ETV Bharat / bharat

ସ୍କର୍ପିଓ ଗାଡ଼ି ପାଇଁ ଭାଙ୍ଗିଲା ବାହାଘର, ଥାନାରେ ମାମାଲା

author img

By ETV Bharat Odisha Team

Published : Jan 29, 2024, 10:08 PM IST

ସ୍କର୍ପିଓ ଗାଡ଼ି ପାଇଁ ଭାଙ୍ଗିଲା ବାହାଘର , ଥାନାରେ ମାମାଲା
ସ୍କର୍ପିଓ ଗାଡ଼ି ପାଇଁ ଭାଙ୍ଗିଲା ବାହାଘର , ଥାନାରେ ମାମାଲା

Marriage Broke For Scorpio Car: ଆଜି ମଧ୍ୟ ସମାଜରେ ବଞ୍ଚି ରହିଛି ଯୌତୁକ ପ୍ରଥା । ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବାବେଳେ ବରର ସ୍କର୍ପିଓ ଗାଡ଼ି ଦାବି ପାଇଁ ଭାଙ୍ଗିଲା ବିବାହ । ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶରେ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଯୌତୁକ ପାଇଁ ଭାଙ୍ଗିଲା ବାହାଘର । ସ୍କର୍ପିଓ ଗାଡ଼ି ନଦେବାରୁ ବାହାଘର ଭାଙ୍ଗିଲା ବର । ସମାଜ ଦିନକୁ ଦିନକୁ ପରିବର୍ତ୍ତନ ହେଉଥିବା ବେଳେ ଏବେ ବି ରହିଛି ଯୌତୁକ ପ୍ରଥା । ବାହାଘର ପାଇଁ କଲ୍ୟାଣୀ ମଣ୍ଡପ ସହ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । ହେଲେ ହଠାତ୍ ବର ପକ୍ଷରୁ ଯୌତୁକ ପାଇଁ ସ୍କର୍ପିଓ ଗାଡ଼ି ଦାବି କରାଯାଇଥିଲା ।ତେବେ କନ୍ୟା ପକ୍ଷର ଦାବିରେ ସହମତି ନହେବା କାରଣରୁ ବିବିହା ଭାଙ୍ଗି ଯାଇଥିଲା । ଏଭଳି ଏକ ଅଭାବନୀ ଘଟଣା ଘଟିଛି ଉତ୍ତର ପ୍ରଦେଶର ମାଲିହାବାଦରେ । ଏହାପରେ ଥାନା ଦ୍ବାରସ୍ତ ହୋଇଛନ୍ତି କନ୍ୟାପକ୍ଷ ।

ପୋଲିସର ସୂଚନା ଅନୁଯାୟୀ , ମାଲିହାବାଦ ପୋଲିସ ଥାନା ଅନ୍ତର୍ଗତ ଏକ ଗାଁର ଜଣେ ବିଧବା ମହିଳାଙ୍କ ଝିଅଙ୍କ ବାହାଘର ଠାକୁରଗଞ୍ଜ ପୋଲିସ ଥାନା ଅନ୍ତର୍ଗତ ମାଧବପୁର ଗ୍ରାମର ସରୋଜଙ୍କ ସହ ଠିକ୍ ହୋଇଥିଲା । ଗତବର୍ଷ ଡିସେମ୍ବର ୧୭ରେ ତାରିଖରେ ଉଭୟଙ୍କ ବାହାଘର ସ୍ଥିର ହୋଇଥିଲା । ତେବେ ଚଳିତ ମାସ ଫେବୃଆରୀ ୨୨ରେ ହଳଦୀ ସମାରୋହ ଧାର୍ଯ୍ୟ କରାଯାଇଥିଲା । ହେଲେ ଗତ ୨୫ତାରିଖ ଦିନ ପୁଅ ପକ୍ଷରୁ ଏକ ଫୋନକଲ୍ ଆସିଥିଲା । ସେମାନେ ଯୌତୁକ ଆକାରରେ ଏକ ସ୍କର୍ପିଓ ଗାଡ଼ି ମାଗିଥିଲେ । ଯଦି ସ୍କର୍ପିଓ ଗାଡି ନ ଦିଅନ୍ତି , ତାହାଲେ ବିବାହ କରିବେ ନାହିଁ ବୋଲି କହିଥିଲେ । ଏହାପରେ ୨୬ ତାରିଖ ଦିନ ଉଭୟଙ୍କ ଗୋଦଭରାଇ କାର୍ଯ୍ୟକ୍ରମ ହୋଇପାରି ନଥିଲା ।

ଅନ୍ୟପଟେ କନ୍ୟାଙ୍କ ମାଆ ଅଭିଯୋଗ କରିଛନ୍ତି ଯେ ବରର ସପିଂ ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେଇଛନ୍ତି । ଏହାସହ ତାଙ୍କ ଛୋଟ ବଡ଼ ଖର୍ଚ୍ଚ ମଧ୍ୟ ପୂରଣ କରାଯାଇଛି । ସମସ୍ତ ସମ୍ପର୍କୀୟଙ୍କୁ ବିବାହ କାର୍ଡ ବଣ୍ଟନ ମଧ୍ୟ ସରିଥିଲା । ଏହାସହ ବିବାହ ପାଇଁ କଲ୍ୟାଣୀ ମଣ୍ଡପ , ଗେଷ୍ଟ ହାଉସ ଏବଂ କନ୍‌ଫେରେନ୍ସ ହଲ ଇତ୍ୟାଦି ବୁକିଙ୍ଗି ସରିଥିଲା । ଜାନୁଆରୀ ୨୫ରେ ବର ଫୋନ୍ କରି କହିଥିଲେ, ଯେ ସେ ବିବାହ କରିପାରିବେ ନାହିଁ । ତେବେ ଏହି ଘଟଣାକୁ ନେଇ ପୋଲିସରେ ଅଭିଯୋଗ କରିବା ସହ କ୍ଷତି ପୂରଣ ଦାବି କରିଛନ୍ତି କନ୍ୟା ପକ୍ଷ ।

ଏହା ମଧ୍ୟ ପଢନ୍ତୁ ....ସୈଫ-ଅମୃତାଙ୍କ ବିବାହ ବିଚ୍ଛେଦ ନେଇ ମୁହଁ ଖୋଲିଲେ ଶର୍ମିଲା, କହିଲେ ଏହା ସହଜ ନଥିଲା

ଅନ୍ୟପଟେ ମଲିହାବାଦ ଥାନା ଅଧିକାରୀ ସୁରେଶ ସିଂ କହିଛନ୍ତି ଯେ ଜଣେ ବର ଯୌତୁକ ବାବଦକୁ ସ୍କର୍ପିଓ କାର ମାଗିଥିଲେ । କନ୍ୟା ପରିବାର ଗାଡ଼ି ଦେବାରେ ଅସମର୍ଥ ହୋଇଥିଲେ । ଫଳରେ ଉଭୟଙ୍କ ବାହାଘର ଭାଙ୍ଗି ଯାଇଥିଲା । ଏହି ଘଟଣାରେ ବରର ପରିବାର ବିରୋଧରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ବ୍ୟୁରେ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.