ETV Bharat / bharat

ଆଗକୁ ବଢ଼ୁଛି ଅଟଳଙ୍କ ମାନସ ସନ୍ତାନ: 45 ବର୍ଷରେ ପଦ୍ମ ଦଳ, ସ୍ଥାପନା ଦିବସରେ ସଂଘର୍ଷ ଏବଂ ବଳିଦାନର କାହାଣୀ - BJP FOUNDATION DAY

author img

By ETV Bharat Odisha Team

Published : Apr 6, 2024, 11:24 AM IST

Updated : Apr 6, 2024, 11:34 AM IST

BJP Foundation Day 2024
BJP Foundation Day 2024

BJP Foundation Day: ବିଜେପିର ପ୍ରତିଷ୍ଠାତା ପୁରୋଧା, ଜନନାୟକ ଅଟଳଙ୍କ ଭବିଷ୍ୟବାଣୀ ସତ ହୋଇଛି । ଅନେକ ବାଧା ବିଘ୍ନ, ଘାତ ପ୍ରତିଘାତର ସମ୍ମୁଖୀନ ହୋଇ ଆଜି 45 ବର୍ଷରେ ପହଞ୍ଚିଛି ଦଳ । ଭାରତୀୟ ଜନତା ପାର୍ଟି ଯୁବାବସ୍ଥାରେ ପାଲଟିଛି ଭାରତର ସର୍ବବୃହତ ରାଜନୈତିକ ଶକ୍ତି । 1980ରୁ 2024, ସଂଘର୍ଷପୂର୍ଣ୍ଣ ଯାତ୍ରାରୁ ଦଳକୁ ସର୍ବ ଶକ୍ତିମାନ କରିବାରେ ନେତା ଏବଂ କର୍ମକର୍ତ୍ତାଙ୍କର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା । ଅଧିକ ପଢ଼ନ୍ତୁ,

ହାଇଦ୍ରାବାଦ: ଆଜି ଭାରତୀୟ ଜନତା ପାର୍ଟି(ବିଜେପି)ର 45ତମ ସ୍ଥାପନା ଦିବସ । 44 ବର୍ଷ ପୂର୍ବେ ଆଜିର ଦିନରେ ସମୁଦ୍ର କୂଳରେ ବିଜେପିର ସ୍ଥାପନା କରାଇଯାଇଥିଲା । 11 ଜଣ ବ୍ୟକ୍ତି ବିଶେଷଙ୍କୁ ନେଇ ଆରମ୍ଭ କରାଯାଇଥିବା ଦଳ ଆଜି ଦେଶର ସର୍ବବୃହତ ରାଜନୈତିକ ଦଳର ମାନ୍ୟତା ପାଇଛି । 2 ସାସଂଦରୁ ଆଜି ସଂଖ୍ୟା 303ରେ ପହଞ୍ଚି ପାରିଛି । ଆଜିକା ସମୟ ଭାରତ ପାଇଁ ଅମୃତକାଳ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ଦିନକୁ ଦିନର ବିଜେପି ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଚଳିତ ଲୋକସଭାରେ 400 ପାର କରିବା ନେଇ ମୋଦି ଆହ୍ବାନ ଦେଇଛନ୍ତି । ବାଜପେୟୀଙ୍କ ସଂଘର୍ଷ, ରାଷ୍ଟ୍ରବାଦ, ଆଦର୍ଶ ଏବଂ ସୁଶାସନ ପାଇଁ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛି ଦଳ । ବାଜପେୟୀ ଜନ୍ମ ଦେଇଥିବା ଶିଶୁ ଆଜି 45 ବର୍ଷରେ ପାଦ ଥାପିଛି । 6 ଏପ୍ରିଲ 1980 ମସିହାରେ ଭାରତୀୟ ଜନତା ପାର୍ଟିର ସ୍ଥାପନା କରାଯାଇଥିଲା ।

