ETV Bharat / bharat

ବିଜେପିରେ ମିଶିଲେ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ, କାଲି ଛାଡ଼ିଥିଲେ କଂଗ୍ରେସ

author img

By ETV Bharat Odisha Team

Published : Feb 13, 2024, 1:39 PM IST

Ashok Chavan Join BJP
Ashok Chavan Join BJP

Ashok Chavan Join BJP: ବିଜେପିରେ ମିଶିଲେ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ । ସୋମବାର ଛାଡ଼ିଥିଲେ କଂଗ୍ରେସ ପାର୍ଟି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ହାତ ଛାଡି ପଦ୍ମ ଧରିଲେ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ । ସେ ଗତକାଲି(ସୋମବାର) କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ଝଟକା ଦେଇ ଭାଜପାରେ ଯୋଗ ଦେଇଛନ୍ତି 65 ବର୍ଷୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ । କଂଗ୍ରେସର ହାତ ଛାଡିଥିବା ବେଳେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ଏହାପରଠାରୁ ସେ ବିଜେପି ମୁହାଁ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ସେ ବିଜେପିରେ ଯୋଗ ଦେଇଛନ୍ତି । ଏପଟେ କଂଗ୍ରେସର ଗୋଟିଏ ପରେ ଗୋଟିଏ ଓ୍ବିକେଟ ପଡୁଥିବା ବେଳେ ଅନ୍ୟପଟେ ଓ୍ବିକେଟ ଗୋଡାଇ ହାତ ମୁଠା ଦୃଢ କରୁଛି ବିଜେପି । ତେବେ ଆସନ୍ତା ନିର୍ବାଚନରେ ସେ ମଇଦାନକୁ ଓହ୍ଲାଇବେ କି ନାହିଁ ସେ ନେଇ ଭାଜପା ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ରଖାଯାଇ ନାହିଁ ।

ମୁମ୍ବାଇରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ, ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଏବଂ ମୁମ୍ବାଇ ପ୍ରଦେଶ ଅଧ୍ୟକ୍ଷ ଆଶିଷ ସେଲାର ।

ଏହା ମଧ୍ୟ ପଢନ୍ତୁ: ଆଜି ବିଜେପିରେ ମିଶିବେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ !

ଦଳର ସମସ୍ତ ଅସୁବିଧା ସମୟରେ କଂଗ୍ରେସ ଦଳ ସହିତ ରହୁଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ । ମୋଦି ଲହର ଜାରି ରହିଥିଲେ ସୁଦ୍ଧା 2014 ମସିହାରେ ନାନ୍ଦେଡ ସିଟରୁ ବିଜୟୀ ହୋଇଥିଲେ । ତାଙ୍କ ପିତା ଶଙ୍କରରାଓ ଚୌହାନ ଦୁଇଥର ମୁଖ୍ୟମନ୍ତ୍ରୀ ରହିଥିଲେ । ଶଙ୍କରରାଓ ଚୌହାନ କାରଣରୁ ହିଁ ମରାଠଓ୍ବାଡାରେ କଂଗ୍ରେସ ଶକ୍ତିଶାଳୀ ହୋଇଥିଲା । ଅଶୋକ ଚୌହାନ 2008 ମସିହା ଡିସେମ୍ବର 8 ତାରିଖକୁ 2010 ମସିହା ନଭେମ୍ବର 9 ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରହିଥିଲେ । ଆଦର୍ଶ ବିଲଡିଂ ସ୍କାମରେ ତାଙ୍କ ନାମ ଆସିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତେବେ ଏହା ପରେ ରାଜନୀତିରେ ତାଙ୍କର ଦବଦବା ରହିବ ନାହିଁ ବୋଲି ଆଲୋଚନା ହେଉଥିବା ବେଳେ 2014 ମସିହାରେ ସେ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ଏହାପରେ ତାଙ୍କୁ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ କରାଯାଇଥିଲା । ଏହାରି ଭିତରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି ଅଶୋକ ।

ଖବର ଅପଡେଟ ଜାରି ରହିଛି..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.