ଓଡିଶା

odisha

Monkeypox Vaccine ଇମ୍ୟୁନୋ ରେସ୍ପନ୍ସ କ୍ଷେତ୍ରରେ ପ୍ରଭାବଶାଳୀ ହୋଇପାରେ

By

Published : Sep 10, 2022, 7:39 AM IST

ନୂତନ ଅଧ୍ୟୟନ ଅନୁଯାୟୀ, ସୁପାରିଶ ହୋଇଥିବା ଭ୍ୟାକ୍ସିନିଆ ଭାଇରସ୍ (VACV) ଆଧାରିତ ଟିକା, ମଙ୍କିପକ୍ସ ପ୍ରତିରକ୍ଷା ପ୍ରତିକ୍ରିୟା(Immune Response) କ୍ଷେତ୍ରରେ ପ୍ରଭାବଶାଳୀ ହୋଇପାରେ ବୋଲି ଆଶା କରାଯାଉଛି Monkeypox vaccine expected to induce strong immune response) । ଅଧିକ ପଢନ୍ତୁ

ମଙ୍କିପକ୍ସ ଟିକା ପ୍ରତିରକ୍ଷା ପ୍ରତିକ୍ରିୟା କ୍ଷେତ୍ରରେ ପ୍ରଭାବଶାଳୀ ହୋଇପାରେ
ମଙ୍କିପକ୍ସ ଟିକା ପ୍ରତିରକ୍ଷା ପ୍ରତିକ୍ରିୟା କ୍ଷେତ୍ରରେ ପ୍ରଭାବଶାଳୀ ହୋଇପାରେ

ମେଲବୋର୍ଣ୍ଣ: ନୂତନ ଅଧ୍ୟୟନ ଅନୁଯାୟୀ, ସୁପାରିଶ ହୋଇଥିବା ଭ୍ୟାକ୍ସିନିଆ ଭାଇରସ୍ (VACV) ଆଧାରିତ ଟିକା, ମଙ୍କିପକ୍ସ ପ୍ରତିରକ୍ଷା ପ୍ରତିକ୍ରିୟା(Immune Response) କ୍ଷେତ୍ରରେ ପ୍ରଭାବଶାଳୀ ହୋଇପାରେ ବୋଲି ଆଶା କରାଯାଉଛି(Monkeypox vaccine expected to induce strong immune response) । ଭ୍ୟାକ୍ସିନିଆ ଭୂତାଣୁ ପକ୍ସଭାଇରସ୍(poxvirus)ର ଏକ ବୃହତ, ଜଟିଳ ଭାରିଆଣ୍ଟ । ମେ' ମାସ ଆରମ୍ଭରେ ଏହି ନୂତନ ଭାଇରସ୍ ପ୍ରଥମେ ଦେଖାଯାଉଥିବାରୁ 90 ରୁ ଅଧିକ ଦେଶରେ ପ୍ରାୟ 52,000 ରୁ ଅଧିକ ମାମଲା ଚିହ୍ନଟ ହୋଇଥିଲା ।

ବର୍ତ୍ତମାନର ମଙ୍କିପକ୍ସ ଭୂତାଣୁରେ ଦେଖାଯାଇଥିବା ଜେନେଟିକ୍ ପରିବର୍ତ୍ତନ ଗୁଡିକ ଟିକା ଦ୍ବାରା ସୃଷ୍ଟି ହୋଇଥିବା ପ୍ରତିରକ୍ଷା ପ୍ରତିକ୍ରିୟାରେ ପ୍ରଭାବ ପକାଇପାରେ କି ନାହିଁ ତାହା ଜାଣିବା ପାଇଁ ଏକ ଟିମ୍ ଜେନୋମିକ୍ ଅନୁସନ୍ଧାନ କରିଥିଲେ । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ବିଶ୍ୱବିଦ୍ୟାଳୟର ମାଥ୍ୟୁ ମ୍ୟାକେ(Matthew McKay) କହିଛନ୍ତି ଯେ, ‘‘ନିର୍ଦ୍ଦିଷ୍ଟ VACV ଆଧାରିତ ଟିକା ପୂର୍ବରୁ ମଙ୍କିପକ୍ସ ଭୂତାଣୁ ବିରୁଦ୍ଧରେ ଉଚ୍ଚ ଦକ୍ଷତା ପ୍ରଦର୍ଶନ କରିଛି ଏବଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ନିୟନ୍ତ୍ରଣ ପଦକ୍ଷେପ ଭାବରେ ବିବେଚନା କରାଯାଏ ।’’

