ETV Bharat / bharat

ବଢୁଛି ଆପ୍ ଟେନସନ୍, ମଦ ଦୁର୍ନୀତି ମାମଲାରେ ଆଉ ଜଣେ ଦିଲ୍ଲୀ ମନ୍ତ୍ରୀଙ୍କୁ Ed ସମନ - Ed Issues Summons To Kailash Gahlot

author img

By ETV Bharat Odisha Team

Published : Mar 30, 2024, 11:51 AM IST

Minister Kailash Gahlot Summoned By ED: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି ବଢୁଛି ଚିନ୍ତା । ଆଉ ଜଣେ ଆପ୍ ନେତାଙ୍କୁ ଇଡି ସମନ । ପରିବହନ ମନ୍ତ୍ରୀ କୈଳାସ ଗେହଲଟକୁ ED ସମନ ଜାରି କରିବା ପରେ ହାଜର ହୋଇଛନ୍ତି ଦିଲ୍ଲୀ ମନ୍ତ୍ରୀ । ଅଧିକ ପଢନ୍ତୁ

Minister Kailash Gahlot Summoned By ED
Minister Kailash Gahlot Summoned By ED

ନୂଆଦିଲ୍ଲୀ: ଦିନକୁ ଦିନ ବଢିବାରେ ଲାଗିଛି ଦିଲ୍ଲୀ ଆପ ନେତାଙ୍କ ଅଡୁଆ । ଜଣଙ୍କ ପରେ ଜଣେ ଆପ ନେତା ତଥା ମନ୍ତ୍ରୀ ଗିରଫ ହେଉଥିବା ବେଳେ ବର୍ତ୍ତମାନ ଆଉ ଜଣେ ମନ୍ତ୍ରୀଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାସ ଗେହଲଟକୁ ଜେରା ପାଇଁ ଡକାଇଲା ଇଡି । ବହୁଚର୍ଚ୍ଚିତ ମଦ ଦୁର୍ନୀତି ମାମଲାରେ ହାଜର ହେବା ପାଇଁ ଇଡି ନୋଟିସ ପଠାଇଥିବା ବେଳେ, ଗେହଲଟ ଆଜି ଇଡି କାର୍ଯ୍ଯାଳୟରେ ହାଜର ହୋଇଥିବା ସୂଚନା ମିଳିଛି ।

ପ୍ରକାଶଥାଉକି, ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଇଡି ଅନେକ ଆପ ନେତା ଏବଂ ମନ୍ତ୍ରୀଙ୍କୁ ଗିରଫ କରିଛି । ଦିଲ୍ଲୀ ପରିବହନ ମନ୍ତ୍ରୀ ଦିଲ୍ଲୀ ମଦ ନୀତିର ଡ୍ରାଫ୍ଟ ପ୍ରସ୍ତୁତ କରିଥିବା ନେଇ ଇଡି ଅଭିଯୋଗ କରିଛି ।

ଏହା ମଧ୍ୟ ପଢନ୍ତୁ: ଜେଲରୁ ଚାଲିପାରିବ କି ଆପ୍‌ ସରକାର ? କଣ କହୁଛି ଆଇନଗତ ଦିଗ - Kejriwal Run Govt From Jail

ଏହାସହ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଇଡି ପକ୍ଷରୁ ଦାବି କରି କୁହାଯାଇଛି ଯେ, ସାଉଥଗ୍ରୁପକୁ ଲିକର ପଲିସି ଡ୍ରାଫ୍ଟ ଲିକ୍ କରାଯାଇଥିଲା । ମଦ ନୀତି ପ୍ରସ୍ତୁତ ହେଉଥିବା ବେଳେ ଆପ ଯୋଗାଯୋଗ ଦାୟିତ୍ବରେ ରହିଥିବା ବିଜୟ ନାୟାରଙ୍କୁ ତାଙ୍କ ବାସଭବନ ଦେଇଥିବା ନେଇ ମନ୍ତ୍ରୀ କୈଳାସଙ୍କ ନାଁରେ ଅଭିଯୋଗ ହୋଇଛି । ଏହାସହ ଗେହଲଟ ବାରମ୍ବାର ମୋବାଇଲ ନମ୍ବର ବଦଳାଇଥିବା ନେଇ ମଧ୍ୟ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: କେଜ୍ରିଓ୍ବାଲଙ୍କୁ ଗିରଫ କଲା ED, ବାହାରେ ସମର୍ଥକଙ୍କ ପ୍ରବଳ ହଙ୍ଗାମା - ARVIND KEJRIWAL ARRESTED

