ଓଡିଶା

odisha

ଜୋର ଧରିଲା ସିଦ୍ଧମହାବୀର ରେଳ ଓଭର ବ୍ରିଜ ବିସ୍ଥାପିତଙ୍କୁ କ୍ଷତିପୂରଣ ଦାବି

By

Published : Sep 15, 2022, 11:32 AM IST

ପୁରୀ ସିଦ୍ଧମହାବୀର ରେଲୱେ ଓଭର ବ୍ରିଜ ବିସ୍ଥାପିତଙ୍କୁ କ୍ଷତିପୂରଣ ପ୍ରଦାନ ଦାବି । କ୍ଷତିପୂରଣ ନ ଦେଲେ ପ୍ରକଳ୍ପକୁ ବିରୋଧ କରିବା ନେଇ ଚେତାବନୀ ଦେଲେ ବିସ୍ଥାପିତ । ଅଧିକ ପଢନ୍ତୁ

ସିଦ୍ଧମହାବୀର ରେଳ ଓଭର ବ୍ରିଜ ବିସ୍ଥାପିତଙ୍କୁ କ୍ଷତିପୂରଣ ପ୍ରଦାନ ଦାବି
ସିଦ୍ଧମହାବୀର ରେଳ ଓଭର ବ୍ରିଜ ବିସ୍ଥାପିତଙ୍କୁ କ୍ଷତିପୂରଣ ପ୍ରଦାନ ଦାବି

ପୁରୀ: ସିଦ୍ଧମହାବୀର ରେଲୱେ ଓଭରବ୍ରିଜ ନିର୍ମାଣ ନେଇ ବିବାଦ । ଜୋର ଧରିଲା ବିସ୍ଥାପିତଙ୍କୁ କ୍ଷତିପୂରଣ ପ୍ରଦାନ ଦାବି । କ୍ଷତିପୂରଣ ନ ଦେଲେ ପ୍ରକଳ୍ପକୁ ବିରୋଧ କରିବା ନେଇ ଚେତାବନୀ ଦେଲେ ବିସ୍ଥାପିତ । ପୁରୀର ବହୁ ପ୍ରତିକ୍ଷୀତ ସିଦ୍ଧମହାବୀର ରେଳ ଓଭର ବ୍ରିଜ ନିର୍ମାଣ ନେଇ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଦ୍ଵନ୍ଦ୍ବ ଉପୁଜି । ଏନେଇ ପରେ ଜମି ସମସ୍ୟା ସମାଧାନ ମଞ୍ଚ ଆନ୍ଦୋଳନକୁ ଓହ୍ଲାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ମାସ ୨୮ ତାରିଖରେ ଧାରଣା ଦେଇଥିଲା । ଏବେ ପୁଣି କ୍ଷତିପୂରଣ ପ୍ରଦାନ ପାଇଁ ଅଡି ବସିଛନ୍ତି ବିସ୍ଥାପିତ ।

ସୂଚନା ଅନୁଯାୟୀ, ଦୀର୍ଘବର୍ଷ ଧରି ବସବାସ କରି ଆସୁଥିବା ପ୍ରଜାଙ୍କ ଜମିର ମାଲିକାନା ବେଆଇନ ଭାବେ ଶ୍ରୀମନ୍ଦିର ପ୍ରଶାସନ ଅଧିନକୁ ଚାଲିଯାଇଥିଲା । ଏନେଇ ସେଠାରେ ବସବାସ କରୁଥିବା ଅଧିବାସୀ ମାନେ ଉପଯୁକ୍ତ କ୍ଷତିପୂରଣ ପାଇ ପାରୁନାହାନ୍ତି । ମଠ ମନ୍ଦିର ଜମିରେ ପ୍ରଜା ସତ୍ତ୍ବ ଅଧିକାର ବଳରେ ସ୍ଥାନୀୟ ରୟତ ଭାବେ ବସବାସ କରୁଥିବା ଲୋକଙ୍କୁ ତୁରନ୍ତ ସ୍ଥାୟୀ ଜମି ପଟ୍ଟା ଦିଆଯିବା ସହ ମାଟିଆପଡା ମୌଜାରେ ପ୍ରଜାଙ୍କ ନାମରେ ସରକାର ପାଉତି ନେଉଥିବା ବେଳେ ଉକ୍ତ ଜମି ଶ୍ରୀମନ୍ଦିର ନାମରେ କିପରି ହେବ ଓ ମନ୍ଦିର ଜମିର କ୍ଷତିପୂରଣ ରାଶି ପାଇବେ ସେ ନେଇ ତୁରନ୍ତ ଫଇସଲା କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।

