ETV Bharat / bharat

ନାରୀଶକ୍ତି କୈନ୍ଦ୍ରିକ ହେବ ଗଣତନ୍ତ୍ର ଦିବସ ପରଡେ: ପ୍ରଥମ ଥର 3ସେନାର ମହିଳା କଣ୍ଟିନଜେଣ୍ଟ ସାମିଲ

author img

By ETV Bharat Odisha Team

Published : Jan 23, 2024, 7:50 PM IST

ଗଣତନ୍ତ୍ରଦିବସ ପରଡେ: 3 ସେନାର ମହିଳା କଣ୍ଟିନଜେଣ୍ଟ କରିବେ ଅଂଶଗ୍ରହଣ
ଗଣତନ୍ତ୍ରଦିବସ ପରଡେ: 3 ସେନାର ମହିଳା କଣ୍ଟିନଜେଣ୍ଟ କରିବେ ଅଂଶଗ୍ରହଣ

All-women tri-services contingent taking part in parade: ପ୍ରଥମ ଥର ପରେଡରେ ଅଂଶଗ୍ରହଣ କରିବେ ତିନିସେନାର ମହିଳା କଣ୍ଟିନଜେଣ୍ଟ । ସାଧାରଣତନ୍ତ୍ର ଦିବସକୁ ଆଉ ମଝିରେ ମାତ୍ର ଦୁଇଦିନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଉ 3 ଦିନ ପରେ ପାଳନ ହେବାକୁ ଯାଉଛି 75ତମ ସାଧାରଣତନ୍ତ୍ର ଦିବସ । ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟପଥରେ ଆୟୋଜିତ ଜାତୀୟ ପରେଡରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନାରୀଶକ୍ତି । କାରଣ ପ୍ରଥମ ଥର ପାଇଁ ଏହି ପରେଡରେ ସ୍ଥଳସେନା, ନୌସେନା ଓ ବାୟୁସେନାର ମହିଳା କଣ୍ଟିନଜେଣ୍ଟ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ତିନିସେନାର ମହିଳା ୟୁନିଟ ଅଂଶଗ୍ରହଣ କରିବା ସହ ଚଳିତବର୍ଷର ଏହି ପରଡେ ନାରୀଶକ୍ତି କୈନ୍ଦ୍ରିକ ହେବାକୁ ଯାଉଥିବା ମେଜର ଜେନେରାଲ ସୁମିତ ମେହେଟ୍ଟା ସୂଚନା ଦେଇଛନ୍ତି ।

ଗଣତନ୍ତ୍ର ଦିବସରରେ ହେବାକୁ ଥିବା ପରେଡ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିବା ପରେ ପରେଡରେ ଅଭିବାଦନ ଗ୍ରହଣ କରିବେ । ପୂର୍ବାହ୍ନ 10.30 ରୁ ଏହି ପରେଡ ବିଜୟଚୌକରୁ କର୍ତ୍ତବ୍ୟପଥରେ ଇଣ୍ଡିଆଗେଟ ପର୍ଯନ୍ତ ହେବ । ଆର୍ମିର ମିଲିଟାରୀ ପୋଲିସ ୟୁନିଟ ସହ ବାୟୁସେନା ଓ ନୌସେନାର ମହିଳା ୟୁନିଟ ମଧ୍ୟ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏଥିପାଇଁ ତିନି ସେନାର ଅଂଶଗ୍ରହଣକାରୀ ୟୁନିଟମାନେ ଅଭ୍ୟାସ ଶେଷ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ରାହୁଲ ଗାନ୍ଧୀଙ୍କ ବିରୋଧରେ ରୁଜୁ ହେବ ମାମଲା, ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ ଆସାମ ମୁଖ୍ୟମନ୍ତ୍ରୀ

ତେବେ ଏହି ଅବସରରେ ଭାରତୀୟ ସଶସ୍ତ୍ର ବଳ ଓ ସାମରିକ ଶକ୍ତିର ପରାକାଷ୍ଠା ସମଗ୍ର ବିଶ୍ବ ଦେଖିବ । ଏହି କାର୍ଯ୍ୟକ୍ରମରେ ବିଦେଶୀ ତଥା ଅନ୍ତର୍ଜାତୀୟ ଅତିଥି ଅଂଶଗ୍ରହଣ କରିବାର ଗଣତାନ୍ତ୍ରିକ ପରିମ୍ପରା ରହିଛି । ଚଳିତଥର ପ୍ରାୟ 13 ହଜାର ଅତିଥି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଚଳିତବର୍ଷ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରୁଛନ୍ତି । ପ୍ରତିରକ୍ଷା ସାମର୍ଥ୍ୟ ପ୍ରଦର୍ଶନ ପରେ ଭାରତର କଳା ସଂସ୍କୃତି ଓ ସାମାଜିକ ବିବିଧତାକୁ ନେଇ ପ୍ରସ୍ତୁତ ପ୍ରଜ୍ଞାପନ ମେଢ ମଧ୍ୟ ପ୍ରଦର୍ଶିତ ହେବ । ଏଥିପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢକୁ ଚୟନ କରାଯାଇ ସାରିଛି । କର୍ତ୍ତବ୍ୟପଥରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ନିମନ୍ତ୍ରିତ ମୁଖ୍ୟ ଅତିଥିଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ଭବ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ରାଷ୍ଟ୍ରପତି ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିବାର ପରମ୍ପରା ଥିବା ବେଳେ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଐତିହାସିକ ଲାଲକିଲ୍ଲାରେ ତ୍ରୀରଙ୍ଗା ଉତ୍ତୋଳନ ସହ ଦେଶକୁ ସମ୍ବୋଧିତ କରିବାର ପରମ୍ପରା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.