ବିଜେପିର 45 ବର୍ଷର ଯାତ୍ରା: ପ୍ରଥମେ 1984 ମସିହାରେ ଦଳ ପ୍ରଥମ ଥର ପାଇଁ ନିର୍ବାଚନ ଲଢିଥିଲେ ହେଁ 2 ଆସନରେ ହିଁ ବାଜି ମାରିଥିଲେ। କିନ୍ତୁ ହାର ମାନି ନଥିଲା ଦଳ । ତଳୁ ଉଠି ପୁଣି ଅଣ୍ଟା ସଳଖି 1989 ମସିହାରେ ନିର୍ବାଚନରେ ସାମିଲ ହୋଇଥିଲା । ଜନସଂଘ ବର୍ଷ 1952ରେ ହୋଇଥିବା ଦେଶରେ ସାଧାରଣ ନିର୍ବାଚନ ଲଢିଥିଲା । କଂଗ୍ରେସର ଅଦ୍ଭୁତ ପୂର୍ବ ସଫଳତା ସତ୍ତ୍ବେ ଜନସଂଘ 3ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା । 1984ରେ 2 ଆସନରେ ସଫଳତା ମିଳିଥିବା ବେଳେ 1989 ମସିହାରେ ଏହା 86 ହେବାରେ ସଫଳ ହୋଇଥିଲା । ଏହି ସମୟରେ ଦଳର ମଙ୍ଗ ଧରିଥିୱେ ଲାଲକୃଷ୍ଣ ଆଡଭାନୀ । ଏକ ବଡ ବିଜୟ ପାଇଁ ରଣନୀତି ଆରମ୍ଭ କରିଥିଲା ବିଜେପି । 1989ରେ 225ଜଣ ପ୍ରାର୍ଥୀ ଦେଇଥିବା ବେଳେ 1991ରେ ତାହା ଦୁଇଗୁଣା କରି 468 ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଥିଲା । ଏହାପରେ 100 ପାର୍ ହୋଇଥିଲା । 120 ଆସନରେ ବାଜି ମାରିନେଇଥିଲା ଦଳ । 1991 ପରେ 1996 ପାଇଁ କଣ୍ଟା ସାଜିଲା କଂଗ୍ରେସ । ପିଭି ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିବା ବେଳେ ମୁଖ୍ୟ ବିରୋଧୀ ଥିଲା ବିଜେପି । ଏହା ଏକ ପ୍ରକାର ବିଜେପି ପାଇଁ କଷ୍ଟକର ହୋଇଥିଲେ ମଧ୍ୟ ରଣନୀତି ଆପଣାଇ ବିର ହେବା ପାଇଁ କସରତ ଆରମ୍ଭ କରାଯାଇଥିଲା । 150 ପାର ହୋଇ 161 ଆସନରେ ବାଜି ମାରିଥିଲା । କିନ୍ତୁ ଭାଗ୍ୟ ସାଥ ଦେଇନଥିଲା । ସଂଖ୍ୟ ଗରିଷ୍ଠତା ନଦେଇପାରିବା କାରଣରୁ ଭାଙ୍ଗି ଯାଇଥିଲା ସରକାର । ପୁଣି ସରକାରଙ୍କ ହାତକୁ ଚାଲିଗଲା ସରକାର । ଏହାପରେ ମଧ୍ୟ 1998 ନିର୍ବାଚନରେ ପୁଣି ସରକାର ଗଢିବା ପାଇଁ ରଣନୀତି ଆପଣାଇଲା ଦଳ। ବହୁମୁଖୀ ଯୋଜନା, ଜନମଙ୍ଗଳକାରୀ କାର୍ଯ୍ୟ ଏବଂ ବିରୋଧୀର ଦୁର୍ନିତୀକୁ ମୁଦ୍ଦା କରି ମଇଦାନକୁ ଓହ୍ଲାଇଥିଲା । ତେବେ 1998 ସାଧାରଣ ନିର୍ବାଚନରେ 182 ଆସନରେ ବିଜୟୀ ହୋଇଥିଲା । ଅଟଳ ବିହାରୀ ବାଜପେୟୀ ଦ୍ବିତୀୟ ଥର ପାଇଁ ପ୍ରଧାମନ୍ତ୍ରୀ ହୋଇଥିଲେ । କିନ୍ତୁ କମ୍ ସଂଖ୍ୟା ଯୋଗୁଁ ଦଳ ତିଷ୍ଠି ପାରିନଥିଲା ।

