ETV Bharat / bharat

ପୁଣି ଅସୁସ୍ଥ ହୋଇପଡିଲେ ପ୍ରେମାନନ୍ଦ ମହାରାଜ - Famous Saint Premanand Maharaj

author img

By ETV Bharat Odisha Team

Published : Apr 13, 2024, 2:56 PM IST

ପୁଣି ଅସୁସ୍ଥ ପ୍ରେମାନନ୍ଦ ମହାରାଜ, ଚିକିତ୍ସା ପରେ ହେଲେ ହସ୍ପିଟାଲରୁ ଡିସଚାର୍ଜ
ପୁଣି ଅସୁସ୍ଥ ପ୍ରେମାନନ୍ଦ ମହାରାଜ, ଚିକିତ୍ସା ପରେ ହେଲେ ହସ୍ପିଟାଲରୁ ଡିସଚାର୍ଜ

Famous Saint Premanand Maharaj: ଗତ ଶୁକ୍ରବାର ସନ୍ଧ୍ୟାରେ ପ୍ରସିଦ୍ଧ ସନ୍ଥ ତଥା କଥାକାର ପ୍ରେମାନନ୍ଦ ମହାରାଜଙ୍କ ଛାତିରେ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସତସଙ୍ଗର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ଅଟେ । ଅଧିକ ପଢନ୍ତୁ

ପୁଣି ଅସୁସ୍ଥ ପ୍ରେମାନନ୍ଦ ମହାରାଜ, ଚିକିତ୍ସା ପରେ ହେଲେ ହସ୍ପିଟାଲରୁ ଡିସଚାର୍ଜ

ମଥୁରା: ପୁଣି ଅସୁସ୍ଥ ହେଲେ ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜ । ତାଙ୍କର ଦେହ ଖରାପ ହେବା କାରଣରୁ ତାଙ୍କୁ ବୃନ୍ଦାବନ ସ୍ଥିତ ରାମକୃଷ୍ଣ ମିଶନ ସେବା ଆଶ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି (ଶୁକ୍ରବାର) ସନ୍ଧ୍ୟା ସମୟରେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ତାଙ୍କ ଶିଷ୍ୟମାନେ ତାଙ୍କୁ ତତକ୍ଷଣାତ୍ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ତାଙ୍କୁ ହସ୍ପିଟାଲରେ ଏର୍ମଜେନ୍ସି ୱାର୍ଡରେ ଥିବା ତାକ୍ତରମାନେ ତାଙ୍କର ଯାଞ୍ଚ କରିଥିଲେ । କିଛି ଘଣ୍ଟାର ପରୀକ୍ଷା ନିରୀକ୍ଷା ପରେ ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଥିବା କଥା କହିଥିଲେ ଓ ତାଙ୍କୁ ଡିସଚାର୍ଜ କରିଥିଲେ । ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ଖବର ଶୁଣି ହସ୍ପିଟାଲ ବାହାରେ ତାଙ୍କ ଅନେକ ଭକ୍ତ ଓ ଶ୍ରଦ୍ଧାଳୁ ଭିଡ ଜମାଇଥିଲେ ।

ଏହା ମଧ୍ୟ ପଢନ୍ତୁ...ଜାଲିଆନାୱାଲା ବାଗ ନରସଂହାରକୁ ପୂରିଲା 105 ବର୍ଷ, ବୈଶାଖୀରେ ବୋହିଥିଲା ରକ୍ତର ନଦୀ - JALLIANWALA BAGH MASSACRE

ସୂଚନାଯୋଗ୍ୟ ଯେ, ପ୍ରେମାନନ୍ଦ ମହାରାଜଙ୍କର ପୂର୍ବରୁ କିଡନୀ ଖରାପ ହୋଇଯାଇଛି । ଏଥିପାଇଁ ତାଙ୍କୁ ପ୍ରତିଥର ଡାଇଲିସିସ ମଧ୍ୟ କରିବାକୁ ପଡିଥାଏ । ତାଙ୍କ ଆଶ୍ରମ ତଥା ଆରାଧନା ସ୍ଥଳୀ ରାଧା କେଳି କୁଞ୍ଜ ଛଟିକରା ରୋଡରେ ଅବସ୍ଥିତ । ପ୍ରତ୍ୟେହ ତାଙ୍କର ପ୍ରବଚନ ଓ କୀର୍ତ୍ତନ ଶୁଣିବା ପାଇଁ ଲୋକ ହଜାର ହଜାର ସଂଖ୍ୟାରେ ଭିଡ ଜମାଇଥାନ୍ତି । ସେ ଦିନକୁ ପ୍ରାୟ ୨ କିଲୋମିଟରର ପଦଯାତ୍ରା କରିଥାନ୍ତି । ସନ୍ଥ ପ୍ରେମାନନ୍ଦ ମହାରାଜ ଦେଶ ତଥା ବିଦେଶରେ ବେଶ୍ ଲୋକପ୍ରିୟ ଅଟନ୍ତି । ତାଙ୍କ ସୁବିଚାରବାଣୀ ଗୁଡିକର ଭିଡିଓ ୟୁଟ୍ୟୁବ, ଫେସବୁକ୍ ଓ ଇନଷ୍ଟାଗ୍ରାମରେ ପ୍ରବଳ ସଂଖ୍ୟାରେ ଭାଇରାଲ ହୋଇଥାଏ ।

ସନ୍ଥ ପ୍ରେମାନନ୍ଦ ମହାରାଜ ମାତା ରାଧାରାଣୀଙ୍କ ପରମ ଭକ୍ତ ଭାବେ ସୁପରିଚିତ । ତାଙ୍କ ସତସଙ୍ଗ ଓ ଭଜନ ଶୁଣିବା ପାଇଁ ଦୂର ଦୂରାନ୍ତରୁ ଲୋକମାନେ ଆସିଥାନ୍ତି । ଏହାଛଡା ବିଭିନ୍ନ ବଡ ବଡ ସେଲିବ୍ରିଟି ତଥା ପ୍ରଭାବଶାଳୀ ବ୍ୟକ୍ତିତ୍ବ ମାନେ ତାଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି । ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି, ଆରଏସଏସର ମୁଖ୍ୟ ମୋହନ ଭାଗବତ ଭଳି ଅନେକ ପ୍ରମୁଖ ଲୋକ ତାଙ୍କୁ ଭେଟିବାକୁ ଆସିଛନ୍ତି । ନିକଟରେ ବିଜେପି ସାଂସଦ ପ୍ରାର୍ଥୀ ହେମାମାଳିନୀ ତାଙ୍କୁ ଭେଟି ନିର୍ବାଚନରେ ବିଜୟର ଆଶିଷ ଭିକ୍ଷା କରିଛନ୍ତି । ସନ୍ଥ ପ୍ରେମାନନ୍ଦ ମହାରାଜ ନିଜର ସତସଙ୍ଗରେ ଭକ୍ତ ମାନଙ୍କ ସମସ୍ୟା ଶୁଣିବା ସହ ଆଧ୍ୟାତ୍ମିକ ପ୍ରଶ୍ନର ଉତ୍ତର ଦେଇଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.