McKay କହିଛନ୍ତି, " VACV ଆଧାରିତ ଟିକା ଦ୍ବାରା ସୃଷ୍ଟି ହୋଇଥିବା ମାନବ ପ୍ରତିରକ୍ଷା ପ୍ରତିକ୍ରିୟା MPXV-2022 ଉପରେ କେତେ ପ୍ରଭାବ ପକାଉଛି ଜାଣିବା ପାଇଁ ବୈଜ୍ଞାନିକ ତଥ୍ୟର ଅଭାବ ରହିଛି । ଭାଇରସ୍ ପତ୍ରିକାରେ ନିକଟରେ ପ୍ରକାଶିତ ଏହି ଅଧ୍ୟୟନରେ VACV ଏବଂ MPXV-2022 ମଧ୍ୟରେ ଥିବା ଜେନେଟିକ ସମାନତା ଏବଂ ପାର୍ଥକ୍ୟର ମୂଲ୍ୟାଙ୍କନ କରାଯାଇଥିଲା ।

McKay ଆହୁରି ମଧ୍ୟ କହିଛନ୍ତି, "ଯେତେବେଳେ ଆମେ MPXV-2022 ରେ ଅଳ୍ପ ସଂଖ୍ୟକ ଭିନ୍ନ ମ୍ୟୁଟେସନ ଚିହ୍ନଟ କରିଥିଲୁ, ଅଧ୍ୟୟନରୁ ଜଣାପଡିଥିଲା ଯେ, ବିଭିନ୍ନ କ୍ଷେତ୍ରରେ VACV ଏବଂ MPXV-2022 ଜେନେଟିକ୍ ସମାନ ।" ପ୍ରଫେସର ଅହମ୍ମଦ ଅବଦୁଲଙ୍କ ଅନୁଯାୟୀ, ଆମର ବିଶ୍ଳେଷଣକୁ ଆଧାର କରି ଆମେ ଆଶା କରୁଛୁ ଯେ, VACV ଆଧାରିତ ଟିକା ଦ୍ବାରା ସୃଷ୍ଟି ହୋଇଥିବା ପ୍ରତିରକ୍ଷା ପ୍ରତିକ୍ରିୟା MPXV-2022 କୁ ଚିହ୍ନିବା ଏବଂ ପ୍ରତିକ୍ରିୟା କରିବା ପାଇଁ ଏକ ଉତ୍ତମ କାର୍ଯ୍ୟ ଜାରି ରଖିବ ।

ଆମର ତଥ୍ୟ MPXV-2022 ର ମୁକାବିଲା ପାଇଁ ବିଶ୍ବସ୍ତରରେ ପରାମର୍ଶ ଦିଆଯାଉଥିବା ଟିକା ବ୍ୟବହାରକୁ ଅଧିକ ସମର୍ଥନ କରେ ବୋଲି କ୍ୱାଡେର୍ କହିଛନ୍ତି । ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ନୂତନ ମଙ୍କିପକ୍ସ ଭୂତାଣୁ ବିରୁଦ୍ଧରେ ପ୍ରାଥମିକ ପ୍ରତିଷେଧକ ଟୀକାକରଣ ପାଇଁ ପରାମର୍ଶ ଦେଇଛି, ଯାହା ଏକ୍ସପୋଜରର ଅଧିକ ବିପଦ ଥିବା ବ୍ୟକ୍ତିଙ୍କ ପାଇଁ ପ୍ରି-ଏକ୍ସପୋଜର ପ୍ରୋଫିଲାକ୍ସିସ୍(pre-exposure prophylaxis) ଭାବରେ ମଧ୍ୟ ଜଣାଶୁଣା । McKay ଆହୁରି ମଧ୍ୟ କହିଛନ୍ତି ଯେ,‘‘ କ୍ରମାଗତ ଏବଂ ଇମ୍ୟୁନୋଲୋଜିକାଲ୍ ତଥ୍ୟ ଏକତ୍ର କରିବା ଦ୍ବାରା ଏକ ଦୃଢ ପ୍ରତିରକ୍ଷା ପ୍ରତିକ୍ରିୟା ଆଶା କରାଯାଏ, MPXV-2022 ବିରୁଦ୍ଧରେ ଏହି ଟିକାଗୁଡ଼ିକର ସଠିକ କାର୍ଯ୍ୟକାରିତା ନିର୍ଣ୍ଣୟ କରିବା ପାଇଁ କ୍ଲିନିକାଲ୍ ଅଧ୍ୟୟନ ଆବଶ୍ୟକ ।’’

ABOUT THE AUTHOR

...view details