ଓଡିଶା

odisha

ଶେଷ ହେଲା ମହାନବମୀ ପୂଜା, ଆଜି ମଧ୍ୟରାତ୍ରିରୁ ଅପରାଜିତା ପୂଜା ଆରଧନା

By

Published : Oct 4, 2022, 10:44 PM IST

ସୋନପୁରରେ ଦେବୀ ମା' ଦୁର୍ଗାଙ୍କ ମଣ୍ଡପ ଗୁଡିକରେ ମହନବମୀ ପୂଜା ଆରାଧନା ସମ୍ପନ୍ନ ହୋଇଛି। ବୁଧବାର ଦଶହରା ଥିବାରୁ ଆଜି (ମଙ୍ଗଳବାର) ରାତ୍ରିରେ ଦ୍ବିତୀୟ ପ୍ରହରରୁ ଦେବୀ ମଣ୍ଡପ ଗୁଡିକରେ ଦଶରା ପୂଜା ଆରାଧନା ସହିତ ଅପରାଜିତା ପୂଜା ଆରମ୍ଭ ହେବ ।

ଶେଷ ହେଲା ମହାନବମୀ ପୂଜା, ଆଜି ମଧ୍ୟରାତ୍ରିରୁ ଅପରାଜିତା ପୂଜା ଆରଧନା
ଶେଷ ହେଲା ମହାନବମୀ ପୂଜା, ଆଜି ମଧ୍ୟରାତ୍ରିରୁ ଅପରାଜିତା ପୂଜା ଆରଧନା

ସୋନପୁର: ଆଜି (ମଙ୍ଗଳବାର) ମା' ଦୁର୍ଗାଙ୍କ ମାହନବମୀ ପୂଜା । ଏନେଇ ଚଳଚଞ୍ଚଳ ହୋଇ ଉଠିଥିଲା ସୋନପୁର। ଦୀର୍ଘ ଦୁଇ ବର୍ଷର କୋରୋନା କଟକଣା ପରେ ମାଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ସହରରେ ଦେବୀ ମା' ଦୁର୍ଗାଙ୍କ ମଣ୍ଡପ ଗୁଡିକରେ ମହନବମୀ ପୂଜା ଆରାଧନା ସମ୍ପନ୍ନ ହୋଇଛି । ବୁଧବାର ଦଶହରା ଥିବାରୁ ଆଜି(ମଙ୍ଗଳବାର) ରାତ୍ରିରେ ଦ୍ବିତୀୟ ପ୍ରହରରୁ ଦେବୀ ମଣ୍ଡପ ଗୁଡିକରେ ଦଶରା ପୂଜା ଆରାଧନା ସହିତ ଅପରାଜିତା ପୂଜା ଆରମ୍ଭ ହେବ ।

ଶେଷ ହେଲା ମହାନବମୀ ପୂଜା, ଆଜି ମଧ୍ୟରାତ୍ରିରୁ ଅପରାଜିତା ପୂଜା ଆରଧନା

ଆସନ୍ତାକାଲି (ବୁଧବାର) 12 ଘଣ୍ଟା 10 ମିନିଟ ପର୍ଯ୍ୟନ୍ତ ଦଶରା ପୂଜା ବିଧି କାର୍ଯ୍ୟ ସମାପନ ହେବ। ଆଜି ମଣ୍ଡପ ଗୁଡିକରେ ଦେବୀଙ୍କ ମହାନବମୀ ଚଣ୍ଡୀ ପାଠ ସହିତ ଚଣ୍ଡୀ ଯଜ୍ଞର ପୂର୍ଣ୍ଣାହୁତି ହୋଇଛି। ସନ୍ଧ୍ୟାରେ ଦେବୀ ମା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ଦର୍ଶନ ,ସନ୍ଧ୍ୟା ଆରତୀ ସହିତ ଦେବୀ କୃପା ଲାଭ କରିବାକୁ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହେଉଥିଲା । ଶ୍ରଦ୍ଧାଳୁ ମାନଙ୍କ ପାଇଁ ପୂଜା କମିଟି ଗୁଡିକ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସହରର ବ୍ଲକ ଛକ ପୂଜା ମଣ୍ଡପରେ ମାଙ୍କ ମୂର୍ତ୍ତିରେ ପ୍ରାୟ 20 କେଜିରୁ ଅଧିକ ରୂପା ଅଳଙ୍କାର ବ୍ୟବହାର କରାଯାଇ ଥିବାରୁ ଏଠାରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟପାକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ସହରର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଶକ୍ତି ପୀଠରେ ସରିଲା ନବରାତ୍ରୀ, ମା' ହିଙ୍ଗୁଳାଙ୍କ ନିକଟରେ ଅସ୍ତ୍ର ପୂଜା କଲେ ବିଧାୟକ

ଅନ୍ୟପଟେ ମହାନବମୀ ତିଥିରେ ମହାବଳୀ ପର୍ବ ସମ୍ପନ୍ନ ହୋଇଛି । ଦେବୀ ମା' ସୁରେଶ୍ବରୀଙ୍କ ପୀଠରେ ମହାବଳୀର ଚୁଳବନ୍ଧନ ପର୍ବ ପରେ ମହାବଳୀ ଯାତ୍ରାର ପୂର୍ଣ୍ଣାହୁତି ହୋଇଛି । ଏନେଇ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ତେବେ ଐତିହାସିକ ବାଲିଯାତ୍ରାର ମହାନବମୀ ତିଥିର ଘୋର ଅନ୍ଧକାର ଭିତରେ ଏହି ପର୍ବ ପାଳିତ ହୋଇଯାଇଛି । ମହାବଳୀ ପର୍ବର ଅନ୍ତିମ ପର୍ଯ୍ୟାୟରେ ରାଜପୁରୋହିତ ମହାବଳୀର ଚୁଳବନ୍ଧନ କାର୍ଯ୍ୟ ସମ୍ପନ୍ନ କରି ପୂର୍ଣ୍ଣାହୁତି ପ୍ରଦାନ କରିଛନ୍ତି । ମହାନବମୀର ଦ୍ବିତୀୟ ପ୍ରହରରେ ପ୍ରଥମେ ଡାଙ୍ଗୁଆ ବଳୀ ଓ ପରେ ଗାୟନ ବଳୀ କାର୍ଯ୍ୟ ସମ୍ପନ୍ନ ହେବା ପରେ ମହାବଳୀ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ABOUT THE AUTHOR

...view details