ଦିଲ୍ଲୀ ସରକାରରେ ପରିବହନ ମନ୍ତ୍ରୀ ରହିଛନ୍ତି କୈଳାସ ଗେହଲଟ: ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାରରେ ପରିବହନ ମନ୍ତ୍ରୀ ରହିଛନ୍ତି କୈଳାସ ଗେହଲଟ । ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନିକଟତର ବୋଲି କୁହାଯାଏ । ବହୁ ଚର୍ଚ୍ଚିତ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗତ ମାର୍ଚ୍ଚ 21 ତାରିଖରେ ଗିରଫ କରିଥିଲା ଇଡି । ଏପ୍ରିଲ 1 ତାରିଖ ଯାଏ ସେ ଇଡି ହେପାଜତରେ ରହିଛନ୍ତି । ଅନ୍ୟପଟେ କେଜ୍ରିଓ୍ବାଲଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବଂ ସାସଂଦ ସଞ୍ଜୟ ରାଉତ ମଧ୍ୟ ଗିରଫ ହୋଇ ଜେଲରେ ରହିଛନ୍ତି ।

ମଦ ଦୁର୍ନୀତି ମାମଲା କଣ: 2020 ମସିହାରେ ଦିଲ୍ଲୀରେ ମଦ ନୀତି ପ୍ରଣିତ ହୋଇଥିଲା । 2021 ନଭମ୍ବର ମାସରେ ଏହା କାର୍ଯ୍ୟକାରୀ ହୋଇଥିଲା । ଏଥିରେ ଥିବା ବ୍ୟବସ୍ଥା ଗୁଡିକରେ ସନ୍ଦେହ ହେବାରୁ ଦିଲ୍ଲୀର ତତକାଳନୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଗତ ଜୁଲାଇ ମାସରେ ଦିଲ୍ଲୀ ସରକାର ନୂଆ ଅବକାରୀ ନୀତିକୁ ପ୍ରତ୍ୟାହାର କରିନେଇଥିଲେ । ପୂର୍ବରୁ ଦିଲ୍ଲୀରେ ସରକାରୀ ମଦ ଦୋକାନଗୁଡିକରେ ମଦ ବିକ୍ରି ହେଉଥିଲା ।

ନୂଆ ଅବକାରୀ ନୀତି ଅଧିନରେ ଘରୋଇ କମ୍ପାନୀ ଓ ଦୋକାନଗୁଡିକୁ ମଦ ବିକ୍ରି ପାଇଁ ଅନୁମତି ଦିଆଗଲା । ଏ ସମ୍ପର୍କରେ ସରକାରଙ୍କ କହିବା କଥା ଥିଲା ଯେ, ଏପରି ହେଲେ କମ୍ପାନୀଗୁଡିକ ମଧ୍ୟରେ ପ୍ରତିଯୋଗିତା ହେବ ଏବଂ ଲୋକ କମ୍ ଦାମରେ ମଦ କ୍ରୟ କରିପାରିବେ । ଦୋକାନରେ ଉଭୟ ଦେଶୀ ଏବଂ ବିଦେଶୀ ବ୍ରାଣ୍ଡ ମଦ ମିଳିବା ସହ ମଦ ମାଫିଆଙ୍କ ଉପରେ ଅଙ୍କୁଶ ଲାଗି ପାରିଥାନ୍ତା । ହେଲେ ପରବର୍ତ୍ତୀ ସମୟରେ ଏହି ଅବକାରୀ ନୀତିରେ ଅନିୟମିତତା ନେଇ ଉପରାଜ୍ୟପାଳ ଅବକାରୀ ବିଭାଗର ପୂର୍ବତନ କମିଶନର ଗୋପୀ କୃଷ୍ଣ ଏବଂ ଡେପୁଟି କମିଶନର ଆନନ୍ଦ କୁମାର ତିୱାରୀଙ୍କ ସମେତ ୧୧ ଜଣ ଅଧିକାରୀଙ୍କୁ ସସପେଣ୍ଡ କରିଥିଲେ । ତେବେ ଏହି ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମିଶାଇ ୧୫ରୁ ଅଧିକ ବ୍ୟକ୍ତି ସିବିଆଇ ସ୍କାନରକୁ ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.