ETV Bharat / bharat

ଶାଶୁକୁ ପ୍ରେମ କରୁଥିଲା ଜ୍ବାଇଁ; ଦୁହିଁଙ୍କ ବାହାଘର କରାଇଲେ ଶ୍ବଶୁର - Man marries Mother In Law

author img

By ETV Bharat Odisha Team

Published : Apr 30, 2024, 11:20 AM IST

ଶାଶୁକୁ ପ୍ରେମ କରୁଥିଲା ଜ୍ବାଇଁ; ଦୁହିଁଙ୍କ ବାହାଘର କରାଇଦେଲେ ଶ୍ବଶୁର
ଶାଶୁକୁ ପ୍ରେମ କରୁଥିଲା ଜ୍ବାଇଁ; ଦୁହିଁଙ୍କ ବାହାଘର କରାଇଦେଲେ ଶ୍ବଶୁର

Man marries Mother-In-Law: ସମ୍ପର୍କରେ ଲାଗିଲା କଳଙ୍କ । ଶାଶୁ ମଥାରେ ସିନ୍ଦୁର ଦେଲା ଜ୍ବାଇଁ । ସ୍ତ୍ରୀ ମରିବା ପରେ ବର୍ଷେ ହେଲା ଶାଶୁକୁ ପ୍ରେମ କରୁଥିଲେ । ଆଉ ପ୍ରେମ ଜଣାପଡିବା ପରେ ସ୍ତ୍ରୀ ସହ ନିଜ ଜ୍ବାଇଁର ବାହାଘର କରାଇଦେଲେ ଶ୍ବଶୁର । ଅଧିକ ପଢନ୍ତୁ

ପାଟନା: ଶାଶୁକୁ ଭଲ ପାଉଥିଲା ଜ୍ବାଇଁ । ସମାଜ, ସମ୍ପର୍କ, ବୟସକୁ ଭୁଲି ଶାଶୁ ପ୍ରେମରେ ଉବୁଟୁବୁ ହେଉଥିଲା । ଆଉ ଶାଶୁ ନିଜ ଜ୍ବାଇଁକୁ ମନ ଦେଇ ବସିଥିଲେ । ବର୍ଷେ ହେଲା ଦୁହିଁଙ୍କ ଭିତରେ ଲୁଚାଛପା ପ୍ରେମ ଚାଲିଥିବା ବେଳେ ଏ କଥା ଜାଣି ପାରିଥିଲେ ଶ୍ବଶୁର । ଏହାପରେ ସେ ନିଜ ସ୍ତ୍ରୀ ସହିତ ଜ୍ବାଇଁର ବାହାଘର କରି ଦେଇଛନ୍ତି । ସମସ୍ତଙ୍କ ସାମ୍ନାରେ ପ୍ରେମିକା ଶାଶୁ ମଥାରେ ସିନ୍ଦୁର ଦେଇଛି ଜ୍ବାଇଁ । ସହଜରେ ବିଶ୍ବାସ ହେଉନଥିବା ଏହି ଘଟଣା ବିହାରର । ଶାଶୁ-ଜ୍ବାଇଁଙ୍କ ପ୍ରେମ ସମ୍ପର୍କ ଓ ପରେ ବିବାହ, ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ବର୍ଷେ ହେଲା ଚାଲିଥିଲା ପ୍ରେମ: ଆମ ସମାଜରେ ଶାଶୁ-ଜ୍ବାଇଁର ସମ୍ପର୍କ ମାଆ ପୁଅ ସମ୍ପର୍କ ଭାବେ ଦେଖାଯାଏ । କିନ୍ତୁ ବିହାର ବାଙ୍କା ଜିଲ୍ଲାରେ ଶାଶୁକୁ ବାହା ହୋଇ ସାତଜନ୍ମର ସାଥୀ କରିଛି ଜ୍ବାଇଁ । ଦୁହିଁଙ୍କ ଭିତରେ ପ୍ରାୟ ବର୍ଷେ ହେବ ସମ୍ପର୍କ ରହିଥିଲା । ଏ ବିଷୟରେ ଶ୍ବଶୁର ଜାଣିବା ପରେ ଗାଁ ଲୋକଙ୍କ ସହଯୋଗରେ ନିଜ ସ୍ତ୍ରୀକୁ ଜ୍ବାଇଁ ସହ ବାହାଘର କରି ବିଦା କରିଛନ୍ତି ।

ସ୍ତ୍ରୀ ମରିବା ପରେ ଶାଶୁ ପ୍ରେମରେ ପଡିଯାଇଥିଲେ ଜ୍ବାଇଁ: ୪୫ ବର୍ଷୀୟ ସିକନ୍ଦର ଯାଦବ ୨୦ ବର୍ଷ ପୂର୍ବେ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ-ଝିଅ ମଧ୍ୟ ଅଛନ୍ତି । ବର୍ଷେ ତଳେ ତାଙ୍କର ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାପରେ ନିଜ ୫୫ ବର୍ଷୀୟ ଶାଶୁ ପ୍ରେମରେ ପଡିଯାଇଥିଲ ସିକନ୍ଦର । ପ୍ରେମ ଏମିତି ହେଲା ଯେ ଦୁହେଁ ଲୋକଲଜ୍ୟା ଭୁଲି ସବୁ ସୀମା ସରହଦ ଡେଇଁ ଯାଇଥିଲେ । ଦୁଇ ଦିନ ତଳେ ସେ ଶ୍ବଶୁର ଘରକୁ ବୁଲିବାକୁ ଆସିଥିଲେ । ଏହି ସମୟରେ ନିଜ ସ୍ତ୍ରୀ ଓ ଜ୍ବାଇଁର ପ୍ରେମ ସମ୍ପର୍କ ବିଷୟରେ ଜାଣିପାରିଥିଲେ ଶ୍ବଶୁର । ଏନେଇ ସେ ଗାଁ ଲୋକଙ୍କୁ ଜଣାଇଥିଲେ ।

ଦୁହିଁଙ୍କୁ ପଚରାଉଚରା କରାଯିବାରୁ ସବୁ ଗାଁ ଲୋକଙ୍କ ସାମ୍ନାରେ ସିକନ୍ଦର ନିଜ ଶାଶୁକୁ ଭଲ ପାଆନ୍ତି ବୋଲି ସଫା ସଫା କହିଦେଇଥିଲେ । ଏହାପରେ ଶ୍ବଶୁର ଗାଁ ଲୋକଙ୍କ ସହାୟତାରେ ଦୁହିଁଙ୍କ ବିବାହ କରାଇଥିଲେ । ଏହାପରେ ଦୁହେଁ କୋର୍ଟ ମ୍ୟାରେଜ କରିଥିଲେ । ବିବାହ ପରେ ଶ୍ବଶୁର ମଧ୍ୟ ଖୁସି ଖୁସି ନିଜ ଜ୍ବାଇଁ ସହ ସ୍ତ୍ରୀକୁ ବିଦା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ପ୍ରେମ ଆଗରେ ରକ୍ତସମ୍ପର୍କ ତୁଚ୍ଛ, ସୁପାରୀ ଦେଇ ଭାଇକୁ ହତ୍ୟା କଲା ଭଉଣୀ - Sister Killed Brother

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.