ETV Bharat / entertainment

ସୈଫ-ଅମୃତାଙ୍କ ବିବାହ ବିଚ୍ଛେଦ ନେଇ ମୁହଁ ଖୋଲିଲେ ଶର୍ମିଲା, କହିଲେ ଏହା ସହଜ ନଥିଲା

author img

By ETV Bharat Odisha Team

Published : Dec 28, 2023, 1:54 PM IST

Sharmila Tagore On Saif-Amrita Divorce: କରଣ ଜୋହରଙ୍କ ଶୋ' କଫି ୱିଥ କରଣର ଲାଟେଷ୍ଟ ଏପିସୋଡରେ ବର୍ତ୍ତମାନ ସୈଫ ଅଲି ଖାନ ଏବଂ ଶର୍ମିଲା ଟାଗୋର ମାଆ-ପୁଅ ଯୋଡିଙ୍କୁ ଦେଖିବାକୁ ମିଳିଛି । ଏହି ସମୟରେ ଶର୍ମିଲା ଟାଗୋର ପୁଅ ସୈଫଙ୍କ ପ୍ରଥମ ବିବାହ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ

ସୈଫ-ଅମୃତାଙ୍କ ବିବାହ ବିଚ୍ଛେଦ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଶର୍ମିଲା ଟାଗୋର, କହିଲେ- 'ଏହା ସହଜ ନଥିଲା'
ସୈଫ-ଅମୃତାଙ୍କ ବିବାହ ବିଚ୍ଛେଦ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଶର୍ମିଲା ଟାଗୋର, କହିଲେ- 'ଏହା ସହଜ ନଥିଲା'

ହାଇଦ୍ରାବାଦ: କରଣ ଜୋହରଙ୍କ ସେଲିବ୍ରିଟି ଚାଟ୍ ଶୋ' କଫି ୱିଥ କରଣ ସିଜନ ୮ର ଲାଟେଷ୍ଟ ଏପିସୋଡରେ ସୈଫ ଅଲି ଖାନ ଏବଂ ଶର୍ମିଲା ଟାଗୋରଙ୍କ ମାଆ-ପୁଅ ଯୋଡି ସାମିଲ ହୋଇଛନ୍ତି । ଏହି ଏପିସୋଡ ଡିସ୍ନି ହଟଷ୍ଟାରରେ ମଧ୍ୟରାତ୍ର ୧୨ଟା ସମୟରେ ଷ୍ଟ୍ରିମିଂ ହୋଇଛି । ଏହି ଶୋ'ରେ ଉଭୟ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଅନେକ ଖୁଲାସା କରିଥିବା ଦେଖିବାକୁ ମିଳିଛି । ତେବେ ଏହି ସମୟରେ ଶର୍ମିଲା ଟାଗୋର ପୁଅ ସୈଫଙ୍କ ପ୍ରଥମ ବିବାହ ନେଇ ପ୍ରତିକ୍ରିୟା ଦେଇଛନ୍ତି ।

ସୈଫ ଅଲି ଖାନ ପ୍ରଥମେ ବଲିଉଡ ଅଭିନେତ୍ରୀ ଅମୃତା ସିଂଙ୍କୁ ବିବାହ କରିଥିଲେ । କିଛି ବର୍ଷ ପରେ ଉଭୟଙ୍କ ଛାଡପତ୍ର ହୋଇଥିଲା । ତେବେ ପୁଅର ପ୍ରଥମ ବିବାହ ବିଚ୍ଛେଦ ନେଇ ବର୍ତ୍ତମାନ ପ୍ରତିକ୍ରିୟା ଦେଇଛନ୍ତି ମା' ଶର୍ମିଲା । ଦୀର୍ଘ ୧୯ ବର୍ଷ ପରେ ଶର୍ମିଲା ସୈଫ ଏବଂ ଅମୃତାଙ୍କ ବିବାହ ବିଚ୍ଛେଦ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ସେହି ସମୟ ପୁରା ପରିବାର ପାଇଁ ବହୁତ କଷ୍ଟଦାୟକ ଥିଲା ।

ସେହି ସମୟରେ କେବଳ ସୈଫ ନୁହଁ ପୁରା ପରିବାର ଅମୃତା ଏବଂ ପିଲାମାନଙ୍କୁ ହରାଇବାର ଦୁଃଖରେ ଥିଲା । କିନ୍ତୁ ମୁଁ ଚେଷ୍ଟା କଲି ଏବଂ ଆମେ ମିଶି ଏହାକୁ ସମାଧାନ କଲୁ । କେବଳ ଏତିକି ନୁହେଁ ସୈଫ ଅଲି ଖାନ କରଣଙ୍କ ଶୋ'ରେ ଏହା ମଧ୍ୟ ଖୁଲାସା କରିଛନ୍ତି ଯେ, ଅମୃତା ସିଂଙ୍କ ଠାରୁ ସେ ଅଲଗା ହେବା କଥା ସର୍ବପ୍ରଥମେ ସେ ମାଆ ଶର୍ମିଲାଙ୍କୁ କହିଥିଲେ । ସେତେବେଳେ ମାଆ ମୋତେ କହିଥିଲେ ଯେ, 'ଯଦି ତୁମେ ଏହା ଚାହୁଁଛ ତେବେ ମୁଁ ତୁମ ସାଥୀରେ ଅଛି ।'

ଏହା ମଧ୍ୟ ପଢନ୍ତୁ: ୫ ବର୍ଷ ଲିଭ ଇନରେ ରହିବା ପରେ ସୈଫଙ୍କୁ ବିବାହ କରିଥିଲେ ବେବୋ, ଖୁଲାସା କଲେ ଅଭିନେତ୍ରୀ

ସୂଚନା ଥାଉ କି, ସୈଫ ଏବଂ ଅମୃତା ଅକ୍ଟୋବର ୧୯୯୧ରେ ବିବାହ କରିଥିଲେ । ପରେ ଉଭୟ ୨୦୦୪ ମସିହାରେ ଅଲଗା ହୋଇଗଲେ । ଉଭୟଙ୍କର ଗୋଟିଏ ପୁଅ ସାରା ଅଲି ଖାନ ଏବଂ ପୁଅ ଇବ୍ରାହିମ ଅଲି ଖାନ ଅଛନ୍ତି । ଏହାପରେ କରୀନା କପୁରଙ୍କୁ ସୈଫ ୨ୟ ବିବାହ କରିଥିଲେ । କରୀନା ଏବଂ ସୈଫଙ୍କ ୨ଟି ପୁଅ ରହିଛନ୍ତି ତୈମୁର ଏବଂ ଜୈହ । ତେବେ ସୈଫ ସାରା ଏବଂ ଇବ୍ରାହିମଙ୍କ ସହ ସମୟ ବିତାଉଥିବା ଦେଖିବାକୁ ମିଳିଥାଏ । ଏଥିସହ ସାରା ଏବଂ ଇବ୍ରାହିମଙ୍କ କରୀନା ଏବଂ ତାଙ୍କ ୨ ପୁଅ ତୈମୁର ଏବଂ ଜୈହଙ୍କ ସହ ମଧ୍ୟ ବହୁତ ଭଲ ସମ୍ପର୍କ ରହିଛି । ଅନେକ ସମୟରେ ପୁରା ପରିବାର ଏକାଠି ସେଲିବ୍ରେସନ କରୁଥିବା ଦେଖିବାକୁ ମିଳିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.