ବିଜୟ ହାସଲ ପରେ ଜନତାଙ୍କୁ ସମ୍ବୋଧନ କରିଛନ୍ତି ଆପ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ସିଂହ ମାନ୍ । ସଭାମଞ୍ଚରେ ଭଗୱନ୍ତ ସିଂହଙ୍କ ସହ ତାଙ୍କ ମାଆ ମଧ୍ୟ ଉପସ୍ଥିତ ରହିଥିଲେ । ବିଜୟକୁ ନେଇ ଭଗୱନ୍ତ ସିଂହ ମାନ ଭାବବିହ୍ବଳ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ବିଜୟ ପରେ ସେ ପଞ୍ଜାବର ଭୋଟରଙ୍କୁ ଧନ୍ୟବାଦ ଦେଇଛନ୍ତି । ମାଆଙ୍କୁ ଧରି କାନ୍ଦିଥିଲେ ଭଗୱନ୍ତ ସିଂହ ମାନ୍ । ତା ସହିତ ସେ ବିରୋଧୀ ନେତାଙ୍କୁ କଟାକ୍ଷ ମଧ୍ୟ କରିଛନ୍ତି । ସେ ମୋଟ ୮୨ ହଜାର ୦୨୩ ଭୋଟ ପାଇ ବିଜୟ ହାସଲ କରିଛନ୍ତି ଭଗୱନ୍ତ ସିଂହ ମାନ୍ ।
Last Updated :Feb 3, 2023, 8:19 PM IST