ଓଡିଶା

odisha

ସମ୍ବଲପୁର ଜିଲ୍ଲାର ସମସ୍ୟାକୁ ମୁଦ୍ଦା କରି ଗର୍ଜିଲା କଂଗ୍ରେସ

By ETV Bharat Odisha Team

Published : Oct 18, 2023, 9:02 PM IST

ରାଜନୀତି ରଣଯୁଦ୍ଧରେ ବଳ କସିବା ପାଇଁ ଏବେଠୁ ଆରମ୍ଭ ହେଲାଣି ପ୍ରସ୍ତୁତି । ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ କଂଗ୍ରେସର ନୂଆ ରଣନୀତି । ସମ୍ବଲପୁର ଜିଲ୍ଲାର ବିଭିନ୍ନ ସମସ୍ୟାକୁ ମୁଦ୍ଦା କରି ମଇଦାନକୁ ଓହ୍ଲାଇଛି ଜିଲ୍ଲା କଂଗ୍ରେସ । ଅଧିକ ପଢ଼ନ୍ତୁ

ସମ୍ବଲପୁର ଜିଲ୍ଲାର ସମସ୍ୟାକୁ ମୁଦ୍ଦା କରି ଗର୍ଜିଲା କଂଗ୍ରେସ
ସମ୍ବଲପୁର ଜିଲ୍ଲାର ସମସ୍ୟାକୁ ମୁଦ୍ଦା କରି ଗର୍ଜିଲା କଂଗ୍ରେସ

ସମ୍ବଲପୁର ଜିଲ୍ଲାର ସମସ୍ୟାକୁ ମୁଦ୍ଦା କରି ଗର୍ଜିଲା କଂଗ୍ରେସ

ସମ୍ବଲପୁର: ଆଗକୁ ଆସୁଛି 2024 ସାଧାରଣ ନିର୍ବାଚନ । ରାଜନୀତି ରଣଯୁଦ୍ଧରେ ବଳ କଷିବା ପାଇଁ ଏବେଠୁ ଆରମ୍ଭ ହେଲାଣି ପ୍ରସ୍ତୁତି । ଭୋଟରଙ୍କ ନିକଟତର ହେବାକୁ ପ୍ରମୁଖ ଦଳ ଆରମ୍ଭ କଲେଣି କସରତ । ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ କଂଗ୍ରେସର ନୂଆ ରଣନୀତି । ସମ୍ବଲପୁର ଜିଲ୍ଲାର ବିଭିନ୍ନ ସମସ୍ୟାକୁ ମୁଦ୍ଦା କରି ମଇଦାନକୁ ଓହ୍ଲାଇଛି ଜିଲ୍ଲା କଂଗ୍ରେସ । ଏନେଇ ସମ୍ବଲପୁରରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛି ସମ୍ବଲପୁର ଜିଲ୍ଲା କଂଗ୍ରେସ ।

ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ରାଜେନ୍ଦ୍ର ଛତ୍ରିଆଙ୍କ ନେତୃତ୍ୱରେ କଂଗ୍ରେସ ନେତା ଓ କର୍ମୀମାନେ ପୋଷ୍ଟର ବ୍ୟାନର ଧରି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ସହରର ମୁଖ୍ୟରାସ୍ତା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ l ଏହାପରେ ଏଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସମ୍ବଲପୁରର ବିଭିନ୍ନ ସମସ୍ୟାକୁ ଦୂର କରିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଫଳ ହୋଇଥିବା ନେଇ ଦାବି କରିଥିଲେ କଂଗ୍ରେସ ନେତା ।

ମୁଖ୍ୟତଃ ସମ୍ବଲପୁର ଜିଲ୍ଲାରେ ବହୁ ଶିଳ୍ପ ଅନୁଷ୍ଠାନ ଥିବା ସତ୍ତ୍ବେ ମଧ୍ୟ ଏଥିରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନମିଳିବା, କଳକାରଖାନାର ପ୍ରଦୂଷଣ ସମସ୍ୟା, ବେଆଇନ ଭାବେ କଳ କାରଖାନାର ପାଉଁଶ ଏଣେ ତେଣେ ପକେଇବା, ସମ୍ବଲପୁର ରେଢ଼ାଖୋଲ ରାସ୍ତା ଏବଂ ସମ୍ବଲପୁର ସହରର ରାସ୍ତା ଘାଟ ସମସ୍ୟାର ତୁରନ୍ତ ସମାଧାନ କରିବା, ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମକୁ ରାଜ୍ୟ ସରକାରଙ୍କ ପ୍ରତିଶୃତି ମୁତାବକ 3 କୋଟି ପ୍ରଦାନ କରିବା, ବୁର୍ଲା ଠାରେ ଚାଲିଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ଲୋକଙ୍କୁ କ୍ଷତିପୂରଣ ଏବଂ ଥଇଥାନ କରିବା, ଗାଇଗୋରୁଙ୍କ ପାଇଁ ଆଶ୍ରୟ ସ୍ଥଳ ତିଆରି କରିବା, ଚାଷୀ ସମସ୍ୟା ଦୂର କରିବା ଆଦି ଦାବ ନେଇ କଂଗ୍ରେସ ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛି l

ଏହା ମଧ୍ୟ ପଢ଼ନ୍ତୁ...ନୂଆ ଜିଲ୍ଲା ସଭାପତି ନିଯୁକ୍ତି ପରେ ବଳ ଗୋଟାଉଛି କଂଗ୍ରେସ, ଏକାଠି ହେଉଛନ୍ତି ନେତା ଓ କର୍ମୀ


ଅନ୍ୟପକ୍ଷେ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ 500 କୋଟି ସହ ଏହାକୁ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବା । ସେହିପରି ଭୀମସାର ମେଡିକାଲକୁ 1000 କୋଟି ପାଣ୍ଠି MCL ପ୍ରଦାନ କରିବା । ଟାଟା ପାୱାର ପକ୍ଷରୁ ବିଦ୍ୟୁତ ବିଲ ଯୋରଜବରଦସ୍ତ ଆଦାୟକୁ ତୁରନ୍ତ ବନ୍ଦ କରିବା । ଜିଲ୍ଲାରେ ଥିବା ଆଦର୍ଶ ବିଦ୍ୟାଳୟ ଗୁଡିକରେ ଯଥାଶୀଘ୍ର ଛାତ୍ରବାସ ଓ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବସ ସେବା ଯୋଗାଇ ଦେବା l ଭୀମସାର ମେଡିକାଲରେ ବର୍ନ ୟୁନିଟ, ସର୍ଜରୀ, ନିଶା ନିବାରଣ କେନ୍ଦ୍ର, କାଡିଓ ଥେରାପି ପ୍ରଭୁତି ୟୁନିଟ ତୁରନ୍ତ ଖୋଲିବାକୁ ଦାବି କରିଛି କଂଗ୍ରେସ l ତେବେ କଂଗ୍ରେସର ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ରାଜେନ୍ଦ୍ର ଛତ୍ରିଆ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଅଶ୍ୱିନୀ ଗୁରୁ, ସୁରେଶ୍ୱର ମିଶ୍ର, ରେଙ୍ଗାଲିର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗର୍ଡିଆ, ଦୁଲାଲ ପ୍ରଧାନ, ସୁତପା ମିତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ l

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details