ETV Bharat / bharat

ଡିଜିଟାଲ ରିପୋର୍ଟିଂରେ 'Etv Bharat'କୁ ପ୍ରଥମ ପୁରସ୍କାର

author img

By ETV Bharat Odisha Team

Published : Mar 20, 2024, 11:07 PM IST

ଡିଜିଟାଲ ରିପୋର୍ଟିଂରେ Etv Bharat କୁ ପ୍ରଥମ ପୁରସ୍କାର
ଡିଜିଟାଲ ରିପୋର୍ଟିଂରେ Etv Bharat କୁ ପ୍ରଥମ ପୁରସ୍କାର

ETV Bharat Wins Award for Best Reporting in Online Media Category: ଡିଜିଟାଲ ରିପୋର୍ଟିଂରେ Etv Bharatକୁ ପ୍ରଥମ ପୁରସ୍କାର ଦେଲେ କେରଳ ସରକାର । ଅଧିକ ପଢନ୍ତୁ

ଥିରୁଅନନ୍ତପୁରମ: ଡିଜିଟାଲ ରିପୋର୍ଟିଂ କ୍ଷେତ୍ରରେ ‘Etv Bharat’କୁ ମିଳିଲା ପ୍ରଥମ ପୁରସ୍କାର । କେରଳ ବିଧାନସଭା ଦ୍ବାରା ଆୟୋଜିତ ଅନ୍ତର୍ଜାତୀୟ ପୁସ୍ତକ ମହୋତ୍ସବ (International Book Festival)ର ଦ୍ୱିତୀୟ ସଂସ୍କରଣରେ ଅନଲାଇନ ନ୍ୟୁଜ ପରିବେଷଣ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ପ୍ରଦର୍ଶନ ପାଇଁ ‘ଇଟିଭି ଭରତ’କୁ ଶ୍ରେଷ୍ଠ ରିପୋର୍ଟିଂ ଆଓ୍ବାର୍ଡ ମିଳିଛି । କେରଳ ବାଚସ୍ପତି ଏନ.ଶାମସିର ଏହି ପୁରସ୍କାର ପ୍ରଦାନ କରିଥିଲେ । ଥିରୁଅନନ୍ତପୁରମର ବିଧାନସଭା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ଇଟିଭି ଭାରତ’-‘କେରଳ’ର ଥିରୁଅନନ୍ତପୁରମ ବ୍ୟୁରୋ ଚିଫ୍‌ ବିଜୁ ଗୋପୀନାଥ, ସାମ୍ବାଦିକ ସୁରଜ ସୁରେନ୍ଦ୍ର, ଜି.ନନ୍ଦନ ଓ ରମିଜ ମହମ୍ମଦ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଆଓ୍ବାର୍ଡ ସହ କ୍ୟାସ ପ୍ରାଇଜ ମଧ୍ୟ ରହିଛି ।

ପୁରସ୍କାର ବିତରଣ ସମାରୋହକୁ ସମ୍ବୋଧିତ କରି ବାଚସ୍ପତି ଏନ. ଶାମସିର୍ ଦେଶରେ ବର୍ତ୍ତମାନ ଗଣମାଧ୍ୟମର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଗଣତନ୍ତ୍ରରେ ଗଣମାଧ୍ୟମର ଏକ ମୁଖ୍ୟ ଭୂମିକା ରହିଛି ବୋଲି ସେ ମନ୍ତବ୍ୟ ଦେଇଥିଲେ । କହିଥିଲେ ଯେ, ଗଣମାଧ୍ୟମ ସ୍ୱାଧୀନତା ଦୃଷ୍ଟିରୁ ଭାରତ ବିଶ୍ବର ଅନ୍ୟ ଦେଶ ତୂଳନାରେ ନିମ୍ନସ୍ଥାନରେ ରହିଛି । ହେଲେ ରାଜ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ କେରଳ ଏହି ପ୍ରସଙ୍ଗରେ ଆଗରେ ରହିଛି । ସତ୍ୟ ଓ ନିରପେକ୍ଷ ଖବର ପ୍ରସାରଣ କରିବାକୁ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ । ଡିଜିଟାଲ ଖବର ପ୍ରସାରଣ କ୍ଷେତ୍ରରେ ଇଟିଭି ଭାରତର ଦାୟିତ୍ବ ଓ କାର୍ଯ୍ୟଶୈଳୀକୁ ବାଚସ୍ପତି ପ୍ରଶଂସା ମଧ୍ୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ଖରାପ ପାଗ କାରଣରୁ ପ୍ରଧାନମନ୍ତ୍ରୀଙ୍କ ଭୁଟାନ ଗସ୍ତ ସ୍ଥଗିତ

ତେବେ ଏଠାରେ ସୂଚନାଯୋଗ୍ୟ ଯେ, ଇଟିଭି ଭାରତ ହେଉଛି ଦେଶର ସର୍ବବୃହତ ଡିଜିଟାଲ ନ୍ୟୁଜ ପ୍ଲାଟଫର୍ମ । ଏହା 2018ରେ ପ୍ରତିଷ୍ଠା ହେବା ପରେ ଗତ 6ବର୍ଷ ଧରି ଉଭୟ ହିନ୍ଦୀ ଓ ଇଂରାଜୀ ସମେତ ଦେଶର ସମସ୍ତ ଆଞ୍ଚଳିକ ଭାଷାରେ ଡିଜିଟାଲ ଖବର ପ୍ରସାରଣ କରିଆସୁଛି । ଦୃତ କଭରେଜ ଓ ନିରପେକ୍ଷ ସୂଚନା ପ୍ରସାରଣ କରିବାରେ ‘ଇଟିଭି ଭାରତ’ର ପାଠକୀୟ ଆଦୃତି ମଧ୍ୟ ରହିଛି । ଗୋଟିଏ ଆପ୍ଲିକେସନ ମାଧ୍ୟମରେ ଦେଶର କୌଣସି କୋଣରୁ ଗୁରୁତ୍ବପୂର୍ଣ୍ଣ ଖବର ମୋବାଇଲ ବ୍ୟବହାରକାରୀଙ୍କ ନିକଟରେ ପହଞ୍ଚାଇବାରେ ଇଟିଭି ଭାରତ ସଫଳ । କେବଳ ଖବର ନୁହେଁ ବରଂ ସ୍ବାସ୍ଥ୍ୟ ଓ କରେଣ୍ଟ ଆଫାଏର୍ସ ପରି ବିଷୟବସ୍ତୁ ମଧ୍ୟ ଇଟିଭି ଭାରତରେ ଉପଲବ୍ଧ ରହିଛି । ଯାହା ପାଠକଙ୍କୁ ଇଟିଭି ଭାରତ ପ୍ରତି ଆକର୍ଷିତ କରିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.