ଓଡିଶା

odisha

ସମ୍ଭାବ୍ୟ ବାତ୍ୟା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଜୋରଦାର

By

Published : Sep 25, 2021, 9:43 PM IST

Cyclone

କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇ ମାଡି ଆସୁଛି। ଏହି ସମ୍ଭାବ୍ୟ ବାତ୍ୟା ଫଳରେ ପାହାଡରୁ ମାଟି ଅତଡା ଖସିବା ସହ ପ୍ରବଳ ବର୍ଷା ଯୋଗୁଁ ନାଗାବଳୀ ଏବଂ ବଂଶଧାରା ଅବବାହିକାରେ ବନ୍ୟା ଆଶଙ୍କା କରି ଏହାର ମୁକାବିଲା କରିବାକୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଘନଘନ ଜରୁରୀ ବୈଠକ କରୁଛନ୍ତି । ଅଧିକ ପଢନ୍ତୁ...

ରାୟଗଡା:କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇ ମାଡି ଆସୁଛି । ଏହି ସମ୍ଭାବ୍ୟ ବାତ୍ୟା ଫଳରେ ପାହାଡରୁ ମାଟି ଅତଡା ଖସିବା ସହ ପ୍ରବଳ ବର୍ଷା ଯୋଗୁଁ ନାଗାବଳୀ ଏବଂ ବଂଶଧାରା ଅବବାହିକାରେ ବନ୍ୟା ଆଶଙ୍କା କରି ଏହାର ମୁକାବିଲା କରିବାକୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଘନଘନ ଜରୁରୀ ବୈଠକ କରୁଛନ୍ତି ।

ସାମ୍ଭାବ୍ୟ ବାତ୍ୟା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଯୋରଦାର

ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଲଘୁଚାପରେ ଓଡିଶା ସୀମାନ୍ତ ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ ନୟାଗଡ ଭଳି ଜିଲ୍ଲାରେ ବାତ୍ୟାର ଭୟଙ୍କର ପ୍ରଭାବ ହେବାନେଇ SRC ପକ୍ଷରୁ ସୂଚନା ମିଳିବା ପରେ ଜିଲ୍ଲାପ୍ରଶାସନ ତପ୍ତର ହୋଇ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଜିଲ୍ଲା ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ନିଜ ନିଜ କାର୍ଯ୍ୟସ୍ଥଳ ନ ଛାଡିବାକୁ ଜିଲ୍ଲା ପ୍ରଶାସନ ତରଫରୁ କଡା ନିର୍ଦେଶ ରହିଛି ।

ସେପଟେ ଏହାକୁ ନେଇ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଵିଶେଷ କରି ତଳିଆ ଅଞ୍ଚଳରେ ରହୁଥିବା ଲୋକ ଏବଂ ଗର୍ଭବତୀ ମହିଳାଙ୍କୁ ଆବଶ୍ୟକ ସ୍ଥଳେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦେଶ ରହିଛି । ଜିଲ୍ଲାରେ ଭୁସ୍ଖଳନ ସମ୍ଭାବନା ରହିଥିବାରୁ କଚା ଘରେ ନ ରହିବା ପାଇଁ ଦୁର୍ଗମ ଅଞ୍ଚଳକୁ ସଂଯୋଗ କରୁଥିବା ଅନେକ ସ୍ଥାନରେ ନାଳ ରହିଥିବାରୁ ପାଣି ଭୟ ରହିଛି।

ଏଣୁ ଏହି ସମୟରେ କୌଣସି ମତେ ବାହାରକୁ ନଯିବା ପାଇଁ ଜନସାଧାରଣଙ୍କୁ ସତର୍କ କରାଯାଇଛି। ଏହା ସହ ଅଗ୍ନିଶମ ବିଭାଗ ମଧ୍ୟ ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଥିବାବେଳେ ଜିଲ୍ଲାକୁ NDRF 2ଟି ଟିମ ଏବଂ ODRAF 6ଟି ଟିମ ଆସନ୍ତାକାଲି ପହଞ୍ଚିବା ନେଇ ଜିଲ୍ଲାପାଳ ସରୋଜ ମିଶ୍ର ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details