ETV Bharat / state

ଶେଷ ହେବ ଦୁଃଖ; ସାତପଡାରୁ ଜନ୍ନିକୁଦାକୁ ହେବ ସଂଯୋଗୀକରଣ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

author img

By ETV Bharat Odisha Team

Published : Feb 15, 2024, 9:01 PM IST

ଶେଷ ହେବ ଦୁଃଖ; ସାତପଡାରୁ ଜନ୍ନିକୁଦାକୁ ହେବ ସଂଯୋଗୀକରଣ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ
ଶେଷ ହେବ ଦୁଃଖ; ସାତପଡାରୁ ଜନ୍ନିକୁଦାକୁ ହେବ ସଂଯୋଗୀକରଣ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

National Highway projects in Odisha: ରାଜ୍ୟ ବିକାଶ ପାଇଁ 6 ହଜାର 6 ଶହ କୋଟି ଟଙ୍କାର 28 ଟି ଜାତୀୟ ରାଜପଥ ପ୍ରକଳ୍ପକୁ ଉଦଘାଟନ ଓ ଭୂମି ପୂଜନ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାଗ ମନ୍ତ୍ରୀ ନୀତିନ ଗଡକରୀ । କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଯୋଗଦେବାର ଥିଲା । କିନ୍ତୁ ନିଜର ପାରିବାରିକ ଅସୁବିଧା ଯୋଗୁ ପୁରୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇନପାରିନଥିଲେ । ଅଧିକ ପଢନ୍ତୁ

ଶେଷ ହେବ ଦୁଃଖ; ସାତପଡାରୁ ଜନ୍ନିକୁଦାକୁ ହେବ ସଂଯୋଗୀକରଣ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

ପୁରୀ: ରାଜ୍ୟ ବିକାଶ ପାଇଁ 6 ହଜାର 6 ଶହ କୋଟି ଟଙ୍କାର 28 ଟି ଜାତୀୟ ରାଜପଥ ପ୍ରକଳ୍ପକୁ ଉଦଘାଟନ ଓ ଭୂମି ପୂଜନ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାଗ ମନ୍ତ୍ରୀ ନୀତିନ ଗଡକରୀ । ନିର୍ବାଚନ ଯେତିକି ପାଖେଇ ଆସୁଥି ଓଡ଼ିଶା ପ୍ରତି ବିଜେପିର ଫୋକସ ସେତିକି ବଢ଼ି ଚାଲିଛି । ଓଡ଼ିଶାରେ ବିଜେପି ସଫଳତା ହାସଲ ନେଇ ଆଶା ରଖିଥିବା ବେଳେ କେନ୍ଦ୍ର ସରକାର ନିର୍ବାଚନ ପୂର୍ବରୁ ୬ ହଜାର ୬ଶହ କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଭୂମିପୂଜନ ଓ ଲୋକାର୍ପଣ କରିଛନ୍ତି । ପୁରୀ ଶରଧାବାଲି ଠାରେ ଏନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଯୋଗଦେବାର ଥିଲା । କିନ୍ତୁ ନିଜର ପାରିବାରିକ ଅସୁବିଧା ଯୋଗୁ ପୁରୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇନପାରିନଥିଲେ । ନୂଆଦିଲ୍ଲୀରୁ ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ପୁରୀ ବାସିନ୍ଦାଙ୍କ ଦୀର୍ଘ ଦିନର ଦାବି ସିଦ୍ଧମହାବୀର ରେଳ ଓଭର ବ୍ରିଜ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ । ସେହିପରି ପୁରୀ ସାତପଡ଼ାରୁ ଜହ୍ନିକୁଦା ପାଇଁ ଏକ ସ୍ବତନ୍ତ୍ର ପ୍ରକଳ୍ପ ମାଧ୍ୟମରେ ବ୍ରିଜ ନିର୍ମାଣ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଗଡକରୀ ଘୋଷଣା କରିଥିଲେ । କୃଷ୍ଣପ୍ରସାଦ ବ୍ଳକ ବାସିନ୍ଦା ଏହି ପ୍ରକଳ୍ପ ଦ୍ବାରା ଉପକୃତ ହୋଇପାରିବେ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ପ୍ରକଳ୍ପ ନେଇ ଡିପିଆର ପ୍ରସ୍ତୁତ ହୋଇସାରିଥିବା ବେଳେ ଖୁବଶୀଘ୍ର ଅନ୍ୟାନ୍ୟ କାର୍ଯ୍ୟ ଶେଷ କରାଯାଇ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।

ଅଧିକ ପଢନ୍ତୁ- RajyaSabha: କେବେ ଶେଷ ହେବ କଟକ ସମ୍ବଲପୁର NH ନିର୍ମାଣ କାର୍ଯ୍ୟ, ମନ୍ତ୍ରୀ ଦେଲେ ଫାଇନାଲ ଉତ୍ତର

