ETV Bharat / bharat

ସନ୍ଦେଶଖାଲିରେ ରିପୋର୍ଟିଂ ବେଳେ ସାମ୍ବାଦିକଙ୍କୁ ଉଠାଇନେଲା ପୋଲିସ: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ନିନ୍ଦା, ଦିଦିଙ୍କୁ କଲେ ଦାୟୀ

author img

By ETV Bharat Odisha Team

Published : Feb 20, 2024, 11:44 AM IST

west Bengal Sandeshkhali case
ଅନୁରାଗ ଠାକୁର

west Bengal Sandeshkhali case: ମମତା ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର । ସନ୍ଦେଶଖାଲି ଘଟଣାକୁ ନେଇ ସାମ୍ୱାଦିକଙ୍କୁ ପୋଲିସ ଉଠାଇନେବା ଘଟଣାକୁ ନିନ୍ଦା କରିବା ସହ ଗଣମାଧ୍ୟମର ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇବାକୁ ମମତା ସରକାର ଚାହୁଁଥିବା କହିଛନ୍ତି ଅନୁରାଗ ଠାକୁର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସନ୍ଦେଶଖାଲି ପ୍ରସଙ୍ଗକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାମଧ୍ୟରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମମତା ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଏହି ମାମଲାରେ ପଶ୍ଚିମ ବଙ୍ଗ ସରକାରଙ୍କ ଭୂମିକାକୁ ନେଇ ସେ ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି । ସନ୍ଦେଶଖାଲି ଘଟଣାକୁ ନେଇ ରିପୋର୍ଟିଂ ବେଳେ ସାମ୍ବାଦିକଙ୍କୁ ଉଠାଇ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଗତ 10 ଦିନ ହେଲା ପଶ୍ଚିମବଙ୍ଗର ଉତ୍ତର 24-ପରଗଣା ଜିଲ୍ଲା ଅନ୍ତର୍ଗତ ସନ୍ଦେହଖାଲି ଅଞ୍ଚଳକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ତୃଣମୂଳ କଂଗ୍ରେସ (ଟିଏମସି) ଶେଖ ଶାହଜହାନ ଓ ତାଙ୍କ ସମର୍ଥକମାନେ ଜୋର ଜବରଦସ୍ତ ଜମି ହଡପ କରିବା ସହ ମହିଳାମାନଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ସନ୍ଦେହଖାଲି ଅଞ୍ଚଳର ଏକାଧିକ ମହିଳା ଅଭିଯୋଗ କରିଛନ୍ତି । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବଗତ 10 ଦିନ ହେଲା ଜୋରଦାର ଆନ୍ଦୋଳନ କରିଛନ୍ତି ମହିଳାମାନେ ।

ଏହି ଖବର ସଂଗ୍ରହ କରୁଥିବା ବେଳେ ଜଣେ ଗଣମାଧ୍ୟମର ରିପୋର୍ଟରଙ୍କୁ ଉଠାଇ ନେଇଥିଲା ପୋଲିସ । ଏହାକୁ ନେଇ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ପଶ୍ଚିମବଙ୍ଗ ସରକାରଙ୍କୁ କଡା ସମାଲୋଚନା କରିବା ସହ ଘଟଣାକୁ ନିନ୍ଦା କରିଛନ୍ତି । ସନ୍ଦେହଖାଲି ପ୍ରସଙ୍ଗରେ ମମତା ସରକାରଙ୍କ ଭୂମିକାକୁ ନେଇ ପୁଣି ପ୍ରଶ୍ନ ଉଠାଇଛନ୍ତି ମନ୍ତ୍ରୀ ।

ଏହାମଧ୍ୟ ପଢନ୍ତୁ.. ସନ୍ଦେଶଖାଲି ମାମଲା: ଲୋକସଭା ସ୍ବାଧିକାର କମିଟି କାର୍ଯ୍ୟାନୁଷ୍ଠାନରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ଅନୁରାଗ ଠାକୁର କହିଛନ୍ତି," ମମତା ବାନାର୍ଜୀ ସରକାର ଗଣମାଧ୍ୟମର ସ୍ୱାଧୀନତା ଉପରେ ରୋକ ଲଗାଇବାକୁ ଚେଷ୍ଟା କରୁଛନ୍ତି । ମହିଳାଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୁକ୍ତ ଗୁଣ୍ଡାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ପଶ୍ଚିମବଙ୍ଗ ସରକାର ମିଡିଆ ଉପରେ ଅଙ୍କୁଶ ଲଗାଉଛନ୍ତି । ସେ ଗଣମାଧ୍ୟମର ସ୍ୱାଧିନତା ଓ ସ୍ୱତନ୍ତ୍ରତା ଶେଷ କରିବାକୁ ଚେଷ୍ଟା କରୁଛନ୍ତି । ଏଭଳି ଘଟଣା ଦୁର୍ଭ୍ୟାଗପୂର୍ଣ୍ଣ ଅଟେ ।"

ଅନୁରାଗ ଠାକୁର ଆଉ ମଧ୍ୟ କହିଛନ୍ତି, "ମହିଳା ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ପଶ୍ଚିମବଙ୍ଗରେ ସନ୍ଦେଶଖାଲି ମହିଳାମାନଙ୍କ ସମସ୍ୟା ଉପରେ ରାଜ୍ୟ ସରକାର ଆଖି ବୁଜି ଦେଇଛନ୍ତି ।"

ଅନ୍ୟପଟେ ତୃଣମୂଳ କଂଗ୍ରେସ ନେତା ଶେଖ ଶାହଜହାନ ଓ ତାଙ୍କର ଜଣେ ସହଯୋଗୀ ଶିବୁ ହଜ୍ରାଙ୍କୁ ଏହି ସନ୍ଦେଶଖାଲି ହିଂସା ମାମଲାରେ ଗିରଫ କରାଯାଇଥିବା ବେଳେ ସେମାନେ ରବିବାରଠାରୁ 8 ଦିନିଆ ପୋଲିସ ହେପାଜତରେ ରହିଛନ୍ତି । ସେମାନଙ୍କ ଉପରେ ଗଣବଳାତ୍କାର ଓ ହତ୍ୟା ଉଦ୍ୟମ ଅଭିଯୋଗରେ ମାମଲା ରୁଜ୍ଜୁ କରାଯାଇଛି । ଅନ୍ୟପଟେ ସୋମବାର ଦିନ ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷ ରେଖା ଶର୍ମା ସନ୍ଦେଶଖାଲି ଅଞ୍ଚଳ ଗସ୍ତ କରିଥିଲେ । ସେଠାକାର ସ୍ଥିତି ଦେଖିବା ପରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.