ଓଡିଶା

odisha

ଢେଙ୍କାନାଳର ଜୋତା ବ୍ୟବସାୟୀଙ୍କ ଉପରେ ଜିଏସଟି ଚଢ଼ାଉ

By ETV Bharat Odisha Team

Published : Jan 19, 2024, 6:09 PM IST

ଢେଙ୍କାନାଳର ଜୋତା ବ୍ୟବସାୟୀଙ୍କ ଉପରେ ଜିଏସଟି ଚଢ଼ାଉ

Gst Team Raids: ଢେଙ୍କାନାଳ: ସହରର ଜଣେ ଚପଲ ବ୍ୟବସାୟୀ ଘରେ ଜିଏସଟି ରେଡ଼ । ଷ୍ଟେଟ ଜିଏସଟି ଏନଫୋର୍ସମେଣ୍ଟ ଟିମ ଅନୁଗୋଳ ପକ୍ଷରୁ ଏହି ଚଢାଉ କରାଯାଇଛି । ଢେଙ୍କାନାଳର ଜୋତା ବ୍ୟବସାୟୀ ପାତ୍ର ଏଜେନ୍ସି ଉପରେ ଏହି ଚଢ଼ାଉ କରାଯାଇଛି । ଏହି ପାତ୍ର ଏଜେନ୍ସିର ଦୁଇଟି ଚପଲ ଗୋଦାମ ଉପରେ ଏହି ଚଢାଉ ଜାରି ରହିଛି । ବାଜିଚୌକ ଓ ଯତନ ନଗର ସ୍ଥିତ ଜୋତା ଗୋଦାମରେ ଜିଏସଟି ଟିମରେ 8ରୁ 10ଜଣ ଏହି ଚଢାଉରେ ସାମିଲ ହୋଇଛନ୍ତି ।ଜିଏସଟି ରିଟନ ସ୍କୁଟିନ ଓ ବିଜନେସ ଇଣ୍ଟେଲିଜେନ୍ସି ସୂତ୍ରରୁ କିଛି ଅଭିଯୋଗ ଆଧାରରେ ଏହି ଚଢାଉ କରାଯାଉଥିବା ସୂଚନା ମିଳିଛି । ଏହି ଚଢ଼ାଉର ନେତୃତ୍ୱ ନେଇଥିବା ଅନୁଗୁଳ ଜିଏସଟି ଡେପୁଟି କମିସନର ଶିବାଶିଷ ସୂର୍ଯ୍ୟକାନ୍ତ ସାହୁ ଏହି ସୂଚନା ଦେଇଛନ୍ତି । ଅଭିଯୋଗ ଆଧାରରେ ଗୋଦାମର ଷ୍ଟକ ନିଆଯିବ । ସମ୍ପୁର୍ଣ୍ଣ ତଦନ୍ତ ସରିବା ପରେ ଜିଏସଟି ଟିମ ପକ୍ଷରୁ ଅଧିକ ତଥ୍ୟ ପ୍ରଦାନ କରାଯିବ ସହ  ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅଧିକାରୀ  । 

ଏହା ମଧ୍ୟ ପଢନ୍ତୁ .....ଟିକସ ଫାଙ୍କିବା ଅଭିଯୋଗ, ପ୍ରଶାନ୍ତି ଟ୍ରେଡର୍ସରେ ସିଟି ଓ ଜିଏସଟିର ଚଢ଼ାଉ

ଇଟିଭି ଭାରତ, ଢେଙ୍କାନାଳ

 

ABOUT THE AUTHOR

...view details