ETV Bharat / bharat

‘ଦେଶରେ ବେରୋଜଗାରୀ ହାର ଗତ 40 ବର୍ଷରେ ସର୍ବାଧିକ, 73 ପ୍ରତିଶତ ଦେଶବାସୀ ଏବେ ଉପେକ୍ଷିତ’

author img

By ETV Bharat Odisha Team

Published : Mar 3, 2024, 10:57 PM IST

‘ଦେଶରେ ବେରୋଜଗାରୀ ହାର ଗତ 40 ବର୍ଷରେ ସର୍ବାଧିକ, 73 ପ୍ରତିଶତ ଦେଶବାସୀ ଉପେକ୍ଷିତ’
‘ଦେଶରେ ବେରୋଜଗାରୀ ହାର ଗତ 40 ବର୍ଷରେ ସର୍ବାଧିକ, 73 ପ୍ରତିଶତ ଦେଶବାସୀ ଉପେକ୍ଷିତ’

Rahul Gandhi targets modi govt: ଦେଶରେ ବେରୋଜଗାରୀ ହାର ଗତ 40 ବର୍ଷରେ ସର୍ବାଧିକ ଓ 73 ପ୍ରତିଶତ ଦେଶବାସୀ ଉପେକ୍ଷିତ କହି ମୋଦି ସରକାରକୁ ଟାର୍ଗେଟ କଲେ ରାହୁଲ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ/ପାଟନା: ଆଜି ବିହାର ରାଜଧାନୀ ପାଟନାରେ ଆୟୋଜିତ ‘ଇଣ୍ଡିଆ’ ମେଣ୍ଟର ପ୍ରଥମ ନିର୍ବାଚନୀ କାର୍ଯ୍ୟକ୍ରମ ‘ଜନବିଶ୍ବାସ ରାଲି’ରେ ମୋଦି ସରକାର ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ଦେଶରେ ଏବେ ଯେଉଁ ବେରୋଜଗାରୀ ହାର ଦେଖାଯାଇଛି, ତାହା ଗତ 40 ବର୍ଷରେ ସର୍ବାଧିକ । ଦେଶର ମୋଟ ଜନସଂଖ୍ୟାର ପ୍ରାୟ 73 ପ୍ରତିଶତ ଉପେକ୍ଷାର ଶିକାର ହୋଇଛନ୍ତି । ଉପେକ୍ଷିତ ବର୍ଗ ମଧ୍ୟରେ ଅଧିକାଂଶ ବଞ୍ଚିତ ଓ ଦଳିତ ଶ୍ରେଣୀର ଲୋକେ ରହିଛନ୍ତି ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ରାହୁଲ ଅଭିଯୋଗ କରିଛନ୍ତି ଯେ ଦେଶର କୃଷକ, ଯୁବବର୍ଗର ଲୋକଙ୍କ ପ୍ରତି ଅନ୍ୟାୟ କରାଯାଉଛି । କେନ୍ଦ୍ର ସରକାର 'ଅଗ୍ନିବୀର’ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହା ଅଧୀନରେ ସେନାରେ ଭର୍ତ୍ତି ହେଉଥିବା ବ୍ୟକ୍ତିଙ୍କୁ ଶହୀଦ ହେବାପରେ ସେମାନଙ୍କୁ ଅନ୍ୟ ଶହୀଦଙ୍କ ପରି ସମ୍ମାନ ମିଳିବ ନାହିଁ । ଦେଶର ଯୁବପିଢିଙ୍କ ସହ ସରକାର ଖେଳୁଛନ୍ତି । ମୁଦ୍ରାସ୍ଫୀତି ଏବେ ବଢିଛି । ଦେଶର କୃଷକ ରାଜରାସ୍ତାରେ ବସିଛନ୍ତି । ଦଳିତ ଶୋଷିତ, ବଞ୍ଚିତ ଏବେ ନ୍ୟାୟ ଅପେକ୍ଷାରେ ଅଛନ୍ତି । କଂଗ୍ରେସ ଜାରି ରଖିଥିବା ନ୍ୟାୟ ଯାତ୍ରା ସମାଜକୁ ନ୍ୟାୟ ଦେବା ପାଇଁ ବୋଲି ରାହୁଲ ନିଜ ସମ୍ବୋଧନରେ କହିଛନ୍ତି । ଆହୁରି ମଧ୍ୟ ରାହୁଲ କହିଛନ୍ତି, ଦେଶରେ ଯେବେ କୌଣସି ବିଶାଳ ପରିବର୍ତ୍ତନ ଆସିଛି, ଏହା ବିହାରରୁ ଆରମ୍ଭ ହୁଏ । ବିହାର ହେଉଛି ଦେଶର ରାଜନୈତିକ କେନ୍ଦ୍ର । ଏବେ ଦେଶରେ ଗୋଟିଏ ଦଳ ଘୃଣା ସୃଷ୍ଟି କରିବାକୁ ଚେଷ୍ଟା କରୁଛି । କିନ୍ତୁ ଆମେ ଘୃଣାର ବଜାରରେ ପ୍ରେମ ଦୋକାନ ଖୋଲିବାକୁ ସଂକଳ୍ପ କରିଛୁ ।

ଏହା ମଧ୍ୟ ପଢନ୍ତୁ :- 10 ବର୍ଷ ପରେ ମିଳିଥିଲା ମାତୃତ୍ବ, ଇସ୍ରାଏଲ ଆକ୍ରମଣରେ ନବଜାତ ଯାଆଁଳା ଶିଶୁଙ୍କ ସହ ବାପା ମୃତ

ପାଟଣାର ଐତିହାସିକ ଗାନ୍ଧୀ ମଇଦାନରେ ଆୟୋଜିତ ଏହି ରାଲିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ, ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ, ସମାଜବାଦୀ ପାର୍ଟି ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ସିପିଆଇ (ଏମ୍) ନେତା ସୀତାରାମ ୟେଚୁରୀ, ସିପିଆଇ ନେତା ଡି.ରାଜା ଏବଂ ଆରଜେଡି ଯୁବ ନେତା ତେଜସ୍ୱୀ ଯାଦବ ପ୍ରମୁଖ ଉପସ୍ଥିତ ରହି ଶକ୍ତି ପ୍ରଦର୍ଶନ କରିଥିଲେ । ଦେଶରେ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆହ୍ବାନ ଦେବା ସହ ଇଣ୍ଡିଆ ମେଣ୍ଟକୁ ଭୋଟ ଦେବାକୁ ଆହ୍ବାନ କରିଥିଲେ । ମେଣ୍ଟ ମଲ୍ଲିକାର୍ଜୁନ ଖଡଗେ ବିଜେପି ସରକାରକୁ ଏକଛତ୍ରବାଦୀ ଓ ବିଭାଜନକାରୀ ଶକ୍ତି ବୋଲି କହିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ କଡଗେ କଡା ସମାଲୋଚନା କରିଛନ୍ତି । ତମାମ ବିରୋଧୀ ନେତା ବିଜେପି ବିରୋଧରେ ବର୍ଷିଛନ୍ତି । ଏହାର ଜବାବ ଜନତା ଭୋଟ ମାଧ୍ୟମରେ ଦେବେ ବୋଲି କହିଛି ଇଣ୍ଡିଆ ମେଣ୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

  • " class="align-text-top noRightClick twitterSection" data="">
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.