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଏନଏଚ ୧୬ ଚଣ୍ଡିଖୋଲରୁ ଭଦ୍ରକ ୬ ଲେନ ପ୍ରକଳ୍ପ ଏବଂ ଏନଏଚ ୪୯ ର ବହରାଗୁଡା ସିଂଘରା ଚାରିଲେନ ରାସ୍ତା ତଥା ୨୮ ଶହ ୫କୋଟି ଟଙ୍କାର ପ୍ରକଳ୍ପକୁ ଉଦଘାଟନ କରିଥିଲେ । ସେହିପରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୨୬ ଟି ଜାତୀୟ ରାଜପଥ ପ୍ରକଳ୍ପର ୨୪୩ କିଲୋମିଟର ୩୮୨୮ କୋଟି ଟଙ୍କା ପ୍ରକଳ୍ପର ଭୂମିପୂଜନ କରିଥିଲେ କେନ୍ଦ୍ରମନ୍ତ୍ରୀ ଗଡକରୀ । ଓଡ଼ିଶାର ଅର୍ଥନୈତିକ ପ୍ରଗତି ପାଇଁ ମୋଦି ସରକାର ସବୁବେଳେ ଓଡ଼ିଶାକୁ ଅଧିକ ଗୁରୁତ୍ଵ ଦେଉଥିବା ବେଳେ ୬ ହଜାର ୬ଶହ କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟ ଏହାର ଉଦାହରଣ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ମୋଦି ସରକାରଙ୍କ ଗ୍ୟାରେଣ୍ଟିକୁ କେନ୍ଦ୍ରମନ୍ତ୍ରୀ ଦୋହରାଇବା ସହ ମୋଦି ସରକାର ଯାହା ପ୍ରତିଶ୍ରୁତି ଦିଏ ତାହା ପୂରଣ କରୁଥିବାରୁ ମୋଦିଙ୍କ ପ୍ରତି ଲୋକଙ୍କର ସମର୍ଥନ ଓ ଭଲପାଇବା ବଢ଼ି ଚାଲିଥିବା କେନ୍ଦ୍ରମନ୍ତ୍ରୀ କହିଥିଲେ ।

ସେପଟେ ପୁରୀ ଶରଧାବାଲି ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗଦେଇ କହିଛନ୍ତି ଓଡ଼ିଶା ବାସୀଙ୍କ ଉନ୍ନତି ପାଇଁ ସମସ୍ତ ଦାବିକୁ ଗ୍ରହଣ କରିଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାର ଉନ୍ନତି ମୋଦି ସରକାରଙ୍କ ଗ୍ୟାରେଣ୍ଟିରେ ଅଛି । ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀରୁ ଅଯୋଧ୍ୟାକୁ ଏକ ସ୍ବତନ୍ତ୍ର ଟ୍ରେନ ଜୁଲାଇରୁ ଅଗଷ୍ଟ ମାସ ମଧ୍ୟରେ ଆରମ୍ଭ କରାଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଥିଲେ ।

ସେହିପରି ପୁରୀ ବାସିନ୍ଦାଙ୍କ ଦୀର୍ଘ ଦିନର ଦାବି ପୁରୀରୁ କୋଣାର୍କ ରେଳ ଲାଇନ ପ୍ରକଳ୍ପକୁ ଖୁବଶୀଘ୍ର ଅନୁମୋଦନ ମିଳିବ ବୋଲି ଘୋଷଣା କରିଥିଲେ । ପୁରୀ ରେଲୱେ ଷ୍ଟେସନର ଉନ୍ନୟନମୂଳକ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଥିବା ବେଳେ ଖୁବଶୀଘ୍ର ଏହି ପ୍ରକଳ୍ପକୁ ଶେଷ କରାଯାଇ ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରାଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଥିଲେ। ୨୦୧୪ ପୂର୍ବରୁ ଓଡିଶାକୁ ମାତ୍ର ୮ ଶହ କୋଟି ଟଙ୍କା ରେଳ ଅନୁଦାନ ମିଳୁଥିବା ବେଳେ ମୋଦି ସରକାର ଆସିବା ପରେ ଏହା ୧୦ ହଜାର କୋଟିକୁ ଛୁଇଁଛି ।

ପୂର୍ବରୁ ବର୍ଷକୁ ମାତ୍ର ୪୦ ରୁ ୪୫ କିଲୋମିଟର ରେଳ ଲାଇନ ଓଡ଼ିଶାରେ ତିଆରି ହେଉଥିବା ବେଳେ ଏବେ ଏହା ୧୦ ଗୁଣ ବୃଦ୍ଧି ପାଇ ୪୫୦ କିଲୋମିଟରରେ ପହଞ୍ଚିଛି। ଫଳରେ ଅନେକ ଗୁରୁତ୍ତ୍ବପୂର୍ଣ ରେଲୱେ ପ୍ରକଳ୍ପ ଶେଷ ହୋଇଥିବା ବେଳେ ଅନେକ ପ୍ରକଳ୍ପ ଦୃତ ଗତିରେ ଆଗେଇ ଚାଲିଛି। ଯାହାଫଳରେ ଓଡ଼ିଶା ବାସୀ ଉପକୃତ ହେଉଥିବା ବେଳେ ଅର୍ଥନୀତି ଅଭିବୃଦ୍ଧି ମଧ୍ୟ ହୋଇ ଚାଲିଛି । ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଗାମୀ ନିର୍ବାଚନରେ ଦଳୀୟ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀଙ୍କୁ ଆଶୀର୍ବାଦ କରିବାକୁ ନିବେଦନ କରିଥିଲେ ।

ପୁରୀ ଶରଧାବାଲି ଠାରେ ଅନୁଷ୍ଠିତ ବିଜେପିର ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପି ନେତା ଆଶ୍ରିତ ପଟ୍ଟନାୟକ, ଓମପ୍ରକାଶ ମିଶ୍ର, ବିଜେପି ନେତ୍ରୀ ଉପାସନା ମହାପାତ୍ର, ପ୍ରଭାତୀ ପରିଡା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଜେପି ପକ୍ଷରୁ ଆୟୋଜିତ ଏହି ସଭାରେ ପୁରୀ ଜିଲ୍ଲାର ୬ଟି ଯାକ ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା, ହଜାର ହଜାର ବିଜେପି କର୍ମୀମାନେ ସାମିଲ ହୋଇଥିଲେ । ଆଗାମୀ ନିର୍ବାଚନରେ ଓଡ଼ିଶାରେ କିଭଳି ବିଜେପି ସଫଳତା ପାଇବ ସେଦିଗରେ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେଇଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.