ETV Bharat / bharat

3 ଶିଶୁଙ୍କୁ ହତ୍ୟା କରି ଜୀବନ ହାରିଲା ବାପା !

author img

By ETV Bharat Odisha Team

Published : Mar 4, 2024, 9:14 PM IST

3 ଶିଶୁଙ୍କୁ ହତ୍ୟା କରି ଜୀବନ ହାରିଲା ବାପା !
3 ଶିଶୁଙ୍କୁ ହତ୍ୟା କରି ଜୀବନ ହାରିଲା ବାପା !

A father killed three children, killed himself: ଟଙ୍କା ଲଗାଣର କରୁଣ ପରିଣତି । 3 ଶିଶୁଙ୍କୁ ହତ୍ୟା କରି ବାପା ଜୀବନ ହାରିଥିବା ସୂଚନା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ତେଲେଙ୍ଗାନା ରାଙ୍ଗାରେଡ୍ଡୀ ଜିଲ୍ଲାରେ ଅଭାବନୀୟ ଘଟଣା । ନିଜର ତିନି ଶିଶୁଙ୍କୁ ହତ୍ୟା କରିବା ପରେ ଜଣେ ବାପା ଜୀବନ ହାରିଥିବା ଅଭିଯୋଗ ହୋଇଛି । ତେବେ ଏପରି ଅଭାବନୀୟ ଘଟଣା ପଛରେ ଟଙ୍କା ଲଗାଣ ସମ୍ପର୍କିତ ସମସ୍ୟା ଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ସ୍ଥାନୀୟ ପୋଲିସ ସମସ୍ତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ପଡୋଶୀଙ୍କ ଠାରୁ ପୋଲିସ ତଥ୍ୟ ସଂଗ୍ରହ କରୁଛି ।

ତେବେ ପ୍ରାଥମିକ ତଦନ୍ତରେ ସାମ୍ନାକୁ ଆସିଥିବା ତଥ୍ୟ ଅନୁସାରେ, ଏହି ବ୍ୟକ୍ତି ଜଣକ ହେଉଛନ୍ତି ତେଲେଙ୍ଗାନା ରଙ୍ଗାରେଡ୍ଡୀ ଜିଲ୍ଲାର ଶଙ୍କରପାଲ୍ଲୀ ମଣ୍ଡଳର ବାସିନ୍ଦା 35 ବର୍ଷୀୟ ରବି । ସେ ଏକ ଫାଇନାନ୍ସ କମ୍ପାନୀରେ କିଛି ଟଙ୍କା ନିବେଶ କରିଥିଲେ । ଏହି କମ୍ପାନୀ 58 ଦିନ ମଧ୍ୟରେ ହଜାର ଟଙ୍କା ବଦଳରେ 5ହଜାର ଓ ଲକ୍ଷେ ଟଙ୍କା ନିବେଶରେ 5ଲକ୍ଷ ଟଙ୍କା ଫେରସ୍ତ କରିବ ବୋଲି କହିଥିବା ରବି ପଡୋଶୀଙ୍କୁ କହିଥିଲେ । ହେଲେ ଏହି କମ୍ପାନୀ ସେହି ଅନୁସାରେ, ଟଙ୍କା ଫେରସ୍ତ କରିନଥିଲା । ତେଣୁ ସେହି କାରଣରୁ ରବି ମାନସିକ ବିଷାଦରେ ଥିଲେ । ଏହା ପରେ ଟାଙ୍କା ଦେଇଥିବା କିଛି ବ୍ୟକ୍ତି ରବିକୁ ଟଙ୍କା ଫେରାଇବା ପାଇଁ କହିଥିଲେ । ତେଣୁ ସେ ଟଙ୍କା ଫେରାଇ ନଫେରିବା ଚାପରେ ଏପରି ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :- TMC ନେତାଙ୍କୁ ଡାକୁଛି BJP; ଦଳରେ ମିଶ, ନହେଲେ EDକୁ ସାମ୍ନା କର !

ଗତକାଲି ରାତିରେ ରବି ତାଙ୍କ ତିନି ଶିଶୁଙ୍କ ହତ୍ୟା କରିବା ପରେ ନିଜେ ମଧ୍ୟ ଜୀବନ ହାରିଥିବା ପାରିପାର୍ଶ୍ବିକ ସ୍ଥିତିରୁ ସନ୍ଦେହ କରାଯାଉଛି । ଆଜି ସକାଳେ ପଡୋଶୀମାନେ ଘର ଭିତରେ ମୃତଦେହ ଦେଖି ପଲିସକୁ ଅବଗତ କରିଥିଲେ । ପୋଲିସ ସମସ୍ତ 4 ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ନିକଟବର୍ତ୍ତୀ ହସ୍ପିଟାଲକୁ ପଠାଇଛି । ମୃତ ତିନି ଶିଶୁଙ୍କ ବୟସ ସମ୍ପର୍କରେ ସ୍ପଷ୍ଟ ହୋଇପାରିନି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅଭିଯୋଗ ଅନୁସାରେ, ପୋଲିସ ସେହି ଟଙ୍କା ଲଗାଣକାରୀ କମ୍ପାନୀକୁ ମଧ୍ୟ ଠାବ କରିବା ପାଇଁ ପ୍ରୟାସ କରୁଛି । ସମସ୍ତ ଦିଗରୁ ତଦନ୍ତ ଜାରି ରହିଥିବା ପୋଲିସ କହିଛି । ମାତ୍ର ଟଙ୍କା ଲଗାଣକୁ ଏକ ପରିବାର ଉଜୁଡିଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.