ଓଡିଶା

odisha

ହରଚଣ୍ଡୀ ବେଶରେ ମା' କଟକ ଚଣ୍ଡୀଙ୍କ ଦୁର୍ଲଭ ରୂପ, ଭାବବିହ୍ୱଳ ଭକ୍ତ

By

Published : Sep 27, 2022, 8:39 PM IST

Updated : Feb 3, 2023, 8:28 PM IST

()
କଟକ: ଶାରଦୀୟ ଦୁର୍ଗାପୂଜା ପାଇଁ କଟକର ବିଭିନ୍ନ ଶକ୍ତି ପୀଠ ଗୁଡିକରେ ଆରମ୍ଭ ହୋଇଛି ଶରତକାଳୀନ ଷୋହଳ ଦିନାତ୍ମକ ବେଶ। କଟକର ଆରାଧ୍ୟ ଦେବୀ ମା' କଟକ ଚଣ୍ଡୀ ଆଜି ମଙ୍ଗଳବାର ପବିତ୍ର ଆଶ୍ବିନ ଷୋଡଦିନାତ୍ମକ ପୂଜାର ୧୦ମ ଦିନରେ ମା' କଟକ ଚଣ୍ଡୀ ହରଚଣ୍ଡୀ ବେଶରେ ଦର୍ଶନ ଦେଉଛନ୍ତି । ହୋମ ଯଜ୍ଞ, ଚଣ୍ଡୀପାଠରେ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ବର୍ଷକରେ ଥରେ ମା' ଙ୍କର ଏହି ଦୁର୍ଲଭ ବେଶ ଦେଖି ଶ୍ରଦ୍ଧାଳୁମାନେ ଭାବବିହ୍ବଳ ହୋଇଛନ୍ତି । ତେବେ କଟକ ସମେତ ଅନ୍ୟ ଜିଲ୍ଲାରୁ ମଧ୍ୟ ଭକ୍ତ ଆସି ମା' କଟକ ଚଣ୍ଡୀଙ୍କୁ ଦର୍ଶନ କରିଛନ୍ତି । ଇଟିଭି ଭାରତ, କଟକ
Last Updated :Feb 3, 2023, 8:28 PM IST

ABOUT THE AUTHOR

...view details