ETV Bharat / bharat

ଚାଞ୍ଚଲ୍ୟକର ଘଟଣା: ରେଳ ଲାଇନରୁ ମିଳିଲା 4 ମୃତଦେହ, ଆତ୍ମହତ୍ୟା ନା ହତ୍ୟା ଚାଲିଛି ତଦନ୍ତ

author img

By ETV Bharat Odisha Team

Published : Feb 17, 2024, 2:53 PM IST

ରେଳ ଲାଇନ ଉପରୁ କ୍ଷତବିକ୍ଷତ ଅବସ୍ଥାରେ ମିଳିଲା 4 ଜଣଙ୍କ ମୃତଦେହ
ରେଳ ଲାଇନ ଉପରୁ କ୍ଷତବିକ୍ଷତ ଅବସ୍ଥାରେ ମିଳିଲା 4 ଜଣଙ୍କ ମୃତଦେହ

Dead Body Found On Railway Track: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଚକ୍ରଧରପୁର ରେଳ ଅଧିନରେ ଥିବା କେନ୍ଦପୋସି ରେଳ ଲାଇନ ଉପରୁ କ୍ଷତବିକ୍ଷତ ଅବସ୍ଥାରେ ମିଳିଲା 4 ଜଣଙ୍କ ମୃତଦେହ । ଅଧିକ ପଢ଼ନ୍ତୁ

ରାଞ୍ଚି: ଝାଡ଼ଖଣ୍ଡରେ ଚାଞ୍ଚଲ୍ୟ । ଓଡ଼ିଶା-ଝାଡ଼ଖଣ୍ଡ ସୀମା ଚକ୍ରଧରପୁର ଅଧିନରେ ଥିବା କେନ୍ଦପୋସି ରେଳ ଲାଇନରୁ କ୍ଷତବିକ୍ଷତ ଅବସ୍ଥାରେ ମିଳିଲା 4 ଜଣଙ୍କ ମୃତଦେହ । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଥିବା ବେଳେ ଜଣେ ମହିଳା ଏବଂ ଅନ୍ୟଜଣେ ପୁରୁଷଙ୍କ ମୃତଦେହ ରହିଛି । ଏହା ମଧ୍ୟରୁ 3ଟି ମୃତଦେହ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଥିବା ବେଳେ ଗୋଟିଏ ମୃତଦେହକୁ ବସ୍ତାରେ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସମସ୍ତଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦେବା ପାଇଁ ରେଳ ଲାଇନ ଉପରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ସେପଟେ ଘଟଣା ସ୍ଥଳରେ ଜିଆରପି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଓଡ଼ିଶା-ଝାଡ଼ଖଣ୍ଡ ସାମାନ୍ତ ବିମଳାଗଡ଼-କିରିବୁରୁ ରେଳ ଲାଇନରୁ ଆଜି 4 ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସମସ୍ତଙ୍କ ମୃତଦେହ ରେଳ ଟ୍ରାକରେ ଦେଢ଼ କିଲୋମିଟର ପରିସରରୁ ମିଳିଛି । ମୃତ 4 ଜଣଙ୍କ ମଧ୍ୟରୁ ଦୁଇ ଜଣ ଶିଶୁ ଥିବା ବେଳେ ଜଣେ ମହିଳା ଓ ଜଣେ ପୁରଷଙ୍କ ମୃତଦେହ ବୋଲି ଚିହ୍ନଟ କରାଯାଇଛି । ତେବେ ମୃତଦେହ ଗୁଡ଼ିକ ଗୋଟିଏ ପରିବାରର ବୋଲି ସନ୍ଦେହ କରାଯାଉଛି । ଗତକାଲି(ଶୁକ୍ରବାର) ରାତି ପ୍ରାୟ 2.30 ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ମିଳିଥିବା ମୃତଦେହ ମଧ୍ୟରୁ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ 3 ଜଣଙ୍କ ମୃତଦେହ ମିଳିଥିବା ବେଳେ ବନ୍ଦା ଯାଇଥିବା ଏକ ଅଖା ମଧ୍ୟରୁ ଅନ୍ୟ ଏକ ମୃତଦେହ ଉଦ୍ଧାର କରାଯାଇଛି । ଯାହା ସମସ୍ତଙ୍କୁ ହତ୍ୟା କରାଯାଇଥିବା ସନ୍ଦେହକୁ ଅଧିକ ଘନିଭୂତ କରିଛି ।

ଏହା ମଧ୍ୟ ପଢ଼ନ୍ତୁ....ପୂର୍ବ ଶତ୍ରୁତାରୁ ଯୁବକକୁ ପିଟି ପିଟି ହତ୍ୟା, ବନ୍ଧା ହେଲା ଅଭିଯୁକ୍ତ

ହତ୍ୟା କରାଯାଇଥିବା ସନ୍ଦେହ:

ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥରେ ଜିଆରପି ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ପୋଲିସର ସୂଚନା ଅନୁସାରେ, ରେଳ ଟ୍ରାକ୍ ନିକଟରେ ଅବସ୍ଥିତ ଗାଁର ଲୋକମାନେ ତାଙ୍କୁ ହତ୍ୟା କରି ମୃତଦେହକୁ ରେଳ ଟ୍ରାକରେ ଫିଙ୍ଗିଥିବାର ଅନୁମାନ କରାଯାଉଛି । ସେମାନଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାପାଇଁ ଏଭଳି ରେଳ ଟ୍ରାକରେ ମୃତଦେହ ଗୁଡିକୁ ଫିଙ୍ଗି ଦିଆଯାଇଛି । ବର୍ତ୍ତମାନ ରେଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ସ୍ଥାନୀୟ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି । ମୃତଦେହକୁ ରେଳବାଇ ଟ୍ରାକରୁ ହଟାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.