ଓଡିଶା

odisha

ଗାଁରେ ଆତଙ୍କ ଖେଳାଇଛି କଲରାପତରିଆ, ଶିଶୁକୁ ଝାମ୍ପି ନେବାର 24 ଘଣ୍ଟା ନପୁରୁଣୁ ଗାଈକୁ ଶିକାର

By ETV Bharat Odisha Team

Published : Oct 31, 2023, 11:01 AM IST

Updated : Oct 31, 2023, 2:33 PM IST

ନୂଆପଡା ଜିଲ୍ଲାରେ କଲରାପତରିଆ ବାଘ ଆତଙ୍କ । ଶିଶୁକୁ ଖାଇବାର 24 ଘଣ୍ଟା ନପୁରୁଣୁ ଏବେ ଗାଈ ଝାମ୍ପିନେଇଥିବା ସୂଚନା ରହିଛି । ଭୟଭୀତ ଗ୍ରାମବାସୀ । ଅଧିକ ପଢନ୍ତୁ

ଗାଁରେ ବୁଲୁଛି କଲରାପତରିଆ ବାଘ, ଶିଶୁକୁ ଝାମ୍ପି ଖାଇବାର 24 ଘଣ୍ଟା ନପୁରୁଣୁ ଗାଈ ଶିକାର
ଗାଁରେ ବୁଲୁଛି କଲରାପତରିଆ ବାଘ, ଶିଶୁକୁ ଝାମ୍ପି ଖାଇବାର 24 ଘଣ୍ଟା ନପୁରୁଣୁ ଗାଈ ଶିକାର

ନୂଆପଡା ଜିଲ୍ଲାରେ କଲରାପତରିଆ ବାଘ ଆତଙ୍କ

ନୂଆପଡା:ନୂଆପଡା ଜିଲ୍ଲାରେ ମାତିଛି ମଣିଷଖିଆ କଲରାପତରିଆ ବାଘ । 8 ବର୍ଷର ଶିଶୁକୁ ମାରିବା ଘଟଣାକୁ 24 ଘଣ୍ଟା ନପୁରୁଣୁ ଆଜି ଏକ ଗାଈଙ୍କୁ ବାଘ ଝାମ୍ପି ନେଇ ମାରି ଖାଇଥିବା ନେଇ ସୂଚନା ରହିଛି । ତେବେ ଏଭଳି ଘଟଣା ନେଇ ସମଗ୍ର ଅଞ୍ଚଳରେ ଭୟରବାତାବରଣ ସୃଷ୍ଟି ହୋଇଛି । ଅନ୍ୟପଟେ ବାଘରୁ ସୁରକ୍ଷା ଓ ବାଘ ଆକ୍ରମଣରେ ମୃତ ଶିଶୁର ପରିବାର ବର୍ଗଙ୍କୁ 10 ଲକ୍ଷ ଟଙ୍କା କ୍ଷତି ପୂରଣ ଦାବିରେ ତାତିଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ।

ଏହାମଧ୍ୟ ପଢନ୍ତୁ..Tiger Terror: ଖେଳୁଥିବା ଶିଶୁକୁ ଝାମ୍ପି ନେଲା ବାଘ, ଫରେଷ୍ଟ ବିଟ୍ ହାଉସ ଘେରିଲେ ଉତ୍ତ୍ୟକ୍ତ ଲୋକେ

ନୂଆପଡା ଜିଲ୍ଲାରେ କଲରାପତରିଆ ବାଘ ଭୟ । ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ଗାଁଗୁଡ଼ିକରେ କଲରାପତରିଆ ବାଘ ଆତଙ୍କ ରଚିବାରେ ଲାଗିଛି । ଗତକାଲି ସନ୍ଧ୍ୟା ସମୟରେ କଟିଂପାଣି ଗାଁର ଜଣେ 8 ବର୍ଷର ଶିଶୁ ଡମ୍ବୁ ଧରୁଆ ଗାଁ ଦାଣ୍ଡରେ ସାଥି ପିଲାଙ୍କ ଗହଣରେ ଖେଳୁଥିବା ବେଳେ ନିକଟସ୍ଥ ଜଙ୍ଗଲରୁ କଲରାପତରିଆ ବାଘ ଆସି ଝାମ୍ପି ମାରି ଜଙ୍ଗଲକୁ ନେଇ ଯାଉଥିଲା । ପରିବାର ଲୋକେ ଏବଂ ଗାଁ ଲୋକେ ଶିଶୁଟିକୁ ଉଦ୍ଧାର କରିବା ପାଇଁ ବାଘକୁ ଘଉଡ଼ାଇବା ବେଳେ କିଛି ଦୂରରେ ବାଘ ଶିଶୁଟିକୁ ଛାଡ଼ି ଜଙ୍ଗଲକୁ ଚାଲି ଯାଇଥିଲା । ପରେ ପରିବାର ଲୋକେ ଶିଶୁର ମୃତଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ । ଆଜି(ମଙ୍ଗଳବାର) ସକାଳେ ଶିଶୁର ମୃତଦେହ ବ୍ୟବଚ୍ଛେଦ କରାଯାଇଛି ।