ଏହା ମଧ୍ୟ ପଢନ୍ତୁ: BJP@44: ଶୂନ୍ୟରୁ ଶୀର୍ଷ ଯାଏଁ ବିଜେପିର ସଂଘର୍ଷପୂର୍ଣ୍ଣ ଯାତ୍ରା

ଅନାସ୍ଥା ପ୍ରସ୍ତାବ ଆସିବା ପରେ 1999ରେ ପୁଣି ଲୋକସଭା ନିର୍ବାଚନ ହୋଇଥିଲା । ଏହାପରେ ଦଳ ମଜଭୁତ ହୋଇ ସରକାର ଚଳାଇବାର ଫର୍ମୁଲା ଶିଖି ସାରିଥିଲା । ବିଭିନ୍ନ ରାଜ୍ୟରେ ବିଜେପି ନିଜର ସରକାର ଗଠନ କରିବା ସହ ବହୁ ରାଜ୍ୟରେ ଆଞ୍ଚଳିକ ଦଳଗୁଡ଼ିକ ସହ ମିଶି ମେଣ୍ଟ ସରକାର ଗଠନ କରିଥିଲା । 5 ବର୍ଷର ଶାସନ ପରେ ପରେ 2004 ଲୋକସଭା ନିର୍ବାଚନରେ ତିଷ୍ଠି ପାରିନଥିଲା ଦଳ । ସଂଖ୍ୟା ଖସି ଆସି ମାତ୍ର 138ରେ ଅଟକି ଯାଇଥିଲା । କଂଗ୍ରେସ ନେତୃତ୍ବାଧୀନ ୟୁପିଏ ଗଠନ କଲା ସରକାର । ସେତେବେଳେ ପ୍ରଧାନମନ୍ତ୍ରୀ ହେଲେ ମନମୋହନ ସିଂ । ତେବେ 2009ରେ ଦଳକୁ ଜନ୍ମ ଦେଇଥିବା ବାପା (ଅଟଳ ବିହାରୀ ବାଜପେୟୀ)ଙ୍କ ଅସୁସ୍ଥତା କାରଣରୁ ଦଳର ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ଆଡଭାନୀଙ୍କ ନେତୃତ୍ବରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ଖରାପ ପ୍ରଦର୍ଶନ କରି ମାତ୍ର 116 ଆସନ ହାତେଇଥିଲ । ଏହାପରେ ସରକାର ଗଢିବା କ୍ଷମତା ପୁଣି ଥରେ କଂଗ୍ରେସ ହାତକୁ ଚାଲିଗଲା । ଏହାପରେ ଚା' ବାଲାରୁ ନିର୍ବାଚନରୁ ଓହ୍ଲାଇ ମଙ୍ଗ ଧରିଲେ ତତକାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି । ଚାଏ ବାଲାର ସଂଘର୍ଷ କାହାଣୀ ଏବଂ ମୋଦି ଲହରରେ ବୈପ୍ଲବିକ ପରିବର୍ତ୍ତନ ଆସିଥିଲା । 2014 ନିର୍ବାଚନରେ 116ରୁ ମ୍ୟାଜିକ ନମ୍ବର 281 ହୋଇଥିଲା । ଏହାପରେ ବିଜେପିରେ ଆରମ୍ଭ ହୋଇଥିଲା ମୋଦି ଯୁଗ । ଅବକି ବାର ମୋଦି ସରକାର ନାରା ଦେଲେ ଅଧିକାଂଶ ଭାରତୀୟ । ଦିନକୁ ଦିନ ବଳ ବଢିବା ସହିତ 2019 ନିର୍ବାଚନରେ ମ୍ୟାଜିକ ନମ୍ବର ସାଜିଥିଲା 303 । ସବୁ ରେକର୍ଡ ଭାଙ୍ଗି ଏକ ନମ୍ବର ହୋଇଥିଲା ବିଜେପି । ଏହାପରେ ଆରମ୍ଭ ହେଲା ସୁବର୍ଣ୍ଣ ଯୁଗ ।

