ETV Bharat / bharat

ଜାଲିଆନାୱାଲା ବାଗ ନରସଂହାରକୁ ପୂରିଲା 105 ବର୍ଷ, ବୈଶାଖୀରେ ବୋହିଥିଲା ରକ୍ତର ନଦୀ - JALLIANWALA BAGH MASSACRE

author img

By ETV Bharat Odisha Team

Published : Apr 13, 2024, 12:33 PM IST

Updated : Apr 13, 2024, 1:09 PM IST

Jallianwala Bagh Commemoration Day: 13 ଏପ୍ରିଲ 1919 ଭାରତୀୟଙ୍କ ପାଇଁ ଥିଲା ଏକ କଳା ଦିନ । ଜାଲିଆନାଓ୍ବାଲା ବାଗରେ ସହିଦ ହୋଇଥିଲେ 1000ରୁ ଅଧିକ ବିପ୍ଳବୀ । ଅଧିକ ପଢନ୍ତୁ,

Jallianwala Bagh
Jallianwala Bagh

Jallianwala Bagh Commemoration

ଚଣ୍ଡିଗଡ: ଭାରତୀୟଙ୍କ ପାଇଁ ଆଜି ଏକ କଳା ଦିନ । ଦେଶ ସ୍ବାଧୀନ ହେବାକୁ 75ରୁ ଉର୍ଦ୍ଧ୍ବ ବର୍ଷ ବିତିଯାଇଥିଲେ ସୁଦ୍ଧା ଘୃଣ୍ୟ ଏବଂ ସଂଘର୍ଷର ଦମକୁ ଦର୍ଶାଇବା ପାଇଁ ଆଜି ମଧ୍ୟ ଏହି ଘଟଣାକୁ ଏକ ଉଦାହରଣ ଭାବେ ଦର୍ଶାଯାଏ । ଆଜିର ଦିନରେ ଇଂରେଜୀ ସେନା ଗୁଳିରେ ଟଳିପଡିଥିଲେ ଶହ ଶହ ନିରୀହ ଜନତା । ଜାନିଆନାଓ୍ବାଗ ହତ୍ୟାକାଣ୍ଡକୁ ଆଜି 105 ବର୍ଷ ପୂରିଛି । ସହିଦ ହୋଇଥିବା ବିପ୍ଳବୀଙ୍କ ପରିବାର ଆଜି ମଧ୍ୟ ଏହି ଦିନକୁ କଳା ଦିନ ଭାବରେ ପାଳନ କରନ୍ତି । ତେବେ 13 ଏପ୍ରିଲ 1919 ରେ ଜାଲିଆନାଓ୍ବାଲା ବାଗରେ ସହିଦ ହୋଇଥିବା ବୀର ବିପ୍ଳବୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ହଜାର ହଜାର ପର୍ଯ୍ୟଟକ ଅମୃତସରରେ ପହଞ୍ଚଛନ୍ତି ।

ଏପ୍ରିଲ 13 ତାରିଖ ହେଉଛି ବୈଶାଖୀ । ସେହି ବର୍ଷ ହଜାର ହଜାର ଲୋକ ଅମୃତସରରେ ପହଞ୍ଚି ଏହି ଉତ୍ସବ ପାଳନ କରିଥିଲେ । ବହୁ ସଂଖ୍ୟାରେ ଲୋକ ଏଠାରେ ପହଞ୍ଚିଥିଲେ । ତେବେ ଭାରତୀୟଙ୍କ ରାଷ୍ଟ୍ରୀୟ ପ୍ରେମକୁ ବନ୍ଦ କରିବାକୁ କଡା ଆଭିମୁଖ୍ୟ ଆପଣାଇଥିଲା ତତକାଳୀନ ବ୍ରିଟିଶ ସରକାର । ବ୍ରିଟିଶ ସରକାରଙ୍କ ପକ୍ଷରୁ ଜେନେରାଲ ଡାୟାର ଜାରି କରିଥିଲେ ଏକ ଇସ୍ୟୁ । ଯାହା ଅମୃତସରରେ ସର୍ବସାଧାରଣ ସ୍ଥାନରେ ଏକାଠି ହେବା ଓ ମିଟିଂ କରିବାକୁ ବ୍ୟାନ କରିଥିଲା । କିନ୍ତୁ ଏପ୍ରିଲ 13ରେ ପଞ୍ଜାବୀ ନବ ବର୍ଷ ବୈଶାଖୀ ଉପଲକ୍ଷେ ଜାଲିଆନାୱାଲା ବାଗରେ ଏକ ସଭା ହେବାକୁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା । ବ୍ରିଟିଶ ସରକାର ଏହାର ସୂଚନା ପାଇ କ୍ରୁରତା ଦେଖାଇଥିଲେ । ଜେନେରାଲ ଡାୟାରଙ୍କ ନେତୃତ୍ବରେ 90 ଜଣ ବ୍ରଚିଶ ସୈନିକ ସେଚାରେ ପହଞ୍ଚି ସମସ୍ତ ମାର୍ଗ ବନ୍ଦ କରିଦେଇଥିଲେ ।

