ନପାରି ଲୋକ ଲଜ୍ଜ୍ୟାରେ ଯୁବତୀ ହାରିଲେ ଜୀବନ । ଇନଷ୍ଟାଗ୍ରାମ ଭିଡିଓ ଭାଇରାଲ ଯୋଗୁଁ ଯୁବତୀ ଜଣକ ଏପରି ଚରମ ନିଷ୍ପତି ନେବାକୁ ବାଧ୍ୟ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ । ସୂଚନା ଅନୁଯାୟୀ ଝାନସୀର ମଉରାନୀପୁରର ଭାଦରବାରା ଗ୍ରାମରେ ଯୁବତୀ ଜଣକ ରହୁଥିଲେ । ମୃତକଙ୍କ ପିତା ପୋଲିସକୁ ନିଜ ରିପୋର୍ଟରେ କହିଛନ୍ତି ଯେ, ଯୁବତୀ ଜଣକ ମଉରାନୀପୁରରେ ଏକ ଘରୋଇ ସ୍କୁଲରେ ଦ୍ବାଦଶ ଶ୍ରେଣୀରେ ପାଠ ପଢୁଥିଲେ । ନିକଟରେ ସେ ବୋର୍ଡ ପରୀକ୍ଷା ଦେଇଥିଲେ ଏବଂ ରେଜଲ୍ଟକୁ ଅପେକ୍ଷା କରିଥିଲେ । ପରୀକ୍ଷା ସରିବା ପରେ ସେ ଘରେ ହିଁ ରହୁଥିଲେ ।

ଗତ ସୋମବାର ଦିନ ହୋଲିରେ ତାଙ୍କ ଝିଅ ଓ ସମସ୍ତ ପରିବାର ସଦସ୍ୟ ଘରେ ଉପସ୍ଥିତ ଥିଲେ । ସେହି ଦିନ ଗ୍ରାମରେ ରହୁଥିବା ଜଣେ ଯୁବକ ତାଙ୍କ ଘରକୁ ଅପରାହ୍ନ ସମୟରେ ଆସିଥିଲେ । ପାଣି ପିଇବା ପରେ ଯୁବକ ଜଣକ ଘରୁ ବାହାରିବା ସମୟରେ ଘର ସାମ୍ନାରେ ରହୁଥିବା ୪ ଜଣ ଯୁବତୀ ବାହାରିବା ସମୟ ର ଭିଡିଓ ତିଆରି କରିଥିଲେ । କିଛି ସମୟ ପରେ ଉକ୍ତ ୪ ଜଣ ଯୁବତୀମାନେ ଉକ୍ତ ଯୁବକଙ୍କ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ । କେବଳ ସେତିକିରେ ସେମାନଙ୍କ ମନ ବୁଝି ନଥିଲା । ସେମାନେ ମୃତକ ଯୁବତୀଙ୍କୁ ବଦନାମ କରିବାକୁ ସେହି ଭିଡିଓ ପୋଷ୍ଟ ଉପରେ ଅଶାଳୀନ କମେଣ୍ଟ ମଧ୍ୟ ଲେଖିଥିଲେ । ମୃତ ଯୁବତୀଙ୍କ ନଜରରେ ପୋଷ୍ଟ ଟି ଆସିବା ପରେ ସେ ଚିନ୍ତିତ ହୋଇ ପଡିଥିଲେ । ଏହା ପୂର୍ବରୁ ପରିବାର ଲୋକ କିଛି ବୁଝି ପାରନ୍ତେ ଯୁବତୀ ଜଣକ ସନ୍ଧ୍ୟା ସମୟରେ ଜୀବନ ହାରି ଦେଇଥିଲେ । ଏହା ପରେ ପରିବାର ଲୋକ ପୋଲିସକୁ ଉକ୍ତ ଘଟଣା ସମ୍ପର୍କ ରେ ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ...କୋଟାରେ ଜୀବନ ହାରିଲେ ଆଉ ଜଣେ ଛାତ୍ର, ଚଳିତ ବର୍ଷର ଷଷ୍ଠ ଘଟଣା - KOTA STUDENT SUICIDE

ପିତାଙ୍କ କହିବା ଅନୁସାରେ ତାଙ୍କ ଝିଅର ମୃତ୍ୟୁ ପାଇଁ ଉକ୍ତ ୪ ଜଣ ଯୁବତୀ ଦାୟୀ । ସେମାନଙ୍କ ଦ୍ବାରା ଭିଡିଓ ଉତ୍ତୋଳନ ଓ ଭାଇରାଲ କରି ବଦନାମ କରିବା ଯୋଗୁଁ ତାଙ୍କ ଝିଅ ଏପରି ବାଟ ଆପଣାଇଥିଲେ । ତେଣୁ ସେ କେବଳ ନ୍ୟାୟ ଚାହାଁନ୍ତି । ସେହିପରି ଘଟଣା ସ୍ଥଳରେ ପହଞ୍ଚିଥିବା ଏସପି (ଗ୍ରାମୀଣ) ଗୋପୀନାଥ ସୋନି କହିଛନ୍ତି ଯେ ପୋଲିସକୁ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟାର ସୂଚନା ମିଳିଥିଲା । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରାଯାଇଛି । ଆଇନ ଅନୁଯାୟୀ ଯାଞ୍ଚ କରି ଅଭିଯୁକ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସପି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.