ETV Bharat / bharat

ଓଡ଼ିଶାରୁ ୟୁପି ଯାଉଥିଲା ଗଞ୍ଜେଇ, ଛଡିଶଗଡ଼ରେ ମାଡ଼ିବସିଲା ପୋଲିସ

author img

By ETV Bharat Odisha Team

Published : Feb 20, 2024, 3:02 PM IST

ଗଞ୍ଜେଇ ଜବତ
ଗଞ୍ଜେଇ ଜବତ

Ganja smuggled from Odisha Caught in Chhattisgarh: ଓଡ଼ିଶାରୁ ଉତ୍ତରପ୍ରଦେଶକୁ ହେଉଥିଲା ଗଞ୍ଜେଇ ଚାଲଣ । ରାସ୍ତାରେ ମାଡ଼ି ବସିଲା ଛତିଶଗଡ଼ ପୋଲିସ । ଚାଲାଣ ହେଉଥିବା ଟ୍ରକରୁ ଜବତ ହୋଇଛି ତିନି କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ । ଅଧିକ ପଢ଼ନ୍ତୁ.

ରାୟପୁର: ଦିନକୁ ଦିନ ବଢ଼ି ଚାଲିଛି ନୀଳ ଜହର କାରବାର । ବିଭିନ୍ନ ତରିକାରେ ଗଞ୍ଜେଇ ଚାଳଣ କରୁଛନ୍ତି ମାଫିଆ ଗଞ୍ଜେଇ । ଓଡ଼ିଶାରୁ ଉତ୍ତରପ୍ରଦେଶ ଗଞ୍ଜେଇ ଚାଲଣ ହେଉଥିବା ବେଳେ ମାଡ଼ି ବସିଲା ଛତିଶଗଡ଼ ପୋଲିସ । ଏକ ଟ୍ରକରୁ ପ୍ରାୟ 334 କିଗ୍ରାର ଗଞ୍ଜେଇ ଜବତ କରିଛି ଛତିଶଗଡ଼ ଚିଲ୍ଫି ପୋଲିସ । ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ 70 ଲକ୍ଷ ଟଙ୍କା ହୋବ ବୋଲି ଜଣାପଡ଼ିଛି ।

ଗତକାଲି (ସୋମବାର) ଛତିଶଗଡର ଚିଲ୍ଫି ପୋଲିସ ଷ୍ଟେସନ ପରିସରର ମଧ୍ୟପ୍ରଦେଶ-ଛତିସଗଡ ସୀମା ନିକଟରେ ପୋଲିସ ଗାଡି ଯାଞ୍ଚ କରୁଥିଲା । ଏହି ସମୟରେ UP 82 T 1127 ନମ୍ବର ଟ୍ରକକୁ ଚେକ୍ ଗେଟ୍ ନିକଟରେ ଅଟାକଯାଇଥିଲା । ଟ୍ରକ ଡାଲାରେ ବାଜରା ଓ କିଛି ଡାଲି ଜାତୀୟ ଶସ୍ୟ ବସ୍ତା ଭର୍ତ୍ତି ହୋଇ ରହିଥିଲା । ପୋଲିସ ଟ୍ରକ ଡ୍ରାଇଭରକୁ ପଚରାଉଚରା କରିବା ସମୟରେ ସେ କହିଥିଲା ଯେ, ଓଡ଼ିଶାର ବ୍ରହ୍ମପୁରରୁ ଉତ୍ତରପ୍ରଦେଶର ଇଟାୱାକୁ ଏସବୁ ସାମଗ୍ରୀ ନେଉଛି । ତେବେ ଡ୍ରାଇଭର କଥାବାର୍ତ୍ତାକୁ ନେଇ ସନ୍ଦେହ କରିଥିଲା ପୋଲିସ । ଡ୍ରାଇଭରକୁ ସନ୍ଦେହ କରି ଯେତେବେଳେ ପୋଲିସ ଟ୍ରକରେ ଭର୍ତ୍ତି ହୋଇଥିବା ସାମଗ୍ରୀ ଯାଞ୍ଚ କରିଥିଲା, ସେତେବେଳେ ଶସ୍ୟ ବସ୍ତା ଭିତରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖବାକୁ ପାଇଥିଲା ପୋଲିସ । ଶସ୍ୟ ବସ୍ତା ଭିତରେ ପ୍ରାୟ 13 ଟି ଗଞ୍ଜେଇ ବ୍ୟାଗରେ ଭର୍ତ୍ତି ହୋଇ ରହିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଚାଉଳ ବସ୍ତାରେ ଓଡ଼ିଶାରୁ ଯାଉଥିଲା ଗଞ୍ଜେଇ, ଛଡିଶଗଡ଼ରେ ମାଡିବସିଲା ପୋଲିସ

ଏହା ମଧ୍ୟ ପଢ଼ନ୍ତୁ...ଗଞ୍ଜେଇ ଚାଲାଣର ନୂଆ ଟ୍ରିକ: ଗାଡିରେ ପ୍ରେସ ଷ୍ଟିକର ମାରି କରୁଥିଲେ ଚାଲାଣ, 3 କ୍ବିଣ୍ଟାଇ ଗଞ୍ଜେଇ ଜବତ

ସେପଟେ ଟ୍ରକ ଡ୍ରାଇଭରକୁ ପୋଲିସ ଅଟକ ରଖି ପଚରାଉଚରା ବେଳେ ଡ୍ରାଇଭର ଜଣକ କହିଛି ଯେ, ଟ୍ରକରେ ଶସ୍ୟ ବସ୍ତା ସହ ଗଞ୍ଜେଇ ବସ୍ତାକୁ ମଧ୍ୟ ଲୋଡ କରାଯାଇଥାଲା । ଏଥିପାଇଁ ଗଞ୍ଜେଇ ମାଫିଆମାନେ ତାଙ୍କୁ 1 ଲକ୍ଷ ଟଙ୍କା ଦେବା ପାଇଁ କହିଥିଲା । ତେବେ ବର୍ତ୍ତମାନ ପୋଲିସ 334 କିଲୋଗ୍ରାମ ଗଞ୍ଜା ଜବତ କରିଛି । ଅଭିଯୁକ୍ତ ଟ୍ରକ ଡ୍ରାଇଭରକୁ ଗିରଫ କରିବା ସହ ଗଞ୍ଜେଇ ଚାଲଣ ହେଉଥିବା ଟ୍ରକକୁ ମଧ୍ୟ ଜବତ କରିଛି ପୋଲିସ । ଅଭିଯୁକ୍ତଙ୍କ ଡ୍ରାଇଭରର ମୋବାଇଲ୍ ରେକର୍ଡ ସ୍କାନ କରି ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା ଚଲାଇଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.