ଓଡିଶା

odisha

ନିୟନ୍ତ୍ରଣକୁ ଆସୁଛି ହଇଜା ସଂକ୍ରମଣ, ଏବେ ବି ରୋଗର କାରଣ ଅସ୍ପଷ୍ଟ

By ETV Bharat Odisha Team

Published : Dec 24, 2023, 7:38 AM IST

Cholera Situation is Under Control: ଝାଡ଼ାବାନ୍ତିରେ ବେହାଲ ହେଲେଣି ସ୍ମାର୍ଟସିଟି ରାଉରକେଲାବାସୀ । ଏହାରି ଭିତରେ ସ୍ବାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ ଆସି ସ୍ଥିତି ସମୀକ୍ଷା କରି ବିଭିନ୍ନ ବିଭାଗ ସହ ବ୍ୟାପକ ଆଲୋଚନା କରିଛନ୍ତି । ଏହାସହ ବର୍ତ୍ତମାନ ସ୍ଥିତି ସ୍ଥିର ଥିବା ଏବଂ ରୋଗୀଙ୍କ ସଂଖ୍ୟା ବଢୁନଥିବା କହିଛନ୍ତି । ଅଧିକ ପଢ଼ନ୍ତୁ

Cholera situation  in Rourkela
Cholera situation in Rourkela

Cholera situation in Rourkela

ରାଉରକେଲା: ଷ୍ଟିଲ ସିଟିରେ ଡାଇରିଆ କାୟା ବିସ୍ତାର କରିବା ସହ ଲୋକଙ୍କୁ ନୟାନ୍ତ କଲାଣି । ଝାଡ଼ାବାନ୍ତିରେ ବେହାଲ ହେଲେଣି ସ୍ମାର୍ଟ ସିଟି ରାଉରକେଲାବାସୀ । ରାଉରକେଲା ସମେତ ଗ୍ରାମାଞ୍ଚଳରେ ଶହ ଶହ ଲୋକ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ୧୩ ଦିନରେ ମଧ୍ୟରେ ପ୍ରାୟ ୧୩୦୦ ଜଣ ରୋଗୀ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏବେ ସୁଦ୍ଧା 6ଟି ମୁଣ୍ଡ ନେଲାଣି ଏହି ରୋଗ । ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ବାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ ଆସି ସ୍ଥିତି ସମୀକ୍ଷା କରି ବିଭିନ୍ନ ବିଭାଗ ସହ ବ୍ୟାପକ ଆଲୋଚନା କରିଛନ୍ତି । ଏହାସହ ବର୍ତ୍ତମାନ ରାଉରକେଲାରେ ସ୍ଥିତି ସ୍ଥିର ଥିବା ଏବଂ ରୋଗୀଙ୍କ ସଂଖ୍ୟା ବଢୁନଥିବା କହିଛନ୍ତି ।

ତେବେ ରାଉରକେଲାରେ ଝାଡ଼ାବାନ୍ତି ଆକ୍ରାନ୍ତ ବୃଦ୍ଧି ପାଇବା ଏକ ଚିନ୍ତାର କାରଣ ପାଲଟିଥିଲା । ଏହାକୁ ନେଇ ପ୍ରଥମେ ସୁନ୍ଦରଗଡ଼ ସ୍ବାସ୍ଥ୍ୟ ବିଭାଗ ଦଳ ଏବଂ ୱାଟକୋ ଦଳ ଆସି ସ୍ଥିତି ପରଖିଥିଲେ । ଏହାପରେ ସ୍ବାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ ଆସି ନିଜେ ସ୍ଥିତି ସମୀକ୍ଷା କରି ଜିଲ୍ଲାର ବିଭିନ୍ନ ବିଭାଗ ସହ ବ୍ୟାପକ ଆଲୋଚନା କରି ଫେରିଛନ୍ତି ଏବଂ ଏହାପରେ ପୁଣି ରାଜ୍ୟର SCB ମେଡ଼ିକାଲରୁ ସ୍ପେଶାଲ ଟିମ ଏବଂ RMRC ଭୁବନେଶ୍ୱରରୁ ସ୍ପେଶାଲ ଟିମ ଆସି ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ରୋଗ ବ୍ୟାପିବାର ମୂଳ କାରଣ ବର୍ତ୍ତମାନ ଖୋଜିବା ପାଇଁ 12ଟି ଟିମ ରାଉରକେଲାରେ ରିସର୍ଚ୍ଚ କରୁଛନ୍ତି । କେଉଁଠି ତ୍ରୁଟି ରହିଛି । କେଉଁ କାରଣରୁ ଏଭଳି ସ୍ଥିତି ଉପୁଜିଛି ସେନେଇ ସନ୍ଧାନ ଚଳାଇଛି ପ୍ରଶାସନ ।

