ETV Bharat / state

ଅନ୍ୟ ଦଳରେ ମିଶିବାରୁ ଖୁଣ୍ଟରେ ବାନ୍ଧି ସ୍ଵାମୀଙ୍କୁ ନିସ୍ତୁକ ମାଡ, ପ୍ରତିବାଦ କରିବାରୁ ପତ୍ନୀଙ୍କୁ ନିବସ୍ତ୍ର କରି ନିର୍ଯାତନା - kangaroo court

author img

By ETV Bharat Odisha Team

Published : Apr 28, 2024, 11:49 AM IST

ଅନ୍ୟ ଦଳରେ ମିଶିବାରୁ ଖୁଣ୍ଟରେ ବାନ୍ଧି ସ୍ଵାମୀଙ୍କୁ ନିସ୍ତୁକ ମାଡ
ଅନ୍ୟ ଦଳରେ ମିଶିବାରୁ ଖୁଣ୍ଟରେ ବାନ୍ଧି ସ୍ଵାମୀଙ୍କୁ ନିସ୍ତୁକ ମାଡ

Brutal torture to couple: ଅନ୍ୟ ରାଜନୈତିକ ଦଳରେ ମିଶିବାରୁ ଦମ୍ପତିଙ୍କୁ ବର୍ବର ନିର୍ଯାତନା । ଭଦ୍ରକ ଜିଲ୍ଲା ପିରହାଟରୁ ଆସିଛି ଅଭିଯୋଗ । ଥାନାରେ ଏତଲା ପରେ ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ଭଦ୍ରକ: ବିଜେଡି ଛାଡି ବିଜେପିରେ ମିଶିବାରୁ ଖୁଣ୍ଟରେ ବାନ୍ଧି ସ୍ଵାମୀଙ୍କୁ ନିସ୍ତୁକ ମାଡ ମାରିଲେ ଦୁର୍ବୃତ୍ତ । ପ୍ରତିବାଦ କରିବାରୁ ସ୍ତ୍ରୀଙ୍କୁ ମଧ୍ୟ ନିବସ୍ତ୍ର କରି ମାଡ ମାରିଲେ । ରାଜନୈତିକ ଆକ୍ରୋଶରୁ ଜନୈକ ଦମ୍ପତି ଏପରି ଏକ ବର୍ବରକାଣ୍ଡର ଶିକାର ହୋଇଥିବା ଘଟଣା ଭଦ୍ରକ ଜିଲ୍ଲା ପିରହାଟ ଥାନା ଅଞ୍ଚଳରୁ ଆସିଛି । ପୀଡିତ ଦମ୍ପତି ଏବେ ଅଭିଯୋଗ କରିବା ପରେ ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ପିରହାଟ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧିନ ସାଲେପୁର ଗ୍ରାମରେ ରାଜନୈତିକ ଆକ୍ରୋଶକୁ କେନ୍ଦ୍ରକରି ଏହି ଘଟଣା ଘଟିଛି । ବାଇଧର ମାଝୀ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ପୂର୍ବରୁ ବିଜେଡି ସମର୍ଥିତ ଥିଲେ । ନିକଟରେ ଦଳ ଛାଡି ସେ ବିଜେପିରେ ମିଶିବାରୁ ନିର୍ଦ୍ଧିଷ୍ଟ ଗୋଷ୍ଠୀର କିଛି ବ୍ୟକ୍ତି କିଛି ଦିନ ହେଲା ତାଙ୍କୁ ନାନାଦି ହଇରାଣ ହରକତ କରିଆସୁଥିଲେ । ଶେଷରେ ଗାଁର ଅଷ୍ଟମ ପ୍ରହରୀ ମଣ୍ଡପର ଏକ ଖୁଣ୍ଟରେ ବାଇଧରଙ୍କୁ ବାନ୍ଧି ନିର୍ଦ୍ଧୁମ ମାଡ ମାରିଥିବା ଅଭିଯୋଗ ହୋଇଛି । ଏପରିକି ବାଇଧରଙ୍କୁ ବନ୍ଧା ଯାଇଥିବାର ଫଟୋ ମଧ୍ୟ ଭାଇରାଲ ହୋଇଛି । ଘଟଣା ଦିନ ବାଇଧରଙ୍କ ପତ୍ନୀ ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ନିବସ୍ତ୍ର କରି ମାଡ ମରାଯାଇଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ:- ପଦ୍ମପୁର ଜିଲ୍ଲା ହୋଇଥିଲେ ଇସ୍ତଫା ଦେଇଥାନ୍ତେ ଟୁକୁନି ସାହୁ, ଭାଇରାଲ ହେଉଛି ଭିଡିଓ - Tukuni sahu

ତେବେ ଦମ୍ପତିଙ୍କୁ ମାଡ ମରାଯିବା ଘଟଣା ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ପିରହାଟ ଥାନା ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା । ଏ ସମ୍ପର୍କରେ ବାଇଧରଙ୍କ ପତ୍ନୀ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ବର୍ବରତା ବେଳେ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ବ୍ୟକ୍ତି କାଳନ୍ଦୀ ବାରିକ ଏବଂ ଦୁଃଶାସନ ବଳଙ୍କ ନାମ ସାକ୍ଷୀ ଭାବେ ପୀଡିତା ତାଙ୍କ ଏତଲାରେ ମଧ୍ୟ ଦର୍ଶାଇଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ଥିଲେ ସୁଦ୍ଧା ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ କିଛି ପ୍ରତିକ୍ରିୟା ରଖିନି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.