ମୋଦିଙ୍କ ସମୟରେ ବିଜେପିର ଉପଲବ୍ଧି: 2014 ମସିହା ପରେ ନରେନ୍ଦ୍ର ମୋଦିଙ୍କ ସଫଳକା ବିଷୟରେ କହିବାକୁ ଗଲେ 2014 ମସିହା ସେପ୍ଟେମ୍ବର 25 ତାରିଖରେ ମେକଇନ ଇଣ୍ଡିଆ । 2015 ଜୁଲାଇ 1ରେ ଡିଜିଟାଲ ଇଣ୍ଡିଆ । 5 ଅଗଷ୍ଟ 2019 ରେ, ଯେତେବେଳେ ଜାମ୍ମୁ କାଶ୍ମୀରରୁ ଧାରା 370 କୁ ହଟାଇ ଦିଆଯାଇଥିଲା । 30 ଜୁଲାଇ 2019 ରେ ତିନ ତଲାକ ବିଲ୍ ପାରିତ ହୋଇଥିଲା । CAA 10 ଜାନୁଆରୀ 2020 ରେ କାର୍ଯ୍ୟକାରୀ ହେଲା । ଅଗ୍ନିପଥ ଯୋଜନା 16 ଜୁନ୍ 2022 ରେ ଆରମ୍ଭ ହୋଇଥିବା ବେଳେ ଚନ୍ଦ୍ରାୟନ 23 ଅଗଷ୍ଟ 2023 ରେ ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିଥିଲେ । ସେହିପରି 9-10 ସେପ୍ଟେମ୍ବରରେ ଭାରତ ଜି -20 ଆୟୋଜନ କରିଥିଲା। ଆଜି ବିଶ୍ବର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା ହୋଇପାରିଛି ଦେଶ ।

ଆଜି ସର୍ବଭାରତୀୟ ସ୍ତରରେ ସେଲିବ୍ରେସନ ହେଉଛି । ମୋଦି, ଜେପି ନଡ୍ଡା, ଅମିତ ଶାହଙ୍କ ସମେତ ଅନେକ ରାଜନେତା ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ମୋଦି ଟ୍ବିଟ କରି କହିଛନ୍ତି, "ଆଜି ବିଜେପିର ସ୍ଥାପନା ଦିବସ । ମୁଁ ଦଳର ସମସ୍ତ କାର୍ଯ୍ୟକର୍ତ୍ତାକୁ ଶୁଭେଚ୍ଛା ଜଣାଇଛନ୍ତି । ମୁଁ ମଧ୍ୟ ବହୁତ ସମ୍ମାନର ସହିତ ମନେ ପକାଉଛି ସେହି ସମସ୍ତ ମହାନ ମହିଳା ଏବଂ ପୁରୁଷଙ୍କ ପରିଶ୍ରମ, ସଂଘର୍ଷ ଏବଂ ବଳିଦାନ ଯାହାକି ବର୍ଷ ବର୍ଷ ଧରି ଆମ ପାର୍ଟି ଗଠନ କରିଥିଲା । ମୁଁ ଅତ୍ୟଧିକ ଆତ୍ମବିଶ୍ୱାସରେ କହିପାରିବି ଯେ ଆମେ ଭାରତର ପସନ୍ଦଯୋଗ୍ୟ ଦଳ ।"

Last Updated :Apr 6, 2024, 11:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.