ସିଦ୍ଧମହାବୀର ରେଳ ଓଭର ବ୍ରିଜ ବିସ୍ଥାପିତଙ୍କୁ କ୍ଷତିପୂରଣ ପ୍ରଦାନ ଦାବି

ଏହାସହ ପ୍ରଜାଙ୍କ ଜମି ମୂଲ୍ୟ ୨୦୧୪ ମସିହା ପରିବର୍ତ୍ତେ ୨୦୨୨ ମସିହା ବଜାର ମୂଲ୍ୟରେ କୋଠାର ମୂଲ୍ୟ ମୂଲ୍ୟାଙ୍କନ କରି କ୍ଷତିପୂରଣ ଦିଆଯାଉ । ଶ୍ରୀଜଗନ୍ନାଥ ମନ୍ଦିର ଜମିଦାର, ପ୍ରଜାଙ୍କୁ ପ୍ରଜା ସତ୍ତ୍ବ ଦେଇ ଖଜଣା ନେଇ ପ୍ରଜାଙ୍କ ଅଧିକାର ଛଡାଇ ନେବା ବନ୍ଦ କରିବା, ପୁରୀ ମ୍ୟୁନିସପାଲିଟି ଲିଜ୍ ଆଧାରରେ ବାସ କରୁଥିବା ପ୍ରଜାଙ୍କୁ ତୁରନ୍ତ ସ୍ଥାୟୀ ଜମି ପଟ୍ଟା ଯୋଗାଇ ଦେବାକୁ ଦାବି କରାଯାଇଥିଲା । ତେବେ ଏହା ମଧ୍ୟରୁ ରାଜ୍ୟ ସରକାର କେବଳ ଜମିର ମୂଲ୍ୟ ଦେବାକୁ ରାଜି ହୋଇଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଜଣାଇଛି ମଞ୍ଚ ।

ଅନ୍ୟ ପ୍ରମୁଖଦାବି ପୂରଣ ନହେଲେ ମଞ୍ଚ ଆଗାମୀ ଦିନରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଘେରାଉ ସହ ପୁରୀ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛି । ଏଥିସହ ବହୁ ପ୍ରତିକ୍ଷୀତ ସିଦ୍ଧ ମହାବୀର ରେଳ ଓଭରବ୍ରିଜ କାର୍ଯ୍ୟରେ ଅସହଯୋଗ କରାଯିବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ତେବେ ସୂଚନା ଥାଉକି, ପୁରୀ ସିଦ୍ଧମହାବୀର ରେଲୱେ ଓଭର ବ୍ରିଜ ନିର୍ମାଣ ନେଇ ଜମି ବିବାଦକୁ ନେଇ ମାଟିଆପଡ଼ା ଓ ମାଟିତୋଟା ମୌଜାର ଶତାଧିକ କ୍ଷତିଗ୍ରସ୍ତ ପ୍ରଜା ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ । ଏଥିସହ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ,ରାଜସ୍ବ ମନ୍ତ୍ରୀ ଓ ଶ୍ରୀମନ୍ଦିର ପ୍ରଶାସନ ଉଦ୍ଦେଶ୍ୟର ସ୍ମାରକପତ୍ର ଦିଆଯାଇଥିଲା ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details