ETV Bharat / state

ଆଜି ପୁଣି ଟ୍ୱିନସିଟିକୁ ରେଡ ଆଲର୍ଟ; ରାଜଧାନୀରେ 41 ଟପିଲା ପାରଦ - heat wave

author img

By ETV Bharat Odisha Team

Published : Apr 28, 2024, 1:36 PM IST

Updated : Apr 28, 2024, 2:22 PM IST

Etv Bharat
Etv Bharat

Heat Wave In Odisha: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ସାଢେ 11ଟା ସୁଦ୍ଧା ଭୁବନେଶ୍ବରରେ 41.6 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଟ୍ବିନସିଟିକୁ ରେଡ ଆଲର୍ଟ ଜାରି କରାଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ୱର: ସୂର୍ଯ୍ୟଙ୍କ ପ୍ରଖର ତାପରେ ଜର୍ଜରିତ ରାଜ୍ୟବାସୀ । ତତଲା କଡେଇରେ ଭାଜି ହେଉଛି ଓଡ଼ିଶା । ପ୍ରବଳ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଘରୁ ବାହାରିକାକୁ ମଧ୍ୟ ଭୟ ଲାଗୁଛି । ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଅତିକ୍ରମ କରିଛି । ଦିନ ସାଢେ 11ଟା ସୁଦ୍ଧା ଭୁବନେଶ୍ବର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି । ତେଣୁ ଭୁବନେଶ୍ବରକୁ ରେଡ ଆଲର୍ଟ ଜାରି କରାଯାଇଛି । ଏଠାରେ 11ଟା 30 ସୁଦ୍ଧା ତାପମାତ୍ରା 41.6 ଡିଗ୍ରୀ ରେକର୍ଡ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ଶିଖର ଛୁଇଁଲା ତାପମାତ୍ରା, 45.2 ଡିଗ୍ରୀ ସହ ଦେଶର ସବୁଠୁ ଉତ୍ତପ୍ତ ସହର ବାରିପଦା ଓ ବୌଦ୍ଧ - Temperature Crosses 45 Degree

ସେହିପରି ବାଲେଶ୍ବରରେ 40.7, ଚାନ୍ଦବାଲିରେ 40.2 ଡିଗ୍ରୀ ଓ କେନ୍ଦୁଝରରେ 40 ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି । ରାଜ୍ୟର ଅନ୍ୟ 7ଟି ସ୍ଥାନରେ 30 ଡିଗ୍ରୀ ରହିଛି ତାପମାତ୍ରା । ଝାରସୁଗୁଡାରେ 39.5 ଡିଗ୍ରୀ, ସମ୍ବଲପୁରରେ 39.4 ଡିଗ୍ରୀ, ରାଉରକେଲାରେ 39.4 ଡିଗ୍ରୀ, ହୀରାକୁଦରେ 37.8 ଡିଗ୍ରୀ , ପୁରୀ 34.2 ଡିଗ୍ରୀ, ଗୋପାଳପୁରରେ 33.5 ଡିଗ୍ରୀ, ପାରାଦ୍ବୀପରେ 33.4 ଡିଗ୍ରୀ ରୋକର୍ଡ କରାଯାଇଛି । ଭୀଷଣ ଗ୍ରୀଷ୍ମପ୍ରବାହ ଆଶଙ୍କାକୁ ଦୃଷ୍ଟିରେ ରଖି ଟ୍ୱିନସିଟିକୁ ରେଡ ଆଲର୍ଟ ଜାରି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ତତଲା କଡ଼େଇରେ ଝାରସୁଗୁଡ଼ା, ୪୩.୮ ଡିଗ୍ରୀ ସହ ପାଲଟିଲା ରାଜ୍ୟର ଉତ୍ତପ୍ତ ସହର - HIGHEST TEMPERATURE

ଆଜି ସକାଳ 8ଟା 30 ସୁଦ୍ଧା ଅନୁଗୋଳ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଥିଲା । ଏଠାରେ ତାପମାତ୍ର 36 ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ବାନୀପାଟଣାରେ 35.5 ଡିଗ୍ରୀ, ତାଳଚେରରେ 35.4 ଡିଗ୍ରୀ, ବାରିପଦାରେ 35.2 ଡିଗ୍ରୀ, ବଲେଶ୍ବରରେ 34.8 ଡିଗ୍ରୀ, କେନ୍ଦୁଝରରେ 34.8 ଡିଗ୍ରୀ, ଭଦ୍ରକରେ 33.5 ଡିଗ୍ରୀ, ଭୁବନେଶ୍ବରରେ 33.4 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।

ଶନିବାର ଟ୍ୱିନ ସିଟିରେ ଚଳିତ ସିଜିନରେ ପ୍ରଥମ ଥର ପାଇଁ 43 ଡ଼ିଗ୍ରୀ ତାପମାତ୍ରା ଅତିକ୍ରମ କରିଥିଲା । ଭୁବନେଶ୍ୱର ରେ 44.6 ଡ଼ିଗ୍ରୀ ଏବଂ କଟକ ରେ 43.4 ଡ଼ିଗ୍ରୀ ଦିନରେ ତାପମାତ୍ରା ରେକର୍ଡ କରାଯାଇଥିଲା । ଭୁବନେଶ୍ୱରରେ ସ୍ୱାଭାବିକ ତୁଳନାରେ 6.8 ଡ଼ିଗ୍ରୀ ଅଧିକ ରେକର୍ଡ ହୋଇଥିବା ବେଳେ କଟକ ରେ 6.3 ଡ଼ିଗ୍ରୀ ଅଧିକ ରେକର୍ଡ ହୋଇଥିଲା । ଆଜି ଠାରୁ ଦିନର ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ସହ ତାପମାତ୍ରା ଧିରେ ଧିରେ ବଢ଼ିବ ବୋଲି ଗତକାଲି ସୂଚନା ଦେଇଥିଲେ ପାଣିପାଗ ବିଶେଷଜ୍ଞ । 13 ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ସେହିପରି 15 ଜିଲ୍ଲାକୁ ଅରେଞ୍ଜ ଓ 2 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । 29 ତାରିଖରେ ମଧ୍ୟ 13 ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାୟାଇଛି । ବିଶେଷ କରି ଆଗାମୀ 2 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରଵାହକୁ ନେଇ 30ଟି ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 28, 2024, 2:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.