ETV Bharat / bharat

ଡ୍ରଗ୍ସ ତସ୍କରୀ ମାମଲା, ପୂର୍ବତନ ଡିଏମକେ ନେତାଙ୍କ ଏକାଧିକ ସ୍ଥାନରେ ଇଡି ରେଡ୍ - ED Raids In TN

author img

By ETV Bharat Odisha Team

Published : Apr 9, 2024, 1:11 PM IST

ED Raids Multiple Locations In TN
ED Raids Multiple Locations In TN

ED Raids Multiple Locations In TN: ଡ୍ରଗ୍ସ ତସ୍କରୀ ମାମଲାରେ ତାମିଲନାଡୁର 25 ସ୍ଥାନରେ ଇଡି ରେଡ୍ । ପୂର୍ବତନ ଡିଏମକେ ନେତା ଜାଫର ସାଦିକଙ୍କ ବିରୋଧରେ ଚାଲିଛି ରେଡ୍ । ଅଧିକ ପଢନ୍ତୁ

ଚେନ୍ନାଇ: ତାମିଲନାଡୁରେ ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅନେକ ସ୍ଥାନରେ ରେଡ ଜାରି ରହିଛି । ଡ୍ରଗ୍ସ ଚୋରା କାରବାର ସହ ଜଡିତ ଅର୍ଥ ହେରଫେର ମାମଲାରେ ଇଡି ପକ୍ଷରୁ ଏହି ରେଡ୍ କରାଯାଉଛି । ଏହି ମାମଲାରେ ପୂର୍ବତନ ଡିଏମକେ ନେତା ଜାଫର ସାଦିକ ଏବଂ ଅନ୍ୟମାନଙ୍କ ବିରୋଧରେ ତଦନ୍ତ ଚାଲିଛି । ତେବେ ରେଡ ସମୟରେ ଏ ଯାଏଁ କଣ ଜବତ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ଚେନ୍ନାଇ, ମଦୁରାଇ ଏବଂ ତିରୁଚିରାପଲ୍ଲୀର 25ଟି ସ୍ଥାନରେ ଇଡି ପକ୍ଷରୁ ରେଡ୍ ଜାରି ରହିଛି । ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁସାରେ, କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ସହଯୋଗରେ ଏଜେନ୍ସି ପକ୍ଷରୁ ଏହି ଚଢାଉ କରାଯାଇଛି । ପୂର୍ବତନ ଡିଏମକେ ନେତା ସାଦିକ ମଧ୍ୟ ଜଣେ ତାମିଲ ଚଳଚ୍ଚିତ୍ର ନିର୍ମାତା । ତେବେ ଚଢାଉ ସମୟରେ ତାଙ୍କ ସହିତ ତାମିଲ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆମୀର ଏବଂ ଅନ୍ୟମାନଙ୍କ ଠିକଣାରେ ମଧ୍ୟ ଚଢାଉ କରାଯାଇଛି । ଗତମାସରେ ହିଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ 36 ବର୍ଷୀୟ ସାଦିକଙ୍କୁ ଗିରଫ କରିଥିଲା । ସେ 3500 କିଲୋଗ୍ରାମ ସିଉଡୋଫେଡ୍ରେନ ଚୋରା ଚାଲାଣ କରିଥିବା ଅଭିଯୋଗ ହୋଇଛି । ଏହାର ବଜାର ମୂଲ୍ୟ 2 ହଜାର କୋଟିରୁ ଅଧିକ ରହିଛି ।

ଏହା ମଧ୍ୟ ପଢନ୍ତୁ: ବଢୁଛି ଆପ୍ ଟେନସନ୍, ମଦ ଦୁର୍ନୀତି ମାମଲାରେ ଆଉ ଜଣେ ଦିଲ୍ଲୀ ମନ୍ତ୍ରୀଙ୍କୁ ED ସମନ - ED ISSUES SUMMONS TO KAILASH GAHLOT

ଏନସିବି ପକ୍ଷରୁ କୁହାଯାଇଥିଲା ଯେ, ତାମିଲ ଏବଂ ହିନ୍ଦୀ ଚଳଚ୍ଚିତ୍ର ଫାଇନାନ୍ସର୍, କିଛି ହାଇପ୍ରୋଫାଇଲ୍ ଲୋକ ଏବଂ ରାଜନୈତିକ ପାଣ୍ଠି ସହିତ ସାଦିକଙ୍କ ଲିଙ୍କ ରହିଥିଲା । ଡ୍ରଗ୍ସ ତସ୍କରୀରେ ତାଙ୍କ ନାମ ସାମ୍ନାକୁ ଆସିବା ପରେ ସାଦିକଙ୍କୁ ଫେବୃଆରୀରେ ଡିଏମକେରୁ ବହିଷ୍କାର କରାଯାଇଥିଲା । ଏନସିବି ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ମିଳିତ ଭାବେ ତାଙ୍କୁ ଜୟପୁରରୁ ଗିରଫ କରିଥିଲେ । ଏନସିବି ଅନୁଯାୟୀ, ଜାଫର ହେଉଛି ଏକ ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟର ମାଷ୍ଟରମାଇଣ୍ଡ । ଫେବୃଆରୀ 15ରେ, ଏନସିବି ଏହି ସିଣ୍ଡିକେଟ୍ ସହିତ ଜଡିତ 3 ଜଣଙ୍କୁ ଦିଲ୍ଲୀରୁ ଗିରଫ କରି 50 କିଲୋଗ୍ରାମ ଡ୍ରଗ୍ସ ଜବତ କରିଥିଲା । ଜାଫର ମାଲେସିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆରେ 4000 କୋଟି ଟଙ୍କାର ଡ୍ରଗ୍ସ ଯୋଗାଇଥିଲେ । ଏହି ଟଙ୍କା ସେ ଫିଲ୍ମ ତିଆରି ପାଇଁ ଖର୍ଚ୍ଚ କରୁଥିବା ନେଇ ଏନସିବି ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.