ETV Bharat / bharat

ଗତ ୧୦ ବର୍ଷରେ ଦେଶରେ ନିର୍ମିତ ହୋଇଛି ୧୩ହଜାର କିମି ନୂଆ ରାସ୍ତା: କେନ୍ଦ୍ରମନ୍ତ୍ରୀ ଗଡ଼କରୀ

author img

By ETV Bharat Odisha Team

Published : Mar 1, 2024, 10:35 PM IST

Union Minister Nitin Gadkari
Union Minister Nitin Gadkari

New Roads Constructed In India: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସୂଚନା । ଗତ ୧୦ ବର୍ଷ ମଧ୍ୟରେ ଦେଶରେ ନିର୍ମିତ ହୋଇଛି ୧୩ ହଜାର କିଲୋମିଟର ନୂଆ ରାସ୍ତା । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଗତ ୧୦ ବର୍ଷ ମଧ୍ୟରେ ଭାରତରେ ନିର୍ମିତ ହୋଇଛି ପ୍ରାୟ ୧୩ ହଜାର କିଲୋ ମିଟର ନୂଆ ରାସ୍ତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ଏହା ସମ୍ଭବପର ହୋଇପାରିଛି ବୋଲି କହିଛନ୍ତି କେନ୍ଦ୍ର ସଡ଼କ, ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ । ଉତ୍ତରପ୍ରଦେଶ ଜୌନପୁର ଜିଲ୍ଲାରେ ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ ଆଜି (ଶୁକ୍ରବାର) ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଗଡକରୀ ।

ଜୌନପୁର ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀ ପ୍ରାୟ ୧୦୦୦ କୋଟି ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଘୋଷଣା କରିଛନ୍ତି । ଉତ୍ତରପ୍ରଦେଶ ମନ୍ତ୍ରୀ ଗିରିଶ ଚନ୍ଦ୍ର ଯାଦବଙ୍କ ଅନୁରୋଧକୁ ରକ୍ଷା କରି କେନ୍ଦ୍ରମନ୍ତ୍ରୀ ଗଡ଼କରୀ ଏକ ବଡ଼ ଘୋଷଣା କରିଛନ୍ତି । ଜୌନପୁରରୁ ମିର୍ଜାପୁର ପର୍ଯ୍ୟନ୍ତ ଥିବା ଫ୍ଲାଏ ଓଭରର ଉଭୟ ପାର୍ଶ୍ବରେ ୭ମିଟର ଚଉଡା ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ ବୋଲି କହିଛନ୍ତି । " ୨୦୧୪ ପୂର୍ବରୁ ଦେଶରେ ୭୬୩ କିମି ରାସ୍ତା ରହିଥିଲା । ହେଲେ ଗତ ୧୦ ବର୍ଷ ମଧ୍ୟରେ ମୋଦି ସରକାରରେ ଦେଶରେ ୧୩ ହଜାର କିଲୋ ମିଟର ନୂଆ ରାସ୍ତା ନିର୍ମାଣ କରାଯାଇଛି । ଏଥିରୁ ସାଧାରଣ ଜନତାଙ୍କ ସମେତ ବିଶେଷ କରି ଚାଷୀ ଉପକୃତ ହୋଇଛନ୍ତି" ବୋଲି କହିଛନ୍ତି ଗଡ଼କରୀ ।

ଏହା ବି ପଢନ୍ତୁ- ଶେଷ ହେବ ଦୁଃଖ; ସାତପଡାରୁ ଜନ୍ନିକୁଦାକୁ ହେବ ସଂଯୋଗୀକରଣ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

ନୀତିନ ଗଡ଼କରୀଙ୍କ କହିବାନୁସାରେ ପୂର୍ବରୁ ଚାଷୀମାନେ ଅନ୍ନଦାତା ଥିବା ବେଳେ ଏବେ ଶକ୍ତି ଦାତା ମଧ୍ୟ ହୋଇଛନ୍ତି । ଏ ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, " ଗତ ୧୦ ବର୍ଷ ମଧ୍ୟରେ ନିର୍ମାଣ ହୋଇଥିବା ରାସ୍ତା ଯୋଗୁଁ ଦେଶର ମୁଖ୍ୟ ସ୍ଥାନ ପରସ୍ପର ସହିତ ସଂଯୋଗ ହୋଇଛି । ଖୁବ କମ ସମୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ସମ୍ଭବ ହେଉଛି । ଯଦି ଆମେ ଜୌନପୁର ସମ୍ପର୍କରେ ଆଲୋଚନା କରିବା ତେବେ ଏଠାରୁ ଏବେ ଲୋକେ ମାତ୍ର ୨ ଘଣ୍ଟା ମଧ୍ୟରେ ଅଯୋଧ୍ୟାରେ ପହଞ୍ଚିପାରିବେ । ବ୍ୟବସାୟୀ ମାନେ ମଧ୍ୟ ଏଥିରୁ ଉପକୃତ ହେଉଛନ୍ତି । କାରଣ ସେମାନଙ୍କର ସାମଗ୍ରୀ ସ୍ବଳ୍ପ ସମୟ ମଧ୍ୟରେ ଅନ୍ୟ ଜିଲ୍ଲାରେ ପହଞ୍ଚି ପାରୁଛି । " ଆଜି କେନ୍ଦ୍ରମନ୍ତ୍ରୀ ଗଡ଼କରୀ ୧୦ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଯାହାକି ୧୦ ହଜାର କୋଟି ବିନିମୟରେ ନିର୍ମାଣ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.