ETV Bharat / bharat

ଭୋଟ ଦେଲେ ଖାଇବା ଫ୍ରି, ହୋଟେଲରେ ଆଙ୍ଗୁଠି ଇଙ୍କ୍ ଦେଖାଇ ମାଗଣା ଖାଇପାରିବେ - Free Food To Voters

author img

By ETV Bharat Odisha Team

Published : Apr 25, 2024, 4:59 PM IST

Free Food To Voters
Free Food To Voters

Free Food To Voters: ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ହୋଟେଲର ଅଭିନବ ତରିକା । ହୋଟେଲରେ ଆଙ୍ଗୁଠି ଇଙ୍କ୍ ଦେଖାଇ ଖାଇପାରିବେ ମାଗଣା ଖାଦ୍ୟ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ଭୋଟ ଦେଲେ ଖାଇବା ଫ୍ରି । ଇଙ୍କ୍ ଆଙ୍ଗୁଠି ଦେଖାଇଲେ ମିଳିବ ମାଗଣା ଖାଇବା । ତାହା ପୁଣି କୌଣସି ନେତା କିମ୍ବା ରାଜନେତାଙ୍କ ତରଫରୁ ନୁହେଁ ବରଂ ହୋଟେଲରେ ମାଗଣାରେ ମିଳିବ ଖାଇବା । କଥାଟି ଶୁଣିବା ପାଇଁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସମ୍ପୁର୍ଣ୍ଣ ସତ୍ୟ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତାମାନେ ମାଳମାଳ ପ୍ରତିଶୃତି ଦେଉଥିବା ବେଳେ ଏଠାରେ ଭୋଟରକୁ ଆକୃଷ୍ଟ କରିବା ପାଇଁ ପଦକ୍ଷେପ ଆପଣାଇଛି ଏକ ରେସ୍ତୋରାଁ । ଭୋଟରମାନଙ୍କୁ ମତଦାନ ପାଇଁ ଆକୃଷ୍ଟ କରିବା ପାଇଁ ଏଭଳି ଘୋଷଣା କରାଯାଇଛି ।

ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ଅର୍ଥାତ 26 ତାରିଖରେ ରହିଥିବା ବେଳେ ଏଭଳି କିଛି ଘୋଷଣା ବେଙ୍ଗାଲୁରୁର ଏକ ହୋଟେଲ ପକ୍ଷରୁ କରାଯାଇଛି । ଭୋଟରମାନଙ୍କୁ ମତ ଦେବା ପାଇଁ ଆକୃଷ୍ଟ କରିବାକୁ ମାଗଣା ଖାଇବା ଏବଂ କେତେକ ଖାଦ୍ୟରେ ରିହାତି ଦେବା ନେଇ ଘୋଷଣା କରାଯାଇଛି । ଆସନ୍ତାକାଲି ମତଦାନ ଦିନ ଭୋଟରଙ୍କୁ ମାଗଣା ଖାଦ୍ୟ ଯୋଗାଇବାକୁ ନିସର୍ଗ ହୋଟେଲ ମ୍ୟାନେଜମେଣ୍ଟ ପକ୍ଷରୁ ଘୋଷଣା କରାଯାଇଛି । ଏପ୍ରିଲ 26ରେ କର୍ଣ୍ଣାଟକର ବେଙ୍ଗାଲୁରୁ ସମେତ 14ଟି ନିର୍ବାଚନମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ ।

ଏହା ମଧ୍ୟ ପଢନ୍ତୁ: ମହାସମର 2024: ଦ୍ବିତୀୟ ପର୍ଯ୍ୟାୟରେ 13 ରାଜ୍ୟର 88 ଆସନରେ ଭୋଟିଂ; ରାହୁଲ-ହେମାମାଳିନୀ-ଓମ୍ ବିର୍ଲାଙ୍କର ହେବ ଭାଗ୍ୟ ପରୀକ୍ଷା - LOK SABHA ELECTION SECOND PHASE

ଭୋଟ ଦେବା ପରେ ଇଙ୍କ(କାଳୀ) ଲାଗିଥିବା ଆଙ୍ଗୁଠି ଦେଖାଇଲେ ମାଗଣାରେ ବଟର ଦୋସା, ମିଠା, ଘିଅ ଲଡୁ ଏବଂ କୋଲ୍ଡଡ୍ରିଙ୍କ୍ସ ମିଳିପାରିବ । ହୋଟେଲ ମ୍ୟାନେଜମେଣ୍ଟ ଅନୁଯାୟୀ, ରିହାତି ମୂଲ୍ୟରେ କିମ୍ବା ମାଗଣାରେ ଖାଦ୍ୟ ଏବଂ ସ୍ନାକ୍ସ ପ୍ରଦାନ କରିବାକୁ ନିର୍ବାଚନ ଆୟୋଗଙ୍କ ଠାରୁ ଅନୁମତି ନିଆଯାଇଛି । ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ପଦକ୍ଷେପ ବୋଲି ହୋଟେଲ ପକ୍ଷରୁ କୁହାଯାଇଛି ।

ଏନେଇ ନିସର୍ଗ ହୋଟେଲର ମାଲିକ କ୍ରିଷ୍ଣା ରାଜ କହିଛନ୍ତି, "ଏହା ଏକ ଅଣ ରାଜନୈତିକ କାର୍ଯ୍ୟକ୍ରମ । ସମାଜ ପାଇଁ ଏକ ବାର୍ତ୍ତା ମାତ୍ର । ଭୋଟ ଦିଅ ମାଗଣା ଖାଓ ।" କହିରଖୁଛୁ କି, କର୍ଣ୍ଣାଟକରେ ପ୍ରଥମ ପର୍ଯ୍ୟାୟ ମତଦାନ ଶୁକ୍ରବାର ଅନୁଷ୍ଠିତ ହେବ । ଏଥିରେ 13 ରାଜ୍ୟର 88 ସଂସଦୀୟ ଆସନରେ ମତଦାନ ହେବ । ମୋଟ 7 ପର୍ଯ୍ୟାୟରେ ଶେଷ ହେବାକୁ ଥିବା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଚଳିତ 19 ତାରିଖରେ ଶେଷ ହୋଇଛି । ଏଥିରେ 21 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 102 ଆସନରେ ଭୋଟିଂ ହୋଇଥିଲା । ଏଥିରେ ଦେଶର ସାମଗ୍ରିକ ଭୋଟିଂ ହାସ ପ୍ରାୟ 62 ପ୍ରତିଶତ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.