ଓଡିଶା

odisha

ରାଉରକେଲାରେ ଡାଇରିଆ ନିୟନ୍ତ୍ରଣାଧୀନ, ସ୍ବାସ୍ଥ୍ୟଗତ ସତର୍କତା ମାନିବାକୁ ପ୍ରଶାସନର ଅପିଲ

By ETV Bharat Odisha Team

Published : Dec 25, 2023, 10:34 PM IST

Spread of Diarrhea is under control in Rourkela: ପ୍ରାୟ ଦୁଇ ସପ୍ତାହ ଧରି ଆତଙ୍କ ଖେଳାଇଥିବା ଡାଇରିଆ ଏବେ ନିୟନ୍ତ୍ରଣାଧିନ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନେତୃତ୍ବରେ ଏକ ଅଡିଟ୍ ଟିମ ଗଠନ । ଅଧିକ ପଢନ୍ତୁ

ରାଉରକେଲାରେ ଡାଇରିଆ ନିୟନ୍ତ୍ରଣାଧୀନ, ସ୍ବାସ୍ଥ୍ୟଗତ ସତର୍କତା ମାନିବାକୁ ପ୍ରଶାସନର ଅପିଲ
ରାଉରକେଲାରେ ଡାଇରିଆ ନିୟନ୍ତ୍ରଣାଧୀନ, ସ୍ବାସ୍ଥ୍ୟଗତ ସତର୍କତା ମାନିବାକୁ ପ୍ରଶାସନର ଅପିଲ

ରାଉରକେଲାରେ ଡାଇରିଆ ନିୟନ୍ତ୍ରଣାଧୀନ, ସ୍ବାସ୍ଥ୍ୟଗତ ସତର୍କତା ମାନିବାକୁ ପ୍ରଶାସନର ଅପିଲ

ରାଉରକେଲା: ନିୟନ୍ତ୍ରଣକୁ ଆସିଲାଣି ରାଉରକେଲାରେ ହଇଜା ଏବଂ ଡାଇରିଆ । ପ୍ରାୟ ଦୁଇ ସପ୍ତାହ ଧରି ଏହି ସ୍ମାର୍ଟ ସିଟିରେ ଆତଙ୍କ ଖେଳାଇଥିଲା ଡାଇରିଆ । ୯ ଜଣ ଲୋକ ଙ୍କ ମୃତ୍ୟୁ ସହିତ ବହୁ ସଂଖ୍ୟକ ଲୋକେ ଏଥିରେ ଆକ୍ରାନ୍ତ ହୋଇଥିଲେ । ବର୍ତ୍ତମାନ ପରିସ୍ଥିତି ସୁଧୁରିବାରେ ଲାଗିଛି ବୋଲି ସୂଚନା ଦେଇଛି ରାଉରକେଲା ପ୍ରଶାସନ । ରାଉରକେଲା ମହାନଗର ନିଗମ ସହ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ପରିସ୍ଥିତିର ମୁକାବିଲା ପାଇଁ ମିଳିତ ଉଦ୍ୟମ ଜାରି ରହିଛି । ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ରାଉରକେଲାରେ ଆଜି ୧୦ ଜଣ ଡ଼ାଇରିଆ ରୋଗୀ ଚିକିତ୍ସିତ ହେଉଛନ୍ତି ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ବର୍ତ୍ତମାନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ସହରର ସମସ୍ତ ୧୦ଟି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଗୁଡିକ ୨୪ ଘଣ୍ଟା ଖୋଲା ରଖାଯାଇଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ହେଲା ପରେ ମଧ୍ୟ ଏହାକୁ ଖୋଲା ରଖାଯାଇଛି । ଡାଇରିଆ ପରିସ୍ଥିତିର ସଫଳ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା ମୂଳକ ପଦକ୍ଷେପମାନ ଗ୍ରହଣ କରାଯାଇଛି । ତେବେ ୱାଟକୋ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ରାଉରକେଲାରେ ପାଇପ ଫାଟିଥିବା ୯୩ ଟି ସ୍ଥାନରେ କାର୍ଯ୍ୟ ଶେଷ ହୋଇଗଲାଣି ଏବଂ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଆଉ କେଉଁଠି ପାଇପ ଫାଟିଛି ବା ପାଣି ଗୋଳିଆ ଆସୁଛି ଏହା ନେଇ ଅନୁଧ୍ୟାନ ଜାରି ରହିଛି । ଏହା ସହ ଏପର୍ଯ୍ୟନ୍ତ ରାଉରକେଲାରେ ପ୍ରାୟ ୧୫୦୦ରୁ ଉର୍ଦ୍ଧ୍ବ ଜଳ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ...ନିୟନ୍ତ୍ରଣକୁ ଆସୁଛି ଡାଇରିଆ, ଷ୍ଟିଲ ସିଟିରେ ଚାଲିଛି ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା

ସହରରେ ଥିବା ବିଭିନ୍ନ ଖାଦ୍ୟ ଷ୍ଟଲ୍ ସମେତ ହୋଟେଲ ଏବଂ ଫାଷ୍ଟ ଫୁଡ଼ ଷ୍ଟଲ ଗୁଡ଼ିକରେ ପ୍ରତିଦିନ ଖାଦ୍ୟର ଗୁଣବତ୍ତା ତଥା ମାନ ପରୀକ୍ଷଣ କରାଯାଉଛି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ମୃତ୍ୟୁ ଚିହ୍ନଟ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନେତୃତ୍ବରେ ଏକ ଅଡିଟ୍ ଟିମ ଗଠନ କରାଯାଇଥିଲା । ଏହି ଅଡିଟ୍ କମିଟିର ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଡାଇରିଆରେ ୯ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ମଧ୍ୟ ରାପିଡ଼ ରେସ୍ପନ୍ସ ଟିମ ଏବଂ ଆଶା ଓ ଅଙ୍ଗନବାଡି ଦିଦି ଯାଇ ଡୋର ଟୁ ଡୋର ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏଥି ସହ ଡାଇରିଆ ପରିସ୍ଥିତିର ପ୍ରକୃତ କାରଣ ଜାଣିବା ପାଇଁ ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର (ଆରଏମଆରସି) ଓ ଏସସିବି ମେଡିକାଲର ଏକ ପ୍ରତିନିଧି ଦଳ ନମୂନା ସଂଗ୍ରହ କରିଛନ୍ତି ଏବଂ ଆଉ ଅଳ୍ପ ଦିନରେ ଏହାର ରିପୋର୍ଟ ସାମ୍ନାକୁ ଆସିଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details