ସୁବର୍ଣ୍ଣପୁର : ଚୋର ଓ ଲୁଟେରା କେବଳ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁନାହାନ୍ତି ଠାକୁରଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ମାତିଛନ୍ତି ଲୁଟେରା । କିଛିଦିନ ତଳେ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ମଙ୍ଗରଦୋରା ପ୍ରସିଦ୍ଧ ଘୁମରେଶ୍ବର ପୀଠରୁ ଶିବଲିଙ୍ଗ ତାଡି ନେଇଥିଲେ ଦୁର୍ବୃତ୍ତ । ଏହି ଘଟଣା ପରେ ପରେ ବଲାଙ୍ଗୀରର ଚନ୍ଦ୍ରଶେଖର ମହାଦେବଙ୍କ ସୁନା ଅଳଙ୍କାର ଓ ଟଙ୍କା ଲୁଟି ଘଟଣା ଘଟିଥିଲା । ଏବେ ସୁବର୍ଣ୍ଣପୁର ଗଡ଼ଜାତର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁ ମନ୍ଦିରରେ କଳାକନା ବୁଲେଇଛନ୍ତି ଚୋରି ।
ସୂଚନା ଅନୁସାରେ, ସୁବର୍ଣ୍ଣପୁର ଗଡ଼ଜାତର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁ ମନ୍ଦିରରେ କଳାକନା ବୁଲାଇଛନ୍ତି ଚୋର (Robbery at Subarnameru temple loot 50 thousand money and jwellary) । ଗତକାଲି (ମଙ୍ଗଳବାର)ରାତିରେ କିଛି ଦୁର୍ବୃତ୍ତ ମନ୍ଦିରର ତାଲା ଭାଙ୍ଗି ସୁବର୍ଣ୍ଣମେରୁଙ୍କ ଦୈନନ୍ଦିନ ବ୍ୟବହାର କରାଯାଉଥିବା ସାମଗ୍ରୀ ସହିତ ଦାନ ଅର୍ଥ ଚୋରି କରି ନେଇଛନ୍ତି । ଆଜି ସେବାୟତମାନେ ମନ୍ଦିରରେ ପହଞ୍ଚିବା ପରେ ସୁବର୍ଣ୍ଣମେରୁଙ୍କ ସେବା ପୂଜା ସାମଗ୍ରୀ ଚାରିଆଡ଼େ ବିଛେଇ ହୋଇ ପଡିଥିବା ଦେଖିଥିଲେ । ପରେ ମନ୍ଦିରରୁ ଚୋରୀ ହୋଇଥିବା ନେଇ ଜଣା ପଡ଼ିଥିଲା । ଖାଲି ସେତିକି ନୁହେଁ ମନ୍ଦିରରେ ଥିବା ଗୋଟିଏ ଟିଣ ଆଲମିରା ଭାଙ୍ଗି ଦୁର୍ବୃତ୍ତମାନେ ସମସ୍ତ ଜିନିଷପତ୍ର ଚୋରି କରି ନେଇଛନ୍ତି (Subarnameru temple loot 50 thousand money and jwellary) । ଏନେଇ ସେବାୟତ ଓ ମନ୍ଦିର କମିଟି କାର୍ଯ୍ୟକର୍ତ୍ତା ଥାନାରେ ଲିଖିତ ଏତାଲା ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ମନ୍ଦିର ବି ଛାଡିଲେନି: ବଲାଙ୍ଗୀର ମନ୍ଦିରରୁ ମହାଦେବଙ୍କ ସୁନା ମୁକୁଟ ଓ ଅଳଙ୍କାର ଚୋରି