ଓଡିଶା

odisha

ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ମାନେଶ୍ଵର ବ୍ଲକ ଘେରିଲା ବିଜେପି

By ETV Bharat Odisha Team

Published : Nov 23, 2023, 10:56 PM IST

ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ମାନେଶ୍ଵର ବ୍ଲକ ଘେରିଲା ବିଜେପି

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ଆଜି ମାନେଶ୍ଵର ବ୍ଲକ ଅଫିସ ଘେରାଉ କରାଯାଇଛି l ରାଜ୍ୟରେ ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରୀ, ଅଗଣତାନ୍ତ୍ରିକ ସରକାର ଚାଲିଥିବା ଅଭିଯୋଗ କରି ଜିଲ୍ଲା ବିଜେପି ଆଜି ମାନେଶ୍ବର ବ୍ଲକ ଅଫିସ ଘେରାଉ କରିଛି l ସମ୍ବଲପୁର ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ନେତୃତ୍ବରେ ଆଜି ବିଜେପି ପକ୍ଷରୁ ମାନେଶ୍ବର ବ୍ଲକ ଅଫିସ ଘେରାଉ କରାଯାଇଛି l ଆଜି ମାଳତୀ ଗୁଣ୍ଡେରପୁର ଛକରୁ ରେଙ୍ଗାଲି ବିଧାୟକ ନାଉରୀ ନାଏକ ଙ୍କ ନେତୃତ୍ବରେ ବିଜେପି ନେତା ଓ କାର୍ଯ୍ୟକର୍ତା ମାନେ ଶୋଭାଯାତ୍ରାରେ ବାହାରି ମାନେଶ୍ଵର ବ୍ଲକ ଅଫିସ ସମ୍ମୁଖରେ ପହଞ୍ଚିଥିଲେ l ଏହା ପରେ ବ୍ଲକ ଅଫିସ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା l ଏଠାରେ ହୁମା ମଣ୍ଡଳ ସଭାପତି ଦୁଷ୍ମନ୍ତ ବିଶ୍ଵାଳଙ୍କ ସଭାପତିତ୍ବରେ ଏହି ପ୍ରତିବାଦ ସଭା ହୋଇଥିଲା । 

ଏହି ଅବସରରେ ରେଙ୍ଗାଲି ବିଧାୟକ ନାଏକ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଥିଲେ l ରେଙ୍ଗାଲି ବିଧାୟକ ନାଉରୀ ନାୟକ, ରେଢାଖୋଲ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଚନ୍ଦ୍ର ଶେଖର ପଣ୍ଡା, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ ପ୍ରମୁଖ ନିଜର ଅଭିଭାଷଣ ରଖି ବ୍ଲକ ଗୁଡିକରେ ହେଉଥିବା ଦୁର୍ନୀତି ନେଇ କହିବା ସହ ପିସି କାରବାର ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ l ଶେଷରେ ମାନେଶ୍ବର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଦାବିପତ୍ର ଗ୍ରହଣ କରିଥିଲେ । ଆଜି ବିଜେପି ପକ୍ଷରୁ ଏହି ଦାବିପତ୍ର ବ୍ଲକ ଉନ୍ନୟନ ଅଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି l

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details