ଓଡିଶା

odisha

ଭିଜିଲାନ୍ସ ଜାଲରେ ଆରଆଇ, 20 ହଜାର ଲାଞ୍ଚ ନେଇ ଧରାପଡିଲେ

By ETV Bharat Odisha Team

Published : Jan 7, 2024, 8:00 AM IST

ଭିଜିଲାନ୍ସ ପଞ୍ଜାରେ ବିଲେଇପଦା ରାଜସ୍ୱ ନିରୀକ୍ଷକ

RI caught taking bribe: କେନ୍ଦୁଝର: 20 ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କେନ୍ଦୁଝର ଜିଲ୍ଲା ବିଲେଇପଦା ରାଜସ୍ବ ନିରୀକ୍ଷକ(ଆରଆଇ) । ଏହି ଆରଆଇ ହେଉଛନ୍ତି ମିର୍ ଏମଡି ଖାନ୍ । ଏକ ମିୟୁଟେଶନ କେସ ପାଇଁ ସେ ଦେଓଝର ଗ୍ରାମର ଧୃବରାଜ ହେମ୍ବ୍ରମଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଯୋଜନା ମୁତାବକ ଭିଜିଲାନ୍ସ ବିଭାଗ ଆରଆଇଙ୍କ କାର୍ଯ୍ୟାଳୟ ଉପରେ ଚଢାଉ କରି ଲାଞ୍ଚ ଟଙ୍କା ସହ ତାଙ୍କୁ ଗିରଫ କରିଛି ।

ଏହା ମଧ୍ୟ ପଢନ୍ତୁ...ଭିଜିଲାନ୍ସ ଜାଲରେ ଆର୍‌ଆଇ, ଜମିର କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ

ବଡବିଲ ତହସିଲ୍ ଅନ୍ତର୍ଗତ ବିଲେଇପଦା ଆରଆଇ ମିର୍ ଏମଡି ଖାନ୍ ଏକ ମିୟୁଟେଶନ କେସ ପାଇଁ ଦେଓଝର ଗ୍ରାମର ଧୃବରାଜ୍ ହେମ୍ବ୍ରମଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ୯୪୮/୨୦୨୩ ମ୍ୟୁଟେଶନ କେସ ଯାଞ୍ଚ ରିପୋର୍ଟ ଦେବାବେଳେ ଶନିବାର ଧୃବରାଜ ମୀରଙ୍କୁ ଦାବି ମୁତାବକ ୨୦ ହଜାର ଟଙ୍କା ଲାଞ୍ଚ ଦେଇଥିଲେ । ଏହାକୁ ମିର୍ ତାଙ୍କ ଅଫିସ ଟେବୁଲ ଡ୍ରରରେ ରଖିଥିଲେ । ଯୋଜନା ମୁତାବକ ଭିଜିଲାନ୍ସ ବିଭାଗ ମିର୍‌ଙ୍କ କାର୍ଯ୍ୟାଳୟରେ ଚଢାଉ କରି ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲା । ଏହାପରେ ଭିଜିଲାନ୍ସ ଆରଆଇଙ୍କ ସରକାରୀ ବାସଭବନ ସହ ତେଲକୋଇ ସ୍ଥିତ ପୈତୃକ ବାସଭବନରେ ଚଢାଉ କରିଥିଲା । ଏନେଇ ବାଲେଶ୍ଵର ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ମିରଙ୍କୁ କେନ୍ଦୁଝର ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟାଳୟରେ ପଚରାଉଚୁରା ପରେ କୋର୍ଟ ଚାଲାଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
 

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details