ଏହା ମଧ୍ୟ ପଢ଼ନ୍ତୁ...ରାଉରକେଲାରେ ଡରାଉଛି ଡାଇରିଆ, ସ୍ଥିତି ନିୟନ୍ତ୍ରଣରେ ଅଛି କହିଲେ କମିଶନର

ବିରୋଲୋଜି ଏବଂ ମାଇକ୍ରୋବାୟୋଲୋଜି ବିଭାଗ ସମସ୍ତ ସ୍ଥାନରୁ ସମ୍ପୂଲ ଗ୍ରହଣ କରି ଟେଷ୍ଟ କରିଛି । ଏହି ରୋଗ ୱାଟକ ଦ୍ୱାରା ଯୋଗାଇ ଦିଆଯାଉଥିବା ପାଣି ଯୋଗୁଁ ହୋଇଛି । ପାଇପ ଫାଟି ଡ୍ରେନ ପାଣି ମିଶିଥିବାରୁ ଲୋକେ ଏହି ରୋଗରେ ଆକ୍ରାନ୍ତ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଏହାପରେ ପାଇପ ଫାଟିଥିବା ସମସ୍ତ ୧୪ଟି ସ୍ଥାନରେ ମରାମତି ହୋଇଛି । ସ୍ବାସ୍ଥ୍ୟ ସେବା ଲାଗି ଲୋକଙ୍କ ପାଇଁ 24 ଘଣ୍ଟା PHC ଏବଂ ବ୍ୟାପକ ଔଷଧ ମହଜୁଦ ରଖାଯାଇଛି । ତେବେ ଏନେଇ ରାଉରକେଲା ବିଧାୟକ ତଥା ଶ୍ରମମନ୍ତ୍ରୀ ସାରଦା ନାୟକ କହିଛନ୍ତି, "ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି । ଏହସହ ରୋଗ ପଛର କାରଣ ଜାଣିବା ପାଇଁ ଅନୁଧ୍ୟାନ କରାଯାଉଛି । ଗତ 24 ଘଣ୍ଟା ମଧ୍ୟରେ ରୋଗୀଙ୍କ ସଂଖ୍ୟା ପୂର୍ବ ଅପେକ୍ଷା କମିଛି । ତଥାପି ରାଜ୍ୟ ସରକାର ଏଥିପ୍ରତି ତତ୍ପର ଅଛନ୍ତି ।"

ସେପଟେ ଉତ୍ତରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଳାଇ କହିଛନ୍ତି, "ଡାଇରିଆର ସ୍ଥିତି ସମ୍ପୂର୍ଣ ନିୟନ୍ତ୍ରଣରେ ଅଛି । ଧିରେ ଧିରେ ରୋଗୀଙ୍କ ସଂଖ୍ୟା କମୁଛି । ବର୍ତ୍ତମାନ 12ଟି ଟିମ ଆସି ରୋଗ ବଢିବାର କାରଣ ନେଇ ରିସର୍ଚ୍ଚ କରୁଛନ୍ତି । ରିସର୍ଚ୍ଚ ରିପୋର୍ଟ ଆସିଲେ ରୋଗ ପଛର କାରଣ ଜଣାପଡ଼ିବ ।"

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details