ETV Bharat / bharat

ଦିଲ୍ଲୀ କଂଗ୍ରେସ ସଭାପତି ଅରବିନ୍ଦର ସିଂଙ୍କ ଇସ୍ତଫା, ହାଇକମାଣ୍ଡ ଦେଲେ ମଞ୍ଜୁରୀ - Arvinder Singh Lovely resigned

author img

By ETV Bharat Odisha Team

Published : Apr 28, 2024, 5:38 PM IST

ARVINDER SINGH LOVELY RESIGNED
ARVINDER SINGH LOVELY RESIGNED

ARVINDER SINGH LOVELY RESIGNED: ଦିଲ୍ଲୀ କଂଗ୍ରେସ ସଭାପତି ଅରବିନ୍ଦର ସିଂଙ୍କ ଇସ୍ତଫାକୁ ମଞ୍ଜୁର ପ୍ରଦାନ କଲେ ଦଳର ହାଇକମାଣ୍ଡ । ଦିଲ୍ଲୀ ରାଜନୀତିରେ ବଡ଼ ଧରଣର ଅଦଳ ବଦଳ ନେଇ ଚର୍ଚ୍ଚା ଜୋରସୋର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ନିର୍ବାଚନ ବେଳେ ଦିଲ୍ଲୀ କଂଗ୍ରେସ ସଭାପତି ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା । ଆଜି ସେ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ତାଙ୍କ ଇସ୍ତଫାକୁ ମଞ୍ଜୁର ହାଇକମାଣ୍ଡ ସ୍ବୀକାର କରିଛନ୍ତି । ଏହାପରେ ଦିଲ୍ଲୀ ରାଜନୀତିରେ ବଡ଼ ଧରଣର ଅଦଳ ବଦଳ ହେବାର ସମ୍ଭାବନା ରହିଛି । ଏନେଇ ଦିଲ୍ଲୀ ପ୍ରଦେଶ କଂଗ୍ରେସ ପ୍ରଭାରୀ ଦୀପକ ବାୱରିଆ ଏକ୍ସ ସାଇଟରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି ।

ଏନେଇ ଦୀପକ ବାୱରିଆ କହିଛନ୍ତି, " ଦଳର ହାଇକମାଣ୍ଡ ଲଭଲିଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି । ଏବେ କିଏ ନୂଆ ଅଧ୍ୟକ୍ଷ ହେବ ସେ ନେଇ ନିଷ୍ପତ୍ତି ନିଆଯାଇନାହିଁ । ଏବେ ଇସ୍ତଫା ନେଇ ଆଲୋଚନା ହୋଇଛି । ପରାମର୍ଶ ପରେ ନୂତନ ସଭାପତିଙ୍କ ସମ୍ପର୍କରେ ସୂଚନା ଦିଆଯିବ।" ଅରବିନ୍ଦର ସିଂ ଲଭଲି ରବିବାର ନିଜ ପଦରୁ ଇସ୍ତଫା ଦେବାବେଳେ ଆମ୍ ଆଦମୀ ପାର୍ଟି ସହ ମେଣ୍ଟ ତଥା ଦୀପକ ବାୱରିଆଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଗଡେଙ୍କୁ 4 ପୃଷ୍ଠାର ଏକ ଚିଠି ପ୍ରଦାନ କରିଛନ୍ତି । ଦିଲ୍ଲୀ କଂଗ୍ରେସ ମୁଖ୍ୟ ପଦରୁ ସେ ଇସ୍ତଫା ଦେବା ନେଇ ଉଲ୍ଲେଖ କରିଛନ୍ତି । ଲଭଲିଙ୍କ ଇସ୍ତଫା ପରେ ଦିଲ୍ଲୀରେ ରାଜନୀତି ସରଗରମ ହୋଇଛି ।

