ETV Bharat / bharat

ଟେକ-ଅଫ ବେଳେ ନିୟନ୍ତ୍ରଣ ହରାଇଲା ଶାହଙ୍କ ହେଲିକପ୍ଟର - Amit Shah

author img

By ETV Bharat Odisha Team

Published : Apr 30, 2024, 11:02 AM IST

ଟେକ-ଅଫ ବେଳେ ନିୟନ୍ତ୍ରଣ ହରାଇଲା ଶାହଙ୍କ ହେଲିକପ୍ଟର
ଟେକ-ଅଫ ବେଳେ ନିୟନ୍ତ୍ରଣ ହରାଇଲା ଶାହଙ୍କ ହେଲିକପ୍ଟର

Amit Shah's Helicopter Experiences Turbulence: ଟେକ-ଅଫ ବେଳେ ଟର୍ବୁଲାନ୍ସର ଶିକାର ହେଲା ଅମିତ ଶାହଙ୍କ ହେଲିକପ୍ଟର । ଯାନ୍ତ୍ରିକ ତ୍ରୁଟିକୁ ସରକାରୀ ସୂତ୍ରରୁ ଖଣ୍ଡନ । ଅଧିକ ପଢନ୍ତୁ

ପାଟନା: ବିହାର ବେଗୁସରାଇରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଉଡାଣ ଭରିବା ବେଳେ ନିୟନ୍ତ୍ରଣ ହରଇବା ପରି ସ୍ଥିତି ସୃଷ୍ଟି ହୋଇଛି । ବେଗୁସରାଇରେ ନିର୍ବାଚନୀ କାର୍ଯ୍ୟକ୍ରମ ଶେଷ କରିବା ପରେ ହେଲିକପ୍ଟରରେ ଅମିତ ଶାହ ପରବର୍ତ୍ତୀ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିଲେ । ଟେକ-ଅଫ କରିବା ସମୟରେ ଏହିପରି ସ୍ଥିତି ସୃଷ୍ଟି ହୋଇଥିଲା । ମାତ୍ର ଏହା ଯାନ୍ତ୍ରିକ ତ୍ରୁଟି କିମ୍ବା ଉଡାଣେ ବେଳେ ସେପରି ଅବସ୍ଥା ସ୍ବାଭାବିକ ଭାବେ ଦେଖିବାକୁ ମିଳେ, ତାହା ସ୍ପଷ୍ଟ ହୋଇନି । କିଛି ଗଣମାଧ୍ୟରେ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇଥିବା ଖବର ପ୍ରସାରିତ ହୋଇଥିଲା । ଏହାକୁ ସରକାରୀ ସୂତ୍ରରୁ ଖଣ୍ଡନ କରାଯାଇଛି । ସେପରି କିଛି ଉଡାଣ ସମ୍ପର୍କିତ ସମସ୍ୟା ହୋଇନଥିବା ଓ ଶାହ ସମ୍ପୂର୍ଣ୍ଣ ଠିକ ଥିବା ମଧ୍ୟ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ।

ଗତକାଲି ଶାହଙ୍କ ହେଲିକପ୍ଟର ବେଗୁସରାଇରୁ ଉଡାଣ ଭରିଥିଲା । ହେଲେ ଟେକ-ଅଫ କରିବା ପରେ ହେଲିକପ୍ଟରଟି କିଛି ଦୂର ପର୍ଯ୍ୟନ୍ତ ସମାନ୍ତରଳ ଭାବେ ଗତି କରିଥିଲା । ଏହା ପରେ ପୁଣି ଦିଗ ପରିବର୍ତ୍ତନ କରି ଉଡିଥିଲା । ମାତ୍ର କିଛି ସେକେଣ୍ଡ ପର୍ଯ୍ୟନ୍ତ ଏହି ସ୍ଥିତି ଦେଖାଯାଇଥିଲା । ହେଲେ ହେଲିକପ୍ଟରଟି ପୁଣିଥରେ ଅବତରଣ ନକରି ସୁରକ୍ଷିତ ଭାବେ ଉଡାଣ ଭରିଥିଲା । ଏହାର ଭିଡିଓ ଗତକାଲି ଠାରୁ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ :- ‘ବିଜେପି 400 ଆସନରେ ଜିତିବ, ନିରାଶ ହୋଇ ମିଥ୍ୟା ଭିଡିଓ ପ୍ରସାରିତ କରୁଛନ୍ତି ବିରୋଧୀ’ - Amit Shah to ETV Bharat

ତେବେ ସାଧାରଣ ନିର୍ବାଚନ ପାଇଁ ବିହାରରେ ବିଜେପିର ବରିଷ୍ଠ ନେତାମାନେ ମାରାଥାନ ପ୍ରଚାର ଜାରି ରଖିଛନ୍ତି । ଉତ୍ତର ପ୍ରଦେଶ ପରେ ଉତ୍ତର ଭାରତରେ ବିହାରରେ ସର୍ବାଧିକ 40 ଆସନ ରହିଛି । ଗତକାଲି ଅମିତ ଶାହ ବେଗୁସରାଇରେ ପ୍ରଚାର କରିବା ପରେ ସଂଧ୍ୟାରେ ଗୌହାଟୀରେ ପହଞ୍ଚିଥିଲେ । ବିହାରରେ ବିଜେପି ନୀତିଶଙ୍କ ପାର୍ଟି ଜନତା ଦଳ ସଂଯୁକ୍ତ ସହ ଆସନ ବୁଝାମଣାରେ ନିର୍ବାଚନ ଲଢୁଛି । 40 ଆସନ ମଧ୍ୟରୁ ବିଜେପି ସର୍ବାଧିକ 17 ଆସନରେ ନିର୍ବାଚନ ଲଢୁଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଞ୍ଝୀ, ହିନ୍ଦୁସ୍ଥାନ ଆଓ୍ବାମ ମୋର୍ଚ୍ଚା (ହାମ) ଓ ଚିରାଗ ପାଶଓ୍ବାନଙ୍କ ପାର୍ଟି ମଧ୍ୟ ଚଳିତଥର ବିଜେପିର ସହଯୋଗୀ ଦଳ ଭାବେ ରହିଛି । ମେଣ୍ଟ ଏଥର ପୂର୍ବାପେକ୍ଷା ଅଧିକ ଆସନ ଜିତିବା ଲକ୍ଷ୍ୟ ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.