ETV Bharat / bharat

P20 Summit: ବିବାଦ ମଧ୍ୟରେ ଅଂଶଗ୍ରହଣ କରିବ କାନାଡା, ସ୍ପଷ୍ଟ କଲା ଭାରତ

author img

By ETV Bharat Odisha Team

Published : Oct 6, 2023, 7:44 PM IST

ଆସନ୍ତା ଅକ୍ଟୋବର 13 ତାରିଖରେ ଭାରତର ଆୟୋଜିତ ହେବ ପି-20 ସମ୍ମିଳନୀ । ଅଂଶଗ୍ରହଣ କରିବ କାନାଡା । ଅଧିକ ପଢନ୍ତୁ

Amid diplomatic tension
Amid diplomatic tension

ନୂଆଦିଲ୍ଲୀ: ଜି-20 ସମ୍ମିଳନୀର ସଫଳତା ପରେ ଆସନ୍ତା ଅକ୍ଟୋବର 13 ତାରିଖରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବ G20 ସଂସଦୀୟ ବାଚସ୍ପତି ସମ୍ମିଳନୀ ବା ପି20 ସମ୍ମିଳନୀ । ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବ କାନାଡା । ଭାରତ ଓ କାନାଡା ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ କାନାଡା ଏହି ସମ୍ମିଳନୀରେ ସାମିଲ ହେବ ବୋଲି ସୂଚନା ମିଳିଛି ।

ଏହି 2 ଦିନିଆ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଶୁକ୍ରବାର ବାଚସ୍ପତି ଓମ ବିର୍ଲା ଘୋଷଣା କରିଛନ୍ତି । ଏହି ସମ୍ମିଳନୀରେ ସଂସଦର 50 ସଦସ୍ୟ ଯୋଗ ଦେବେ । ସଂସଦ ଗୃହ କମିଟି ପରିସରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବାଚସ୍ପତି ବିର୍ଲା କହିଛନ୍ତି, "ଭାରତ ଅନ୍ତର୍ଜାତୀୟ ସ୍ତରରେ ଆୟୋଜନ କରିବାକୁ P20 ସମ୍ମିଳନୀରେ 25ଟି ଦେଶର ପ୍ରିସାଇଡିଂ ଅଫିସର, 10 ଜଣ ଉପବାଚସ୍ପତି ଯୋଗଦେବେ ବୋଲି ଆଶା କରାଯାଉଛି । ଏହି ସମ୍ମିଳନୀ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ୍‌ ଓ ଯଶୋଭୂମିର ଏକ୍ସପୋ ସେଣ୍ଟରରେ ଆସନ୍ତା ଅକ୍ଟୋବର 12ରୁ 14 ପର୍ଯ୍ୟନ୍ତ ଆୟୋଜିତ ହେବ । "

ଏହା ବି ପଢନ୍ତୁ- G20 Delhi Summit: ବିଶ୍ବଗୁରୁଙ୍କ ଗହଣରେ ବିଶ୍ବନେତା !

ଏହି ସମ୍ମିଳନୀରେ କାନାଡାର ଅଂଶଗ୍ରହଣକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖି ବିର୍ଲା କହିଥିଲେ ଯେ ଏହି ସମ୍ମିଳନୀରେ ଯୋଗ ଦେବା ଲାଗି ସମସ୍ତ ଦେଶକୁ ନିମନ୍ତ୍ରିତ କରାଯାଇଛି । କାନାଡା ସିନେଟ ସ୍ପିକର ସମ୍ମିଳନୀରେ ଯୋଗ ଦେବେ ବୋଲି ସ୍ପଷ୍ଟ କରିଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ସମ୍ମିଳନୀରେ ପ୍ରାୟ 350 ପ୍ରତିନିଧି ଯୋଗ ଦେବେ । ପ୍ୟାନ ଆଫ୍ରିକାନ ପାର୍ଲାମେଣ୍ଟର ଅଧ୍ୟକ୍ଷ ମଧ୍ୟ ଏହି ସମ୍ମିଳନୀରେ ଯୋଗେ ଦେବେ । ଏହି ସମ୍ମିଳନୀର ବିଷୟବସ୍ତୁ ରହିବ 'ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ' ।

ସୂଚନା ଅନୁସାରେ ନବମ P20 ଶିଖର ସମ୍ମିଳନୀରେ 4ଟି ଅଧିବେଶନ ଅନୁଷ୍ଠିତ ହେବ । ଏଥିରେ ମହିଳାଙ୍କ ନେତୃତ୍ବରେ ପବ୍ଲିକ ଡିଜିଟାଲ ପ୍ଲାଟଫର୍ମରେ ଲୋକଙ୍କ ବିକାଶ, SDG ଗୁଡ଼ିକୁ ତ୍ବରାନ୍ବିତ କରିବା ଏବଂ ସ୍ଥାୟୀ ଶକ୍ତି ପରିବର୍ତ୍ତନ ସମ୍ପର୍କରେ ଏହି ଅଧିବେଶନରେ ଆଲୋଚନା କରାଯିବ । ଅକ୍ଟୋବର 12ରେ ଯଶୋଭୂମି ଠାରେ ପାର୍ଲାମେଣ୍ଟାରୀ ଫୋରମ୍ ଅଫ୍ ଲାଇଫ୍ ଷ୍ଟାଇଲ୍ ଫର ଏନଭାରନମେଣ୍ଟ (LiFE) ଏକ ପ୍ରି-ସମ୍ମିଟ ଅନୁଷ୍ଠିତ ହେବ । 'ମଦର ଡେମୋକ୍ରାସି' ନାମକ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ । ଯେଉଁଥିରେ ଭାରତର ପ୍ରାଚୀନ ତଥା ଗଣତାନ୍ତ୍ରିକ ପରମ୍ପରାକୁ ଆଲୋକିତ କରାଯିବ ବୋଲି ବିର୍ଲା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.