ଓଡିଶା

odisha

ମା’ ମାହେଶ୍ୱରୀଙ୍କ ସ୍ନାନଯାତ୍ର ସମ୍ପନ୍ନ

By

Published : Oct 12, 2021, 9:25 PM IST

ସୁବର୍ଣ୍ଣପୁରରେ ସମ୍ପନ୍ନ ହେଲା ମା ମାହେଶ୍ୱରୀଙ୍କ ସ୍ନାନଯାତ୍ରା

ଆଜି ପବିତ୍ର ଅଷ୍ଟମୀ ଅବସରରେ ସୁବର୍ଣ୍ଣପୁରରେ ସମ୍ପନ୍ନ ହେଲା ଦେବୀ ଦୁର୍ଗାଙ୍କ ଭିନ୍ନ ଏକ ରୂପ ମା ମାହେଶ୍ବରୀଙ୍କ ସ୍ନାନଯାତ୍ରା । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଆଜି ପବିତ୍ର ଅଷ୍ଟମୀ । ଚାରିଆଡ଼େ ଚାଲିଛି ଶକ୍ତି ଆରାଧନା । ଧୂପ ,ଦୀପ, କର୍ପୁର, ଭାସ୍କର, ନୈବେଦ୍ୟ ଆଦିର ସୁଗନ୍ଧରେ ଉଛୁଳି ପଡୁଛି ପରିବେଶ । ଚାଲିଛି ଦେବୀ ଦୁର୍ଗାଙ୍କ ଆରାଧନା । ତାରି ଭିତରେ ଜିଲ୍ଲାର ଦେବୀ ଦୁର୍ଗାଙ୍କ ଭିନ୍ନ ଏକ ରୂପ ମା’ ମାହେଶ୍ବରୀଙ୍କ ଷୋଡଶ ଉପଚାର ପୂଜା ଆରାଧନା ମଧ୍ୟ ଚାଲିଛି । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଲେହେଡି ଗ୍ରାମର ଅନନ୍ୟ ଶକ୍ତିପୀଠ ମା’ ମାହେଶ୍ବରୀଙ୍କ ପୀଠରେ ଷୋଳପୁଜାର ଆୟୋଜନ କରାଯିବା ସହ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି ।

ସୁବର୍ଣ୍ଣପୁରରେ ସମ୍ପନ୍ନ ହେଲା ମା ମାହେଶ୍ୱରୀଙ୍କ ସ୍ନାନଯାତ୍ରା

ତେବେ ଆଶ୍ବିନ ମାସରେ ମୁଳାଷ୍ଠମୀଠାରୁ ମା’ଙ୍କ ଶଡୋଷ ଉପଚାରରେ ପୂଜା ହୋଇ ଆସୁଥିବାବେଳେ ଆଜି ମାଁଙ୍କ ସ୍ନାନଯାତ୍ରା ଆୟୋଜିତ ହୋଇଛି । ପୁଅ ଜିଉନ୍ତିଆରୁ ଆରମ୍ଭ କରି ଭାଇ ଜିଉନ୍ତିଆ ପର୍ଯ୍ୟନ୍ତ ମା’ ମାହେଶ୍ବରୀଙ୍କ ଷୋଡଶ ଉପଚାର ପୂଜା ଆରାଧନା କରାଯାଇଥାଏ । ତେବେ ଶୁକ୍ଳ ଅଷ୍ଟମୀ ତିଥିରେ ଦେବୀ ମା’ ଛତ୍ର ଓ ଆଲଟ ଶୋଭାଯାତ୍ରାରେ ମହାନଦୀକୁ ସ୍ନାନ ଯାତ୍ରାରେ ଯାଇଥାନ୍ତି। ଏହି ଶୋଭାଯାତ୍ରାରେ ପଶ୍ଚିମ ଓଡିଶାର ଲୋକବାଦ୍ୟ, ଲୋକ ସଙ୍ଗୀତ ତଥା ସାମରିକ କଳାରେ ଭରପୁର ବାଡ଼ିଖେଳ ମଧ୍ୟ ପ୍ରଦର୍ଶିତ କରାଯାଇଥାଏ ।

ତେବେ ଆଜି ଦିନରେ ମା’ଙ୍କ ପାଖରେ ନାବାନ୍ନ ସମର୍ପଣ କରିବାର ପରମ୍ପରା ବି ଚାଲିଆସିଛି । ଦେବୀଙ୍କ ସ୍ନାନଯାତ୍ରା ପରେ ଷୋଡଶ ଉପଚାର ପୂଜାବିଧିର ପୂର୍ଣ୍ଣାହୁତି ହେଉଥିବାବେଳେ ଭଉଣୀମାନେ ଦେବୀ ଦୁର୍ଗାଙ୍କ ପାଖରେ ଭାଇ ଜୁଉନ୍ତିଆ ପର୍ବ ପାଳନ କରିବାର ବିଧି ରହିଛି । ଭଉଣୀମାନେ କାୟ ମନୋବାକ୍ୟରେ ନିର୍ଜଳ ଉପବାସ କରି ଭାଇଙ୍କ ମଙ୍ଗଳ ପାଇଁ ଏହି ଓଷା କରିବାର ପରମ୍ପରା ରହିଛି।

ତେବେ ଆଜି ମା’ ମାହେଶ୍ବରୀ ପୀଠରେ ରୀତିନୀତି ଅନୁଯାୟୀ ସ୍ନାନଯାତ୍ରା ପାଳନ କରାଯାଇ ଥିବାବେଳେ କୋଭିଡ ନିୟମ ପାଳନ କରିବା ପାଇଁ ସେବାୟତ ଓ ମନ୍ଦିର ପରିଚାଳନା କମିଟି ଶ୍ରଦ୍ଧାଳଙ୍କୁ ପରାମର୍ଶ ଦେଇଥିଲେ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details