ETV Bharat / state

ଶକ୍ତି ପୀଠରେ ସରିଲା ନବରାତ୍ରୀ, ମା' ହିଙ୍ଗୁଳାଙ୍କ ନିକଟରେ ଅସ୍ତ୍ର ପୂଜା କଲେ ବିଧାୟକ

author img

By

Published : Oct 4, 2022, 9:30 PM IST

ବିଜୟା ଦଶମୀ ଅବସରରେ ମା ହିଙ୍ଗୁଳାଙ୍କ ନିକଟରେ ଅସ୍ତ୍ର ପୂଜା । ଅସ୍ତ୍ର ପୂଜା କଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ । ଅଧିକ ପଢନ୍ତୁ

ଶକ୍ତି ପୀଠରେ ସରିଲା ନବରାତ୍ରୀ, ମା' ହିଙ୍ଗୁଳାଙ୍କ ନିକଟରେ ଅସ୍ତ୍ର ପୂଜା କଲେ ବିଧାୟକ
ଶକ୍ତି ପୀଠରେ ସରିଲା ନବରାତ୍ରୀ, ମା' ହିଙ୍ଗୁଳାଙ୍କ ନିକଟରେ ଅସ୍ତ୍ର ପୂଜା କଲେ ବିଧାୟକ

ଅନୁଗୋଳ: ଶେଷ ହୋଇଯାଇଛି ମା ଦୁର୍ଗାଙ୍କ ନବରାତ୍ରୀ ପୂଜା । ନଅ ଦିନ ଧରି ବିଭିନ୍ନ ରୂପରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ଆଜି (ମଙ୍ଗଳବାର) ମାଙ୍କ ବିଜୟା ଦଶମୀ, ପୂଜା ମଣ୍ଡପରେ ମହାନବମୀ ପୂଜା ଚାଲିଥିବା ବେଳେ ଶକ୍ତିପୀଠରେ ବିଜୟା ଦଶମୀ ପୂଜା କରାଯାଉଛି । ଏନେଇ ଚଲଚଞ୍ଚଳ ହୋଇଉଠିଛି ଅଗୋଳ ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତି ପୀଠ ।

ଶକ୍ତି ପୀଠରେ ସରିଲା ନବରାତ୍ରୀ

ବିଜୟା ଦଶମୀ ଅବସରରେ ଆଜି ଶକ୍ତି ପୀଠ ମା’ ହିଙ୍ଗୁଳାଙ୍କ ଠାରେ ହୋଇଥାଏ ଅସ୍ତ୍ର ପୂଜା । ମାଙ୍କ ନିକଟରେ ପବିତ୍ର ବିଜୟା ଦଶମୀରେ ଅସ୍ତ୍ର ପୂଜା କରିଛନ୍ତି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ। ପାଇକ ଆଖଡା ସାଙ୍ଗ ରେ ଧରି ପାଇକ ମାନଙ୍କ ସହ ଆସି ନିଜେ ମା’ ଅଗ୍ନିରୁପାଙ୍କ ଠାରେ ପୂଜାର୍ଚ୍ଚନା ଅଛନ୍ତି । ଆଜିର ଦିନରେ ପୀଠରେ ଅସ୍ତ୍ରଶସ୍ତ୍ର ପୂଜାର ବିଧି ରହିଥିବାରୁ ପାଇକ ମାନେ ପାରମ୍ପରିକ ବେଶ ପୋଷାକରେ ଆସି ନିଜର ବିରତ୍ୱ ପଦର୍ଶନ କରିବା ସହ ମା' ଙ୍କ ଆଶିଷ ଭିକ୍ଷା କରିଥିଲେ । ଦଶମୀ ଅବସରରେ ମାଙ୍କ ପୀଠ ଉତ୍ସବ ମୁଖରି ହୋଇ ଉଠିଥିବା ବେଳେ ଭକ୍ତଙ୍କ ମଧ୍ୟ ସମାଗମ ହୋଇଥିଲା । ପ୍ରବଳ ବର୍ଷା ସତ୍ତ୍ୱେ ଏହି ପୂଜା ବିଧି ସମ୍ପୂର୍ଣ୍ଣ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ମା'ଙ୍କ ମହାନବମୀ, ହେମସୁରପଡା ମଣ୍ଡପରେ ଏକାଠି ପୂଜା କରୁଛନ୍ତି ହିନ୍ଦୁ-ମୁସଲିମ

ତାଳଚେର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ଅଗ୍ନିରୂପା ମା' ହିଙ୍ଗୁଳା । ପ୍ରସିଦ୍ଧ ଶକ୍ତିପୀଠ ମଧ୍ୟରୁ ମାଁ ହିଙ୍ଗୁଳାଙ୍କ ପୀଠ ହେଉଛି ଅନ୍ୟତମ । କିମ୍ବଦନ୍ତୀ ଅନୁଯାୟୀ ଏହି ପୀଠର ସମ୍ପର୍କ ଶ୍ରୀକ୍ଷେତ୍ର ସହ ଜଡିତ । କାରଣ ମା' ହେଉଛନ୍ତି ଶ୍ରୀକ୍ଷେତ୍ର ରୋଷଘରର ଠାକୁରାଣୀ, ଏଥିସହ ମା' ସତୀଙ୍କ ଅଂଶ ବିଶେଷ ବୋଲି କୁହାଯାଏ । ଅଗ୍ନି ରୂପରେ ଶ୍ରୀକ୍ଷେତ୍ର ଛାଡି ତାଳଚେର ଗୋପାଳ ଗଡରେ ବିଜେ ହୋଇଛନ୍ତି ମା' । ଏଠାରେ ମା' ହିଙ୍ଗୁଳା ଅଗ୍ନି ରୁପରେ ବିରାଜମାନ କରିଥିବାବେଳେ, ବାର ମାସରେ ତେର ପର୍ବ ପାଳନ କରାଯାଏ । ବିଶେଷ କରି ଚୈତ୍ର ମାସ ଶୁକ୍ଳ ପକ୍ଷରେ ହେଉଥିବା ବାର୍ଷିକ ଯାତ୍ରା ଓ ଦଶହରା ନବରାତ୍ରୀ ପୂଜାର ଏଠାରେ ବିଶେଷ ମହତ୍ବ ରହିଛି । ନବରାତ୍ରୀରେ ଷୋଡ଼ଶ ଉପଚାରରେ ମା'ଙ୍କୁ ପୂଜା କରାଯାଏ । ନଅ ଦିନ ଧରି ଭିନ୍ନ ଭିନ୍ନ ରୂପରେ ପୂଜା ପାଇଥାନ୍ତି ମା' ହିଙ୍ଗୁଳା । ଏହି ରୂପକୁ ଦର୍ଶନ କରିବା ପାଇଁ ମନ୍ଦିରକୁ ଭକ୍ତଙ୍କ ମଧ୍ୟ ସମାଗମ ହୋଇଥାଏ । ନବରାତ୍ରୀ ପାଇଁ ୯ ଦିନବ୍ୟାପୀ ଏଠାରେ ଚଣ୍ଡିପାଠ ଯଜ୍ଞ ଓ ସ୍ବତନ୍ତ୍ର ପୁଜା ଅନୁଷ୍ଠିତ ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.