10 ମିନିଟ ଅତର୍କିତ ଗୁଳି ଚାଳନା: ପୈଶାଚିକ ମନୋବୃତ୍ତିର ପରିଚୟ ଦେଇ ଡାୟାର ଆରମ୍ଭ କରିଥିଲେ ଅତର୍କିତ ଗୁଳି ଚାଳନା । ସେ କହିଥିଲେ ଯେଉଁ ସ୍ଥାନରେ ଅଧିକ ଲୋକ ରହିଛନ୍ତି, ସେଠାରେ ଅଧିକ ଗୁଳି ଚଳାନ୍ତୁ । ପ୍ରାୟ 10 ମିନିଟ୍ ପର୍ଯ୍ୟନ୍ତ ଗୁଳି ବିନିମୟ ଜାରି ରହିଲା । ଅନେକ ଖସିଯିବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ । ଗୁଳିରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ନିକଟସ୍ଥ କୂଅକୁ ଡେଇଁପଡିଥିଲେ। ତଥାପି କୌଣସି ଜୀବନ ରକ୍ଷା ହୋଇପାରିଲା ନାହିଁ । କିଛି କ୍ଷଣ ମଧ୍ୟରେ ରକ୍ତର ନଦୀ ବୋହିଥିଲା । ପ୍ରାୟ 1000ରୁ ଅଧିକ ଭାରତୀୟ ପ୍ରାଣ ହରାଇଥିଲେ । ଆଜି ମଧ୍ୟ ଜଲିଆନାୱାଲା ବାଗ କାନ୍ଥରେ ସେହି ଗୁଳିର ଚିହ୍ନ ରହିଛି ।

କାହିଁକି ହେଲା ଜଲିଆନାୱାଲା ବାଗ ହତ୍ୟାକାଣ୍ଡ: ଏହାର ମୁଖ୍ୟ କାରଣ ହେଉଛି ରୌଲଟ୍ ଆକ୍ଟ । ଏହା ଭାରତୀୟଙ୍କ ବିରୋଧରେ ବ୍ରିଟିଶମାନଙ୍କର କଳା ନିୟମ ଥିଲା । 1919 ମାର୍ଚ୍ଚରେ ପାସ ହୋଇଥିଲା ଏହି ଆଇନ । ଏହାପରେ ମହାତ୍ମା ଗାନ୍ଧୀ 6 ଏପ୍ରିଲ 1919 ମସିହାରେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିଥିଲେ । ଏପ୍ରିଲ 10- 1919ରେ ଡ. ସତ୍ୟପାଲ ଓ ଡ. କିଚ୍‌ଲୁଙ୍କୁ ଗିରଫ କରିଥିଲା ଇଂରେଜ ସେନା । ଏହାପରେ ପଞ୍ଜାବରେ ଅଶାନ୍ତି ଆରମ୍ଭ ହୋଇଥିଲା । ଏହି ଆଇନ ବିରୁଦ୍ଧରେ ଏପରି ବିରୋଧକୁ ରୋକିବା ପାଇଁ ବ୍ରିଟିଶମାନେ ସାମରିକ ଆଇନ ପ୍ରଣୟନ କରିଥିଲେ । ପଞ୍ଜାବରେ ଆଇନ ଶୃଙ୍ଖଳା ରକ୍ଷା କରିବାକୁ ବ୍ରିଗେଡିୟର୍ ଜେନେରାଲ୍ ଡାୟରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତାଙ୍କୁ ଜଳନ୍ଧରରୁ ଅମୃତସରକୁ ଡକାଯାଇଥିଲା ।

ଏହି ଆକ୍ଟ କଣ ଥିଲା: ସାର୍ ସିଡନୀ ରୋୱ୍ଲାଟଙ୍କ ନେତୃତ୍ୱରେ ଏକ କମିଟିର ସୁପାରିଶ କ୍ରମେ ପ୍ରଥମ ବିଶ୍ୱଯୁଦ୍ଧ (1914-18) ସମୟରେ ରୌଲଟ ଆକ୍ଟ ପାରିତ ହୋଇଥିଲା । ଏହି ଆକ୍ଟ ଅନୁଯାୟୀ ବ୍ରିଟିଶ ସରକାରଙ୍କୁ ଭାରତରେ ରାଜନୈତିକ କାର୍ଯ୍ୟକଳାପକୁ ଦମନ କରିବାକୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଥିଲା ।

ଜାଲିଆନାୱାଲା ବାଗ ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, " ଜଲିଆନୱାଲା ବାଗରେ ମାତୃଭୂମି ପାଇଁ ବଳିଦାନ ଦେଇଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ମୋର ହୃଦୟରୁ ଶ୍ରଦ୍ଧାଞ୍ଜଳି । ସ୍ୱରାଜଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସେହି ମହାନ ଆତ୍ମାମାନଙ୍କ ପାଇଁ ଦେଶବାସୀ ସର୍ବଦା ଋଣି ହୋଇ ରହିବେ । ମୁଁ ନିଶ୍ଚିତ ଯେ ସେହି ସହିଦମାନଙ୍କ ଦେଶପ୍ରେମର ଆତ୍ମା ​​ସର୍ବଦା ଆଗାମୀ ପିଢିକୁ ପ୍ରେରଣା ଯୋଗାଇବ । "

Last Updated :Apr 13, 2024, 1:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.