ମନ୍ଦିର ବି ଛାଡିଲେନି: ବଲାଙ୍ଗୀର ମନ୍ଦିରରୁ ମହାଦେବଙ୍କ ସୁନା ମୁକୁଟ ଓ ଅଳଙ୍କାର ଚୋରି

By

Published : Sep 15, 2022, 5:46 PM IST

thumbnail

ବଲାଙ୍ଗୀର : ମନ୍ଦିର ବି ଛାଡିଲେନି ଚୋର । ବଲାଙ୍ଗୀର ମନ୍ଦିରରୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କ ସୁନା ମୁକୁଟ, ଅଳଙ୍କାର ଓ ଟଙ୍କା ଲୁଟି ନେଇଛନ୍ତି ଚୋର । ବଲାଙ୍ଗୀର ସହରସ୍ଥିତ ଶନ୍ତିପଡ଼ା ଚନ୍ଦ୍ରଶେଖର ମହାଦେବ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଛି । ମନ୍ଦିରର ଦୁଇଟି ଦାନ ବାକ୍ସ ଭାଙ୍ଗି ଟଙ୍କା ଚୋରି କରିବାସହ ମହାଦେବଙ୍କ ସୁନା ମୁକୁଟ ଓ ଅଳଙ୍କାର ଚୋରି କରି ପଳାଇଛନ୍ତି ଦୁର୍ବୃତ୍ତ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ ହୋଇଛି । ସେପଟେ ପୋଲିସ୍ ଓ ସାଇଣ୍ଟିଫିକ ଟିମ୍ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.