ସିଟ୍‌ ସେୟାରିଂକୁ ନେଇ ଅସନ୍ତୋଷ:- 'ଇଣ୍ଡିଆ' ସହ ମେଣ୍ଟ ଗଠନ ପରେ ଆପ୍‌ ଓ କଂଗ୍ରେସ ମଧ୍ୟରେ ସିଟ୍ ଭାଗବଣ୍ଟାକୁ ନେଇ ଦୁଇ ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ବିଶେଷକରି ଉତ୍ତର ପୂର୍ବ ଲୋକସଭା ଆସନ ଏବଂ ଦିଲ୍ଲୀର ଉତ୍ତର ପଶ୍ଚିମ ଲୋକସଭା ଆସନରେ ବହୁତ ଉତ୍ତେଜନା ଦେଖାଦେଇଥିଲା । ଅରବିନ୍ଦର ସିଂ ଲଭଲି ରବିବାର ନିଜ ପଦରୁ ଇସ୍ତଫା ଦେବାବେଳେ ଆମ୍ ଆଦମୀ ପାର୍ଟି ସହ ମେଣ୍ଟ ନେଇ ମଧ୍ୟ ଅସନ୍ତୁଷ୍ଟ ଥିବା କହିଛନ୍ତି ।

2017ରେ କଂଗ୍ରେସ ଛାଡି ବିଜେପିରେ ଯୋଗଦାନ:- ପୂର୍ବରୁ ଅରବିନ୍ଦର ସିଂ ଲଭଲି 2017ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ପ୍ରାୟ 1 ବର୍ଷ ଧରି ବିଜେପି ନେତା ଭାବେ କାମ କରିବା ପରେ 2018ରେ ତାଙ୍କ ଘରବାହୁଡ଼ା ହୋଇଥିଲା । ତାଙ୍କୁ ପୁଣି କଂଗ୍ରେସକୁ ଫେରାଇ ଆଣିବା ଲାଗି ତତ୍କାଳୀନ ଦିଲ୍ଲୀ ପ୍ରଦେଶ ପ୍ରଭାରୀ ପିସି ଚାକୋଙ୍କ ମୁଖ୍ୟ ଭୂମିକା ରହିଥିଲା । ଏହାପରେ ଲଭଲିଙ୍କୁ ଦିଲ୍ଲୀ ପୂର୍ବ ଲୋକସଭା ଆସନରୁ ଟିକଟ ମିଳିଥିଲା । ହେଲେ ସେ ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀରଙ୍କଠାରୁ ପରାଜିତ ହୋଇଥିଲେ ।

ଲୋକସଭା ନିର୍ବାଚନ ଲଢିବା ପାଇଁ ଆଗ୍ରହୀ ଥିଲେ:- ଲଭଲି ଏଥର ମଧ୍ୟ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ବନ୍ଦ୍ବିତା କରିବାକୁ ଆଗ୍ରହୀ ଥିଲେ । କିନ୍ତୁ ଏଥର ଦଳ 'ଇଣ୍ଡିଆ' ମେଣ୍ଟ ଯୋଗୁଁ ଆପ୍‌ ସହ ମିଳିତ ଭାବେ ଆସନ ଭାଗବଣ୍ଟା କରିଛି । ଆପ୍‌ ଦିଲ୍ଲୀରେ କଂଗ୍ରେସକୁ 3ଟି ସିଟ୍ ଦେଇଛି । ଯେଉଁଥିରେ ଉତ୍ତର ପୂର୍ବ, ଉତ୍ତର ପଶ୍ଚିମ ଏବଂ ଚାନ୍ଦନୀ ଚୌକ ଲୋକସଭା ଆସନ ରହିଛି । ଏଥିଲାଗି କଂଗ୍ରେସର ଉତ୍ତର ପୂର୍ବ, ଉତ୍ତର ପଶ୍ଚିମ ଆସନରୁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ରହିଛି ।

ଏହା ବି ପଢନ୍ତୁ- 3 ରାଜ୍ୟରେ 10 ଲୋକସଭା ପ୍ରାର୍ଥୀ ଦେଲା କଂଗ୍ରେସ, ଉତ୍ତର-ପୂର୍ବ ଦିଲ୍ଲୀରୁ କହ୍ନେୟା କୁମାର, ଜଳନ୍ଧରରୁ ଚନ୍ନୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.