ଓଡିଶା

odisha

ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା, ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

By

Published : Jun 4, 2023, 2:20 PM IST

ପୁରୀ:ଆଜି ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଦୁର୍ଲ୍ଲଭ ହାତୀବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ଶ୍ରୀକ୍ଷେତ୍ରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଭକ୍ତ ଓ ଭଗବାନଙ୍କ ମିଳନ ଶ୍ରୀକ୍ଷେତ୍ରରେ ସୃଷ୍ଟି କରିଛି ଆଧ୍ୟାତ୍ମିକ ପରିବେଶ ।  ବଡ଼ଦାଣ୍ଡରେ ହାତ ଟେକି ଦେଇ ଶ୍ରଦ୍ଧାଳୁ ଦେଉଛନ୍ତି ଭକ୍ତିର ପ୍ରଣତି । ନାଚଗୀତରେ ଉଛୁଳୁଛି ବଡ଼ଦାଣ୍ଡ । ସ୍ନାନ ନୀତି ହେବା ପରେ ସ୍ନାନ ନୀତି ହେବା ପରେ ମଇଲମ, ମେକାପ ସର୍ବାଙ୍ଗ ଓ ନୂଆ ଲୁଗା ବେଶ, ମଧ୍ୟାହ୍ନ ୨ଟାରେ ଛେରା ପହଁରା ନୀତି ଅନୁଷ୍ଠିତ ହେବ । ଏହାପରେ ପରେ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଅନ୍ୟପଟେ ଭକ୍ତଙ୍କ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା କରାଯାଇଥିବା ନେଇ ଏସ୍‌ପି କେ ବିଶାଲ ସିଂ କହିଛନ୍ତି । ସ୍ନାନବେଦୀରୁ ମହାପ୍ରଭୁଙ୍କ ଦର୍ଶନ ପାଇ ଭାବବିହ୍ୱଳ ହୋଇଛନ୍ତି ଭକ୍ତବୃନ୍ଦ ।  

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details