ଅନ୍ୟପଟେ ଘଟଣା ଘଟିବାର 24 ଘଣ୍ଟା ନପୁରୁଣୁ ସେହି କଟିଙ୍ଗପାଣି ଗାଁର ଅର୍ଜୁନ ଧରୁଆଙ୍କ ଏକ ଗାଈକୁ ଝାମ୍ପି ମାରି ଖାଇଛି ବାଘ । ଏବେ ଗାଁ ଲୋକେ ବାଘ ଭୟରେ ଆତଙ୍କିତ ଥିବାବେଳେ କ୍ଷତିପୂରଣ ଦାବି କରିବା ସହିତ ଗାଁ ଲୋକଙ୍କୁ ସୁରକ୍ଷା ଦାବି କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..Watch: ଗାଁ ପାଖରେ ବୁଲୁଛି କଲରାପତରିଆ ବାଘ, ଛାନିଆ ଲୋକେ

ତେବେ ନୂଆପଡ଼ାରେ ବାରମ୍ବାର କଲରାପତରିଆ ବାଘ ଆତଙ୍କ ଖେଳାଉଛି । ପ୍ରଥମେ ନୂଆପଡ଼ା ସଦର ବ୍ଲକ ହଳଦୀ ଗାଁରେ 4ବର୍ଷର ଶିଶୁ ଛଗନ ପାଣ୍ଡେକୁ ମାଆ କୋଳରୁ ଛଡାଇ ନେଇ ବାଘ ଖାଇ ଯାଇଥିଲା । ପରେ ଜଳମଡେଇ ଗାଁର ଏକ ବୃଦ୍ଧାଙ୍କୁ ଘର ବାରିପଟୁ ବାଘ ଟେକିନେଇ ଖାଇ ଯାଇଥିଲା । ଏହାପରେ ମୁଶରଙ୍ଗୀ ସଂରକ୍ଷିତ ଜଙ୍ଗଲରେ ବାଘ ଆତଙ୍କ ରଚିଥିଲା । ତରିଆମହୁଆଭଟା ଗାଁରେ ଗୋଟେଏ ପରେ ଗୋଟିଏ ଗାଈ ବାଛୁରୀକୁ ବାଘ ଝାମ୍ପି ମାରି ଖାଇଛି । ଗତକାଲି ପୁଣି କଟିଙ୍ଗପାଣି ଗାଁରେ 8 ବର୍ଷର ଶିଶୁ କୁ ଝାମ୍ପି ମାରିଖାଇଛି ବାଘ । ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ସୁରକ୍ଷା ନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ କ୍ଷୋଭ ପ୍ରକାଶ କରିଛି । ମୃତକ ପରିବାରଙ୍କୁ 10 ଲକ୍ଷ କ୍ଷତି ପୂରଣ ଦେବା ସହ ଗାଁକୁ ତାରବାଡ଼ରେ ଆବଦ୍ଧ କରିବା ସହ ଗାଁର ବିଭିନ୍ନ ସ୍ଥାନରେ CCTV ଲଗାଇ ଗାଁ ଲୋକଙ୍କୁ ସୁରକ୍ଷା ଦେବାକୁ ଦାବି କରିଛି ।

ଇଟିଭି ଭାରତ, ନୂଆପଡା

Last Updated : Oct 31, 2023, 2:33 PM IST

ABOUT THE AUTHOR

...view details