ଓଡିଶା

odisha

ଆଦିବାସୀ ଯୁବ ମତ ବିନିମୟ କାର୍ଯ୍ୟକ୍ରମରେ ଭାଗ ନେବେ ୨୦ ଆଦିବାସୀ ଯୁବକ ଯୁବତୀ

By ETV Bharat Odisha Team

Published : Oct 7, 2023, 9:42 PM IST

ଆଦିବାସୀ ଯୁବ ମତ ବିନିମୟ କର୍ଯ୍ୟକ୍ରମରେ ଭାଗନେବେ ୨୦ ଆଦିବାସୀ ଯୁବକ ଯୁବତୀ , ଚଣ୍ଡିଗଡ଼ ଅଭିମୁଖେ ଯାତ୍ରା

ମାଲକାନଗିରି:ଚଣ୍ଡିଗଡ଼ଠାରେ ହେବାକୁ ଯାଉଥିବା ଆଦିବାସୀ ଯୁବ ମତ ବିନିମୟ କର୍ଯ୍ୟକ୍ରମରେ ଯୋଗଦେବେ ଜିଲ୍ଲାର ୨୦ ପ୍ରତିନିଧି ।ମାଲକାନଗିରି ଏମଭି ୩ ସ୍ଥିତି ବିଏସଏଫ ବାଟାଲିଆନ୍ କ୍ୟାମ୍ପ ଠାରେ ବିଏସଏଫ୍ ଓ ନେହରୁ ଯୁବ କେନ୍ଦ୍ର ପକ୍ଷରୁ ଆଦିବାସୀ ଯୁବ ମତ ବିନିମୟ କାର୍ଯ୍ୟକ୍ରମକୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ୨୦ ଯୁବକ ଯୁବତୀ ଓଡିଶାକୁ ପ୍ରତିନିଧିତ୍ବ କରିବେ ବୋଲି ସୂଚନା ମିଳିଛି । 

ଅକ୍ଟୋବର ୧୦ ତାରିଖ ଠାରୁ ୧୬ ତାରିଖ ଯାଏଁ ଚଣ୍ଡିଗଡ଼ଠାରେ ୧୫ ତମ ଆଦିବାସୀ ଯୁବ ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେଠାକୁ ଜିଲ୍ଲାର ମାଥିଲି ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳର ୧୦ ଜଣ ଯୁବକ ଓ ୧୦ ଜଣ ଯୁବତୀ ଆସନ୍ତାକାଲି ଚଣ୍ଡିଗଡ଼ ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ସେହି ସମୟରେ ପଞ୍ଜାବର ରାଜ୍ୟପାଳ, ମନ୍ତ୍ରୀ, କ୍ରୀଡ଼ାବିତ, ଅଭିନେତା, ଅଭିନେତ୍ରୀଙ୍କ ସମେତ ଶ୍ରେଷ୍ଠ ବ୍ୟକ୍ତିତ୍ଵଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି  । 

ଏହା ମଧ୍ୟ ପଢନ୍ତୁ...P20 Summit: ବିବାଦ ମଧ୍ୟରେ ଅଂଶଗ୍ରହଣ କରିବ କାନାଡା, ସ୍ପଷ୍ଟ କଲା ଭାରତ

ଏହି କାର୍ଯ୍ୟକ୍ରମ ଦ୍ୱାରା ଦେଶର ବିଭିନ୍ନ ରାଜ୍ୟର  କଳା, ସଂସ୍କୃତି, ପରମ୍ପରା ସମ୍ପର୍କରେ ଜ୍ଞାନ ପାଇପାରିବେ ଏବଂ ନିଜ ମତ ବିନିମୟ କରିପାରିବେ। ୨୦୨୩-୨୪ ବର୍ଷରେ ଆୟୋଜିତ ବିଭିନ୍ନ ଯୁବ ମତ ବିନିମୟ କାର୍ଯ୍ୟକ୍ରମରେ ବିଭିନ୍ନ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରୁ ୩୨୦ ଜଣକୁ ପଠାଯିବ ବୋଲି ସୂଚନା ଦେଇଛନ୍ତି ବିଏସଏଫ ଡିଆଇଜି ।ଏଥିରେ ବିଏସଏଫ ଡିଆଇଜି ଶୈଳେନ୍ଦ୍ର କୁମାର ସିହ୍ନା, ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ, କମାଣ୍ଡେଣ୍ଟ ଶିବା ଓମ୍, ସିଏମଓ(ଏସଜି) ଡ. ସଞ୍ଜିବ କୁମାର, ଡିସି ରାଜେଶ କୁମାର, ଡିସିଜି ସୁଭଞ୍ଜନ ମହାପାତ୍ର, ନେହୁରୁ ଯୁବକେନ୍ଦ୍ର ଅଧିକାରୀ ହରିଶ ରୂପଲ ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ,ମାଲକାନଗିରି

ABOUT THE AUTHOR

...view details