ଓଡିଶା

odisha

ULB Polls: ଜିଲ୍ଲା ପ୍ରଶାସନର ପରାମର୍ଶ, ପ୍ରଚାର ବେଳେ ପାଳନ କର କୋଭିଡ କଟକଣା

By

Published : Mar 5, 2022, 4:27 PM IST

ସୁବର୍ଣ୍ଣପୁର ଜିଲ୍ଲା ପୌର ନିର୍ବାଚନରେ କଡାକଡି ଭାବେ କୋଭିଡ ମାର୍ଗଦର୍ଶିକା ପାଳନ କରିବା ପାଇଁ ପ୍ରଶାସନ ରାଜନୈତିକ ଦଳଗୁଡିକୁ ପରାମର୍ଶ ଦେଇଛି । ସମସ୍ତ ରାଜନୈତିକ ଦଳ ଗୁଡିକର ଜିଲ୍ଲା ସଭାପତି ମାନଙ୍କୁ ଭୋଟ ପ୍ରଚାର ସମୟରେ କୋଭିଡ ମାର୍ଗଦର୍ଶିକା ପାଳନ କରିବା ପାଇଁ କୁହାଯାଇଛି । ଅଧିକ ପଢନ୍ତୁ

ପ୍ରଚାର ବେଳେ କୋଭିଡ କଟକଣା ପାଳନ ପାଇଁ ଜିଲ୍ଲା ପ୍ରଶାସନର ପରାମର୍ଶ
ପ୍ରଚାର ବେଳେ କୋଭିଡ କଟକଣା ପାଳନ ପାଇଁ ଜିଲ୍ଲା ପ୍ରଶାସନର ପରାମର୍ଶ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପୌର ନିର୍ବାଚନରେ କଡାକଡି ଭାବେ କୋଭିଡ ମାର୍ଗଦର୍ଶିକା ପାଳନ କରିବା ପାଇଁ ପ୍ରଶାସନ ରାଜନୈତିକ ଦଳଗୁଡିକୁ ପରାମର୍ଶ ଦେଇଛି । ସମସ୍ତ ରାଜନୈତିକ ଦଳ ଗୁଡିକର ଜିଲ୍ଲା ସଭାପତି ମାନଙ୍କୁ ଭୋଟ ପ୍ରଚାର ସମୟରେ କୋଭିଡ ମାର୍ଗଦର୍ଶିକା ପାଳନ କରିବା ପାଇଁ କୁହାଯାଇଛି ।

ପ୍ରଚାର ବେଳେ କୋଭିଡ କଟକଣା ପାଳନ ପାଇଁ ଜିଲ୍ଲା ପ୍ରଶାସନର ପରାମର୍ଶ

ତେବେ ଆଗାମୀ 24 ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଆସନ୍ତା 7 ତାରିଖ ଯାଏଁ ପ୍ରାର୍ଥୀପତ୍ର ଦାଖଲ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଜଣେ ହେଲେ ବି ପ୍ରାର୍ଥୀ ପୌର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରି ନ ଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଗୁଡିକ ଭୋଟ ପ୍ରଚାର ଆରମ୍ଭ କରି ଦେଇଛନ୍ତି ।

ସେହିପରି କୋଭିଡ କଟକଣାକୁ ଆଖି ଆଗରେ ରଖି ସଭା ସମିତି, ଶୋଭାଯାତ୍ରା ତଥା ବିଭିନ୍ନ ରାଜନୈତିକ ଦଳ ଗୁଡିକର ଷ୍ଟାର ପ୍ରଚାରକଙ୍କ ଜିଲ୍ଲା ଗସ୍ତ ଓ ନିର୍ବାଚନ ପ୍ରଚାର ସମୟରେ କୋଭିଡ ନିୟମ ପାଳନ କରିବା ପାଇଁ ପ୍ରଶାସନ ଅନୁରୋଧ କରିଛି । ଜନସାଧାରଣଙ୍କ ମନରୁ କୋଭିଡ ମହାମାରୀର ଭୟ ଦୂରେଇ ନଥିବା ବେଳେ ନିର୍ବାଚନ ପ୍ରଚାର ସମୟରେ କିନ୍ତୁ କୋଭିଡ ମାର୍ଗଦର୍ଶିକାର ଖୋଲାଖୋଲି ଉଲ୍ଲଙ୍ଘନ ହେଉଛି ।

ସେହିପରି ନିଜକୁ ସୁରକ୍ଷିତ ରଖି ଅନ୍ୟକୁ ସୁରକ୍ଷା ଦେବା ସହିତ ନିର୍ବାଚନରେ ଜନସାଧାରଣ ସାମିଲ ହେବା ପାଇଁ ଉପ-ଜିଲ୍ଲାପାଳ ତଥା ସଦର ପୌର ପରିଷଦର ନିର୍ବାଚନ ଅଧିକାରୀ ନିହାର ରଂଜନ କୁଅଁର ରାଜନୈତିକ ଦଳ ଓ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details